ଦୁର୍ଘଟଣାରେ ମୁଦ୍ରା ସଗ୍ରାହକଙ୍କ ଚାଲିଗଲା ଜୀବନ

ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅଧୀନ ନଦୀପଡ଼ା(ଡାଙ୍ଗ) ନିବାସୀ ଗୋବର୍ଦ୍ଧନ ତ୍ରିପାଠୀ(୬୯)ଙ୍କ ଗୁରୁବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କୌଣସି ଏକ କାମ ସାରି ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ବରଗଡ଼ ହଳଦୀପାଲି ଛକଠାରେ ଏକ ଟ୍ରକ ସହ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାମାଜିକ ଅନୁଷ୍ଠାନ ନିଷ୍ଠା ପରିବାରର ଅନୁରୋଧକୁ ରକ୍ଷା କରି ତାଙ୍କ ଏକମାତ୍ର […] The post ଦୁର୍ଘଟଣାରେ ମୁଦ୍ରା ସଗ୍ରାହକଙ୍କ ଚାଲିଗଲା ଜୀବନ appeared first on Dharitri Odia News.

ଦୁର୍ଘଟଣାରେ ମୁଦ୍ରା ସଗ୍ରାହକଙ୍କ ଚାଲିଗଲା ଜୀବନ

ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅଧୀନ ନଦୀପଡ଼ା(ଡାଙ୍ଗ) ନିବାସୀ ଗୋବର୍ଦ୍ଧନ ତ୍ରିପାଠୀ(୬୯)ଙ୍କ ଗୁରୁବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କୌଣସି ଏକ କାମ ସାରି ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ବରଗଡ଼ ହଳଦୀପାଲି ଛକଠାରେ ଏକ ଟ୍ରକ ସହ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାମାଜିକ ଅନୁଷ୍ଠାନ ନିଷ୍ଠା ପରିବାରର ଅନୁରୋଧକୁ ରକ୍ଷା କରି ତାଙ୍କ ଏକମାତ୍ର ପୁଅ ଅଶୋକ ତ୍ରୀପାଠୀ ଓ ପୁତୁରା କିଶୋର, ମନୋଜ ଚକ୍ଷୁଦାନ ପାଇଁ ରାଜି ହୋଇଥିଲେ।

ଚକ୍ଷୁ ଦାନ ସମୟରେ ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ବିଦ୍ୟାଧର ଭୋଇ, ସଙ୍କେତ ଆଠଘରା, ପ୍ରମୋଦ ପାଢ଼ୀ ଓ ତାଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ଚକ୍ଷୁ ବ୍ୟାଙ୍କର ସୁନୀଲ ସା ପରିବାର ଲୋକଙ୍କୁ ଚକ୍ଷୁଦାନ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ସ୍ବର୍ଗତ ତ୍ରିପାଠୀ ତାଙ୍କ ଦ୍ୱାରା ସଂଗୃହିତ ସମସ୍ତ ସ୍ମାରକୀଗୁଡ଼ିକୁ ନିଷ୍ଠା ପରିବାରକୁ ସ୍ବଇଚ୍ଛାରେ ଲୋକଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ । ଅନେକ ସ୍ଥାନରେ ସ୍କୁଲ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ତାହା ପ୍ରଦର୍ଶିତ କରାଯାଇଥିଲା।

The post ଦୁର୍ଘଟଣାରେ ମୁଦ୍ରା ସଗ୍ରାହକଙ୍କ ଚାଲିଗଲା ଜୀବନ appeared first on Dharitri Odia News.