ନୟାଗଡ ଜିଲ୍ଲାରେ ବି ଫଳିଲା ଷ୍ଟ୍ରବେରୀ, ବଜାରରେ ବିକ୍ରିକରି ବେଶ ଲାଭ ପାଉଛନ୍ତି ଚାଷୀ

ଦେଶୀ ଜଳବାୟୁରେ ବିଦେଶୀ ଫଳ। ବିଦେଶୀ ଫଳକୁ ଫଳେଇବାରେ ସଫଳ ହୋଇଛି ଉଦ୍ୟାନ ବିଭାଗ । ନୟାଗଡ ଜିଲ୍ଲାର ୮ ଜଣ ଚାଷୀଙ୍କୁ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିବାକୁ ଚାରା ଯୋଗାଇ ଦିଆଗଲା । ଚାଷୀମାନେ ସଫଳତାର ସହ ଲାଲ ଟହ ଟହ ଷ୍ଟ୍ରବେରୀ ଫଳ ଫଳାଇଛନ୍ତି । ଷ୍ଟ୍ରବେରୀକୁ ବଜାରରେ ବିକ୍ରିକରି ବେଶ ଲାଭ ପାଉଛି ଚାଷୀ । ପାହାଡ଼ ଜଙ୍ଗଲ ଘେରା ନୟାଗଡ ଜିଲ୍ଲା । ଜିଲ୍ଲାବାସୀ ପ୍ରାୟତଃ ଚାଷ […] The post ନୟାଗଡ ଜିଲ୍ଲାରେ ବି ଫଳିଲା ଷ୍ଟ୍ରବେରୀ, ବଜାରରେ ବିକ୍ରିକରି ବେଶ ଲାଭ ପାଉଛନ୍ତି ଚାଷୀ appeared first on KNews Odisha.

ନୟାଗଡ ଜିଲ୍ଲାରେ ବି ଫଳିଲା ଷ୍ଟ୍ରବେରୀ, ବଜାରରେ ବିକ୍ରିକରି ବେଶ ଲାଭ ପାଉଛନ୍ତି ଚାଷୀ

ଦେଶୀ ଜଳବାୟୁରେ ବିଦେଶୀ ଫଳ। ବିଦେଶୀ ଫଳକୁ ଫଳେଇବାରେ ସଫଳ ହୋଇଛି ଉଦ୍ୟାନ ବିଭାଗ । ନୟାଗଡ ଜିଲ୍ଲାର ୮ ଜଣ ଚାଷୀଙ୍କୁ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିବାକୁ ଚାରା ଯୋଗାଇ ଦିଆଗଲା । ଚାଷୀମାନେ ସଫଳତାର ସହ ଲାଲ ଟହ ଟହ ଷ୍ଟ୍ରବେରୀ ଫଳ ଫଳାଇଛନ୍ତି । ଷ୍ଟ୍ରବେରୀକୁ ବଜାରରେ ବିକ୍ରିକରି ବେଶ ଲାଭ ପାଉଛି ଚାଷୀ ।

ପାହାଡ଼ ଜଙ୍ଗଲ ଘେରା ନୟାଗଡ ଜିଲ୍ଲା । ଜିଲ୍ଲାବାସୀ ପ୍ରାୟତଃ ଚାଷ ଉପରେ ନିର୍ଭର କରନ୍ତି । ଏହାରି ଭିତରେ ନୟାଗଡ ଜିଲ୍ଲାର ୨ ଜଣ ଚାଷୀ ଚର୍ଚ୍ଚାରେ ଅଛନ୍ତି । ଏଭଳି ଜଣେ ସଫଳ ଚାଷୀ ହେଉଛନ୍ତି ଅବସର ପ୍ରାପ୍ତ DFO ସୁରେଶ କୁମାର ହୋତା। ତାଙ୍କର ୮ ଏକର ଜମିରୁ ୪ ଏକର ଜମିରେ ଡ୍ରାଗନ ଫଳ ଲଗାଇ ପୂର୍ବରୁ ଚର୍ଚ୍ଚାରେ ଥିଲେ । ଯେଉଁ ଜମିରେ ଡ୍ରାଗନ ଚାଷ କରୁଛନ୍ତି ସେଠାରେ ହିଁ ଧାଡିକି ଧାଡି ଲଗାଇଛନ୍ତି ଷ୍ଟ୍ରବେରୀ ଚାରା । ଲାଲ ଟହ ଟହ ଷ୍ଟ୍ରବେରୀ ଫଳାଇ ସଫଳ ହୋଇଛନ୍ତି । ସେଭଳି ଅନ୍ୟ ଜଣେ ଚାଷୀ ହେଉଛନ୍ତି ଉଦ୍ୟାନ ବିଭାଗର ଅବସର ପ୍ରାପ୍ତ ସହ ନିର୍ଦେଶକ ତାରେଶ୍ୱର ପାଣି । ତାଙ୍କର ଏକ ଏକରରୁ କମ ଜମିରେ ଷ୍ଟ୍ରବେରୀ ଚାଷ କରିଥିଲେ । ଅରଗାନିକ ପ୍ରଣାଳୀରେ ଚାଷ କରୁଛନ୍ତି । କୌଣସି ରାସାୟନିକ ପଦାର୍ଥ ଚାଷରେ ବ୍ୟବହାର ହେଉନାହିଁ । ନିମପୀଡ଼ିଆ, ଜିଆ ଖତ ଓ କୀଟନାଶକ ପାଇଁ ନିମ୍ବାସ୍ତ୍ର ବ୍ୟବହାର କରାଯାଉଛି ।

ଜିଲ୍ଲା ଉଦ୍ୟାନ ବିଭାଗର ଲକ୍ଷ୍ୟ ରହିଛି ଜିଲ୍ଲାରେ କିଛି ନୂଆ ଚାଷ କରି ଫଳ ଫଳାଇବେ। ୩ ବର୍ଷ ପୂର୍ବେ କନ୍ଧମାଳ, ରାୟଗଡା ଓ କୋରାପୁଟରେ ଷ୍ଟ୍ରବେରୀ ଚାଷ କରି ଚାଷୀ ବେଶ ଲାଭବାନ ହୋଇଥିଲେ । ନୟାଗଡ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ୮ ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇଥିଲା । ବାଲିଆ ମାଟିରେ ଷ୍ଟ୍ରବେରୀ ଚାଷ ଭଲ ହୋଇଥାଏ । ଉଦ୍ୟାନ ବିଭାଗ ଚାଷୀମାନଙ୍କୁ ଚାରା ଠାରୁ ଆରମ୍ଭ କରି ସମସ୍ତ ଅନୁସଙ୍ଗିକ ସାମଗ୍ରୀ ଯୋଗାଇ ଦେଇଥିଲା । ଷ୍ଟ୍ରବେରୀ ଚାଷ ରୋଜଗାରର ନୂତନ ପନ୍ଥା ପାଲଟିଛି । ଷ୍ଟ୍ରବେରୀରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ଏହା ବହୁତ ଉପକାରୀ ।

ଷ୍ଟ୍ରବେରୀ ଚାଷ ବେଶ ଲାଭଦାୟକ ଫସଲ । ଏହା ଥଣ୍ଡା ଜଳବାୟୁରେ ହୋଇଥାଏ। ନୟାଗଡ ଜିଲ୍ଲାରେ ସଫଳତାର ସହିତ ଷ୍ଟ୍ରବେରୀ ଚାଷ ହୋଇଥିବାରୁ ଆଗାମୀ ଦିନରେ ଅଧିକ ପରିମାଣରେ ଷ୍ଟ୍ରବେରୀ ଚାଷ ହେବ ବୋଲି ଆଶା କରାଯାଇଛି ।

The post ନୟାଗଡ ଜିଲ୍ଲାରେ ବି ଫଳିଲା ଷ୍ଟ୍ରବେରୀ, ବଜାରରେ ବିକ୍ରିକରି ବେଶ ଲାଭ ପାଉଛନ୍ତି ଚାଷୀ appeared first on KNews Odisha.