ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର
ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ୟୁଜର୍ସ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଅନେକ ଏଭଳି ଘଟଣାକୁ ନିନ୍ଦା କରିବା ସହ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି ।
ଅଳ୍ପକେ ବର୍ତ୍ତିଲେ ଅମିତ ଶାହ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଜି ସେ ବସିଥିବା ହେଲିକପ୍ଟର ଟେକଅପ ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲା । ବିହାରର ବେଗୁସରାଇରୁ ସେ ଉଡ଼ାଣ ଭରିବା ବେଳେ ଏପରି ଘଟଣା ଘଟିଥିଲା । କିନ୍ତୁ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ଶାହଙ୍କ ହେଲିକପ୍ଟରର ପାଇଲଟ ସ୍ଥିତିକୁ ସମ୍ଭାଳି ନେଇଥିଲେ। ଏହାପରେ ହେଲିକପ୍ଟରଟି ସ୍ୱାଭାବିକ ଢଙ୍ଗରେ ଉଡ଼ାଣ ଭରିଥିଲା।
ତେବେ ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ୟୁଜର୍ସ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଅନେକ ଏଭଳି ଘଟଣାକୁ ନିନ୍ଦା କରିବା ସହ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି ।
ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଅମିତ ଶାହ ବସିଥିବା ହେଲିକପ୍ଟରଟି ବେଗୁସରାଇର ଅସ୍ଥାୟୀ ହେଲିପ୍ୟାଡରୁ ଉଡ଼ାଣ ଭରିବା ଆରମ୍ଭ କରିଥିଲା। କିନ୍ତୁ ଟେକଅପ ବେଳେ ଏହା ନିୟନ୍ତ୍ରଣ ହରାଇଥିଲା। ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଡାହାଣ ପଟକୁ ଚାଲି ଯାଇଥିଲା। ଏଥିସହ ଏହାର ଆଗ ପଟ ମଧ୍ୟ ତଳେ ପିଟି ହେବା ସ୍ଥିତିକୁ ଚାଲି ଆସିଥିଲା। କିଛି ସେକେଣ୍ଡ ଧରି ହେଲିକପ୍ଟରଟି ନିୟନ୍ତ୍ରଣ ବାହାରେ ଉଡ଼ିଥିଲେ ମଧ୍ୟ ପାଇଲଟ ଜଣଙ୍କ କୌଣସି ଅଘଟଣ ପୂର୍ବରୁ ଏହାକୁ ସମ୍ଭାଳି ନେଇଥିଲେ। ଏହାପରେ ସେ ହେଲିକପ୍ଟରକୁ ଠିକଣା ମାର୍ଗରେ ଉଡ଼ାଇ ନେଇଥିଲେ।