ଦୁର୍ଘଟଣାରେ ଆଖ ବୁଜିଲେ ଯୁବ ଇଞ୍ଜିନିୟର; ଚକ୍ଷୁ ଦାନ କଲେ ପରିବାର ଲୋକେ
ନୀଳଗିରି: ଘରେ ପିଠାପଣା ଓ ସଜବାଜରେ ପୁରି ଉଠୁଥିଲା। ରଜ ଉତ୍ସବ ପାଳନ ପାଇଁ ପରିବାର ଲୋକେ ବେଶ ଖୁସି ମନାଉଥିଲେ। ହେଲେ ହଠାତ ଏଭଳି ଅଶୁଭ ଖବର ଆସିଲା, ଯାହାକୁ ଶୁଣି ପରିବାରରେ ସମସ୍ତଙ୍କ ପାଦ ତଳୁ ମାଟିଖସି ଯାଇଥିଲା। ନୀଳଗିରି ଥାନା ଅଧୀନସ୍ଥ ଗୋପିନାଥପୁର ଗ୍ରାମର କୃତିବାସ ନନ୍ଦଙ୍କ ପୁଅ ସୌମ୍ୟରଞ୍ଜନ (ବିକି)ଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କର ବୟସ ୨୮ ବର୍ଷ।ସୂଚନା ଅନୁଯାୟୀ ଶ୍ରୀ ନନ୍ଦ ପେଶାରେ ଜଣେ ଯୁବ ଇଞ୍ଜିନିୟର ଭାବେ ଜିଓ ଟାୱାର କମ୍ପାନୀରେ ଫିଲ୍ଡ ଅଫିସର ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିଲେ। ଗତ ୧୩ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ଆଳୀ ଅଞ୍ଚଳକୁ କମ୍ପାନୀ କାମରେ ନିଜ ବାଇକରେ ଯାଇଥିଲେ। ସେଠାରୁ କାମସାରି କେନ୍ଦ୍ରାପଡ଼ା ନିଜ ଭଡ଼ା ଘରକୁ ଗତକାଲି ରାତ୍ରୀ ୧୦.୩୦ସମୟରେ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ନିକଟରେ ଏକ ଭାରିଯାନ ପଛପଟୁ ଧକ୍କା ଦେଇଥିଲା।ଫଳରେ ସୌମ୍ୟରଞ୍ଜନ ଗୁରୁତର ହୋଇ ରାସ୍ତାରେ ପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପଟ୍ଟାମୁଣ୍ଡାଇ ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଆଶୁ ଚିକିତ୍ସା ପରେ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ପରିବାର ସମେତ କମ୍ପାନୀ କର୍ମଚାରୀ କେନ୍ଦ୍ରାପଡ଼ା ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନ ମୃତ୍ୟୁ ହୋଇଥିଲା। ସେପଟେ ପୁଅକୁ ହରାଇବା
ନୀଳଗିରି: ଘରେ ପିଠାପଣା ଓ ସଜବାଜରେ ପୁରି ଉଠୁଥିଲା। ରଜ ଉତ୍ସବ ପାଳନ ପାଇଁ ପରିବାର ଲୋକେ ବେଶ ଖୁସି ମନାଉଥିଲେ। ହେଲେ ହଠାତ ଏଭଳି ଅଶୁଭ ଖବର ଆସିଲା, ଯାହାକୁ ଶୁଣି ପରିବାରରେ ସମସ୍ତଙ୍କ ପାଦ ତଳୁ ମାଟିଖସି ଯାଇଥିଲା। ନୀଳଗିରି ଥାନା ଅଧୀନସ୍ଥ ଗୋପିନାଥପୁର ଗ୍ରାମର କୃତିବାସ ନନ୍ଦଙ୍କ ପୁଅ ସୌମ୍ୟରଞ୍ଜନ (ବିକି)ଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କର ବୟସ ୨୮ ବର୍ଷ।
ସୂଚନା ଅନୁଯାୟୀ ଶ୍ରୀ ନନ୍ଦ ପେଶାରେ ଜଣେ ଯୁବ ଇଞ୍ଜିନିୟର ଭାବେ ଜିଓ ଟାୱାର କମ୍ପାନୀରେ ଫିଲ୍ଡ ଅଫିସର ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିଲେ। ଗତ ୧୩ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ଆଳୀ ଅଞ୍ଚଳକୁ କମ୍ପାନୀ କାମରେ ନିଜ ବାଇକରେ ଯାଇଥିଲେ। ସେଠାରୁ କାମସାରି କେନ୍ଦ୍ରାପଡ଼ା ନିଜ ଭଡ଼ା ଘରକୁ ଗତକାଲି ରାତ୍ରୀ ୧୦.୩୦ସମୟରେ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ନିକଟରେ ଏକ ଭାରିଯାନ ପଛପଟୁ ଧକ୍କା ଦେଇଥିଲା।
ଫଳରେ ସୌମ୍ୟରଞ୍ଜନ ଗୁରୁତର ହୋଇ ରାସ୍ତାରେ ପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପଟ୍ଟାମୁଣ୍ଡାଇ ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଆଶୁ ଚିକିତ୍ସା ପରେ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ପରିବାର ସମେତ କମ୍ପାନୀ କର୍ମଚାରୀ କେନ୍ଦ୍ରାପଡ଼ା ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନ ମୃତ୍ୟୁ ହୋଇଥିଲା। ସେପଟେ ପୁଅକୁ ହରାଇବା ପରେ କାନ୍ଦରେ ଫାଟି ପଡୁଛି ସାରା ପରିବାର। ଶେଷରେ ପରିବାର ଲୋକ ତାଙ୍କର ଆଖି ଦୁଇଟିକୁ ହସ୍ପିଟାଲକୁ ଦାନ କରିଥିଲେ। ଶୁକ୍ରବାର ଶବବ୍ୟବଛେଦ ପରେ ମୃତ ଇଞ୍ଜିନିୟର ସୌମ୍ୟଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ୨୦୧୧/୧୨ମସିହାରେ ନୀଳଗିରି କଲେଜର ଏନଏସୟୁଆଇର ସାଂସ୍କୃତିକ ସମ୍ପାଦକ ଥିଲେ। ଖବରପାଇ ନୀଳଗିରି ଏନଏସୟୁଆଇ ଛାତ୍ର ସଂଗଠନର ପ୍ରିତିଶଙ୍କର ମହାପାତ୍ର, ଜଗଦେବ ବେହେରା, ନୀଳମାଧବ ଦାସ ଓ ତୁଷାର ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ।