ଦୁର୍ଘଟଣା ପଥ ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ; ବର୍ଷ ବର୍ଷ ଧରି ସରୁନି ସମ୍ପ୍ରସାରଣ କାମ

କନକ ବ୍ୟୁରୋ : ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ । ସରୁନି ସମ୍ପ୍ରସାରଣ କାମ । ରାସ୍ତାରେ ଖାଲଖମା ହେତୁ ବାରମ୍ବାର ଘଟୁଛି ଦୁର୍ଘଟଣା । କଟକ ମଙ୍ଗୁଳି ଠାରୁ ଅନୁଗୁଳକୁ ସଂଯୋଗ କରୁଥିବା ଏହି ରାଜପଥରେ ବିଭିନ୍ନ ସ୍ଥାନରେ ଓଭର ବ୍ରିଜ୍, ପୋଲ ନିର୍ମାଣ କରାଯାଉଛି । ସେଥିପାଇଁ ରାସ୍ତାରେ ଖାଲଖମା ସୃଷ୍ଟି ହେଉଛି । ଏନଏଚଆଇ ପକ୍ଷରୁ ମରାମତି କରାଯାଉନଥିବାରୁ ଦୁର୍ଘଟଣାର ସାମ୍ନା କରିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ଯାତ୍ରୀ । ରାସ୍ତାରେ ବଡ଼ବଡ଼ ଖାଲ । ସେହି ଖାଲଖମା ଭର୍ତ୍ତି ରାସ୍ତାରେ ପ୍ରତିଦିନ ଯା'ଆସ କରୁଛି ହଜାର ହଜାର ଭାରିଯାନ ଓ ଯାତ୍ରୀବାହୀ ବସ । ଗାଡ଼ି ଯିବା ବେଳେ ଧୁଳିଧୁଆଁରେ ଦିଶୁନାହିଁ ରାସ୍ତା । ବର୍ଷା ହେଲା ସ୍ଥିତି ସାଂଘାତିକ । ବର୍ଷବର୍ଷ ଧରି ଜାତୀୟ ରାଜପଥ କାମ ଚାଲିଛି ଯେ ଚାଲିଛି, ସରୁନି । ତେଣୁ ପ୍ରତିଦିନ ରାଜପଥରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଜୀବନହାନୀ ଘଟୁଥିବା ନଜର ରହିଛି । ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥ, ୫୫ ନମ୍ବର ଜାତୀୟ ରାଜପଥ । ଏହି ରାଜପଥ ସଂପ୍ରସାରଣ କାମ ଦୀର୍ଘଦିନ ଧରି ଚାଲିଛି । ବିଭିନ୍ନ ସ୍ଥାନରେ କାମ ଧିମେଇ ଯିବାରୁ ହଇରାଣ ହେଉଛନ୍ତି ଯାତ୍ରୀ । ରାସ୍ତା ଜାମ୍‌ ଯୋଗୁଁ ଆମୁଲାନ୍ସ ଘଣ୍ଟାଘଣ୍ଟା ଧରି ଅଟକି ରହୁଥିବା ଦେଖିବାକୁ ମିଳିଛି । ସେହି ରାସ୍ତା ଦେଇ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତ ଯାତାୟତ କର

ଦୁର୍ଘଟଣା ପଥ ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ; ବର୍ଷ ବର୍ଷ ଧରି ସରୁନି ସମ୍ପ୍ରସାରଣ କାମ

କନକ ବ୍ୟୁରୋ : ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ । ସରୁନି ସମ୍ପ୍ରସାରଣ କାମ । ରାସ୍ତାରେ ଖାଲଖମା ହେତୁ ବାରମ୍ବାର ଘଟୁଛି ଦୁର୍ଘଟଣା । କଟକ ମଙ୍ଗୁଳି ଠାରୁ ଅନୁଗୁଳକୁ ସଂଯୋଗ କରୁଥିବା ଏହି ରାଜପଥରେ ବିଭିନ୍ନ ସ୍ଥାନରେ ଓଭର ବ୍ରିଜ୍, ପୋଲ ନିର୍ମାଣ କରାଯାଉଛି । ସେଥିପାଇଁ ରାସ୍ତାରେ ଖାଲଖମା ସୃଷ୍ଟି ହେଉଛି । ଏନଏଚଆଇ ପକ୍ଷରୁ ମରାମତି କରାଯାଉନଥିବାରୁ ଦୁର୍ଘଟଣାର ସାମ୍ନା କରିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ଯାତ୍ରୀ ।

ରାସ୍ତାରେ ବଡ଼ବଡ଼ ଖାଲ । ସେହି ଖାଲଖମା ଭର୍ତ୍ତି ରାସ୍ତାରେ ପ୍ରତିଦିନ ଯା'ଆସ କରୁଛି ହଜାର ହଜାର ଭାରିଯାନ ଓ ଯାତ୍ରୀବାହୀ ବସ । ଗାଡ଼ି ଯିବା ବେଳେ ଧୁଳିଧୁଆଁରେ ଦିଶୁନାହିଁ ରାସ୍ତା । ବର୍ଷା ହେଲା ସ୍ଥିତି ସାଂଘାତିକ । ବର୍ଷବର୍ଷ ଧରି ଜାତୀୟ ରାଜପଥ କାମ ଚାଲିଛି ଯେ ଚାଲିଛି, ସରୁନି । ତେଣୁ ପ୍ରତିଦିନ ରାଜପଥରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଜୀବନହାନୀ ଘଟୁଥିବା ନଜର ରହିଛି ।

ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥ, ୫୫ ନମ୍ବର ଜାତୀୟ ରାଜପଥ । ଏହି ରାଜପଥ ସଂପ୍ରସାରଣ କାମ ଦୀର୍ଘଦିନ ଧରି ଚାଲିଛି । ବିଭିନ୍ନ ସ୍ଥାନରେ କାମ ଧିମେଇ ଯିବାରୁ ହଇରାଣ ହେଉଛନ୍ତି ଯାତ୍ରୀ । ରାସ୍ତା ଜାମ୍‌ ଯୋଗୁଁ ଆମୁଲାନ୍ସ ଘଣ୍ଟାଘଣ୍ଟା ଧରି ଅଟକି ରହୁଥିବା ଦେଖିବାକୁ ମିଳିଛି । ସେହି ରାସ୍ତା ଦେଇ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତ ଯାତାୟତ କରୁଛନ୍ତି । କିନ୍ତୁ ସମସ୍ତେ ନିରବ ଦ୍ରଷ୍ଟା ସାଜିଛନ୍ତି । ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ କୌଣସି ପଦକ୍ଷପ ନେଉନଥିବା ଅଭିଯୋଗ ହୋଇଛି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରାନାହିଁ ।