ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜରବଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଡୋଲହିଆନ ମଧ୍ୟ ପ୍ରାଣ ହରାଇଥିବା ସରକାରୀ ଗଣମାଧ୍ୟମ ସୋମବାର କହିଛି। ରିପୋର୍ଟରେ କୁହାଯାଇଛି ଯେ, ”ହେଲିକପ୍ଟର ପାଇବା ପରେ ହେଲିକପ୍ଟର ଯାତ୍ରୀଙ୍କ ଜୀବନ୍ତ ହେବାର କୌଣସି ସଂକେତ ନାହିଁ।” ଦୀର୍ଘ ୧୭ ଘଣ୍ଟାର ଅପରେଶନ ପରେ […] The post ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ appeared first on Dharitri Odia News.

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜରବଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଡୋଲହିଆନ ମଧ୍ୟ ପ୍ରାଣ ହରାଇଥିବା ସରକାରୀ ଗଣମାଧ୍ୟମ ସୋମବାର କହିଛି।

ରିପୋର୍ଟରେ କୁହାଯାଇଛି ଯେ, ”ହେଲିକପ୍ଟର ପାଇବା ପରେ ହେଲିକପ୍ଟର ଯାତ୍ରୀଙ୍କ ଜୀବନ୍ତ ହେବାର କୌଣସି ସଂକେତ ନାହିଁ।”

ଦୀର୍ଘ ୧୭ ଘଣ୍ଟାର ଅପରେଶନ ପରେ ଡ୍ରୋନ୍ ଫୁଟେଜ୍ ଅନୁଯାୟୀ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିକୁ ଖୋଜି ବାହାର କରିଥିଲେ।

ରଇସିଙ୍କ ମୃତ୍ୟୁ ସହିତ, ରାଷ୍ଟ୍ରପତି ପଦ ପାଇଁ ପରବର୍ତ୍ତୀ ଧାଡ଼ିରେ ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ମୋଖବର ରହିଛନ୍ତି। ତେବେ ଏହା ସମ୍ଭବ ହେବ ଯଦି ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖାମେନେଙ୍କ ଦ୍ୱାରା ଅନୁମୋଦନ ହୁଏ।

The post ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ appeared first on Dharitri Odia News.