ଡବ୍ଲୁପିଏଲ୍ ଇତିହାସରେ ପ୍ରଥମ ସୁପର ଓଭର୍: ଜାଣନ୍ତୁ କେଉଁ ଦଳ ମାରିଲା ବାଜି 

ବେଙ୍ଗାଲୁରୁ,୨୪/୨:ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍) ଇତିହାସରେ ପ୍ରଥମ ସୁପର ଓଭର ଦେଖିବାକୁ ମିଳିଛି। ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଟାଇରେ ଶେଷ ହୋଇଥିଲା। ଉଭୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୮୦ ରନ୍ କରିଥିଲେ। ଏହି ରୋମାଞ୍ଚକର ମୁକାବିଲାରେ ୟୁପିକୁ ଶେଷ ବଲରେ ଗୋଟିଏ ରନ୍ ଦରକାର ଥିଲା, କିନ୍ତୁ ରେଣୁକା ଠାକୁର ଶେଷ ବଲରେ କୀର୍ତ୍ତି ଗୌଡ଼ଙ୍କୁ ଆଉଟ୍ କରିଥିଲେ। ଫଳରେ ମହିଳା ପ୍ରିମିୟର ଲିଗ୍ ଇତିହାସରେ ପ୍ରଥମ ସୁପର […] The post ଡବ୍ଲୁପିଏଲ୍ ଇତିହାସରେ ପ୍ରଥମ ସୁପର ଓଭର୍: ଜାଣନ୍ତୁ କେଉଁ ଦଳ ମାରିଲା ବାଜି  appeared first on Dharitri Odia News.

ଡବ୍ଲୁପିଏଲ୍ ଇତିହାସରେ ପ୍ରଥମ ସୁପର ଓଭର୍: ଜାଣନ୍ତୁ କେଉଁ ଦଳ ମାରିଲା ବାଜି 

ବେଙ୍ଗାଲୁରୁ,୨୪/୨:ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍) ଇତିହାସରେ ପ୍ରଥମ ସୁପର ଓଭର ଦେଖିବାକୁ ମିଳିଛି। ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଟାଇରେ ଶେଷ ହୋଇଥିଲା। ଉଭୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୮୦ ରନ୍ କରିଥିଲେ। ଏହି ରୋମାଞ୍ଚକର ମୁକାବିଲାରେ ୟୁପିକୁ ଶେଷ ବଲରେ ଗୋଟିଏ ରନ୍ ଦରକାର ଥିଲା, କିନ୍ତୁ ରେଣୁକା ଠାକୁର ଶେଷ ବଲରେ କୀର୍ତ୍ତି ଗୌଡ଼ଙ୍କୁ ଆଉଟ୍ କରିଥିଲେ। ଫଳରେ ମହିଳା ପ୍ରିମିୟର ଲିଗ୍ ଇତିହାସରେ ପ୍ରଥମ ସୁପର ଓଭର ଦେଖିବାକୁ ମିଳିଥିଲା। ସୁପର ଓଭରରେ ୟୁପି ପ୍ରଥମେ ବ୍ୟାଟିଂ କରି ୮ ରନ୍ କରିଥିବା ବେଳେ ଆରସିବି ମାତ୍ର ୪ ରନ୍ କରି ସୁପର ଓଭରରେ ୪ ରନ୍ ରେ ମ୍ୟାଚ୍ ହାରିଯାଇଥିଲା।

 

ଏହି ମୁକାବିଲାରେ ଆରସିବି ପ୍ରଥମେ ବ୍ୟାଟିଂ କରି ୧୮୦ ରନ୍ କରିଥିଲା। ବେଙ୍ଗାଲୁରୁର ଅଧିନାୟିକା ସ୍ମୃତି ମନ୍ଧାନା ଶୀଘ୍ର ଆଉଟ୍ ହୋଇଥିଲେ ହେଁ ଏଲିସ୍ ପେରି ଓ ଡାନିଏଲ୍ ଓ୍ଵାଟ୍ ୟୁପି ବୋଲରଙ୍କୁ ମାତ୍ ଦେଇଥିଲେ। ଏଲିସ୍ ପେରି ୫୬ ବଲ୍ ରୁ ୯୦ ରନ୍ ର ଇନିଂସ୍ ଖେଳି ୯ ଚୌକା ଓ ୩ ଛକା ମାରିଥିଲେ। ଓ୍ଵାଟ୍ ୫୭ ରନ୍ କରି ଯୋଗଦାନ ଦେଇଥିଲେ। ଫଳରେ ଆରସିବି ପ୍ରଥମେ ବ୍ୟାଟିଂ କରି ୧୮୦ ରନର ଟାର୍ଗେଟ ଦେଇଥିଲା।

 

ୟୁପି ୱାରିୟର୍ସକୁ ୧୮୧ ରନର ଟାର୍ଗେଟ ମିଳିଥିଲା । ଦଳର କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ ମଧ୍ୟ ଅଧିନାୟକ ଦୀପ୍ତି ଶର୍ମା ୧୩ ବଲ୍ ରୁ ୨୫ ରନ୍ ର ଦ୍ରୁତ ଇନିଂସ୍ ଖେଳିଥିଲେ ଏବଂ ଶ୍ୱେତା ସେହରାୱତ୍ ୩୧ ରନ୍ ର ଯୋଗଦାନ ଦେଇଥିଲେ। ଅନ୍ତିମ ଓଭରରେ ସୋଫି ଏକ୍ଲେଷ୍ଟୋନ ୧୯ ବଲ୍ ରୁ ୩୩ ରନ୍ କରିଥିବା ବେଳେ ସାଇମା ଠାକୁର ମଧ୍ୟ ଦ୍ରୁତ ୧୪ ରନ୍ କରି ୟୁପିକୁ ମ୍ୟାଚ୍ ଟାଇ କରିବାରେ ସହାୟକ ହୋଇଥିଲେ।

The post ଡବ୍ଲୁପିଏଲ୍ ଇତିହାସରେ ପ୍ରଥମ ସୁପର ଓଭର୍: ଜାଣନ୍ତୁ କେଉଁ ଦଳ ମାରିଲା ବାଜି  appeared first on Dharitri Odia News.