ଦୁର୍ଘଟଣା ହେଲା; ପାଖରୁ ଛୁଇଁ ଚାଲିଗଲା ମୃତ୍ୟୁ...ଦେଖନ୍ତୁ ଭିଡିଓ
ଦୁଇ ଜଣ ମହିଳା ରାସ୍ତାର ଗୋଟିଏ କଡ଼ରେ ଛିଡ଼ା ହୋଇଥିଲେ। ହେଲେ ହଠାତ୍ ପଛପଟୁ ଏକ ଦ୍ରୁତଗତିରେ ହାଇୱା ମାଡ଼ି ଆସିଥିଲା। କେହି କିଛି ବୁଝିବା ପୂର୍ବରୁ, କିଛି ସତର୍କ ହେବା ପୂର୍ବରୁ ହାଇୱା ଧକ୍କା ଦେଇଥିଲା।
ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଯଦି ଭଗବାନ ଆପଣଙ୍କୁ ସୁରକ୍ଷା ଦେଉଛି ତାହେଲେ ମୃତ୍ୟୁ ବି କିଛି ବି କରିପାରିବନି। ଏକଥା ସତ ଭାବେ ପ୍ରମାଣିତ ହୋଇଛି। ଦୁର୍ଘଟଣା ହେଲା, ଗାଡ଼ି ଚଢ଼ି ବି ଗଲା। ତଥାପି କିଛି ହେଲାନି, ଅଳ୍ପକେ ବର୍ତ୍ତିଗଲା ଦୁଇ ଜୀବନ। ସତେ ଯେମିତି ଅତି ପାଖରୁ ମୃତ୍ୟୁ ଛୁଇଁ ଚାଲିଗଲା।
କେନ୍ଦୁଝର ବଡ଼ବିଲ ସହର ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଗୁରୁବାର ହୋଇଛି ଏପରି ଘଟଣା। ଯାହାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଥିଲେ। ଦୁଇ ଜଣ ମହିଳା ରାସ୍ତାର ଗୋଟିଏ କଡ଼ରେ ଛିଡ଼ା ହୋଇଥିଲେ। ହେଲେ ହଠାତ୍ ପଛପଟୁ ଏକ ଦ୍ରୁତଗତିରେ ହାଇୱା ମାଡ଼ି ଆସିଥିଲା। କେହି କିଛି ବୁଝିବା ପୂର୍ବରୁ, କିଛି ସତର୍କ ହେବା ପୂର୍ବରୁ ହାଇୱା ଧକ୍କା ଦେଇଥିଲା।
ଏଥିରେ ଜଣେ ମହିଳା ବାମ ପଟକୁ ଛିଟିକି ପଡ଼ିଥିବା ବେଳେ ଅନ୍ୟ ଜଣେ ମହିଳା ହାଇୱାର ଠିକ୍ ମଝିରେ ପଡ଼ିଯାଇଥିଲେ। ଗାଡ଼ିଟି ଚାଲିଗଲା ପରେ ଉଭୟ ରାସ୍ତାରୁ ଉଠିଥିଲେ। ମହିଳା ଦୁଇ ଜଣ ହେଲେ ଠାକୁରାଣୀ ଅଞ୍ଚଳର ଫୁଲମତି କେରକେଟା ଓ ଦାମୁ ହଟିଂର ମମତା ପାତ୍ର। ଉଭୟ କିଛିଟା ଆହତ ହୋଇଛନ୍ତି ହେଲେ ବହୁମୂଲ୍ୟ ଜୀବନ ବଞ୍ଚି ଯାଇଛି। ଘଟଣାରେ ପୋଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଛି।