ସାମ୍ନାକୁ ଆସିଲା ପହଲଗାମ ଆତଙ୍କୀର ପ୍ରଥମ ଫଟୋ, ସେନାର ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ ୨୩।୦୪; ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଆତଙ୍କୀ ପଠାନି ସୁଟ୍ ପିନ୍ଧିଥିବା ଏବଂ ତାଙ୍କ ହାତରେ ଏକ ଅସ୍ତ୍ରଶସ୍ତ୍ର ଥିବାର ଦେଖାଯାଇଥିଲା। ଆକ୍ରମଣ ପୂର୍ବରୁ ଆତଙ୍କବାଦୀମାନେ ଏକ ସମ୍ପୂର୍ଣ୍ଣ ଯୋଜନା କରିଥିଲେ। ଆକ୍ରମଣ ପରେ ସେମାନେ କେଉଁ ରାସ୍ତା ଦେଇ ଯିବେ ତାହା ମଧ୍ୟ ସ୍ଥିର କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ବିଦେଶୀ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।ମଙ୍ଗଳବାର ଅପରାହ୍ନରେ ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ପ୍ରଥମେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରିଥିଲେ ଏବଂ ପରେ ଗୁଳି କରିଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ସ୍ଥାନ ଛାଡି ଦେଇଥିଲେ । ଏବେ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ସେ ଏକ ପଠାନି ସୁଟ୍ ପିନ୍ଧିଥିବାର ଦେଖାଯାଉଛି। ଏହି ଫଟୋ ସାହାଯ୍ୟରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ବହୁତ ତଥ୍ୟ ମିଳିପାରିବ । ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ସେନା ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏନଆଇଏ ଦଳ ଶ୍ରୀନଗରରେ ପହଞ୍ଚି ସାରିଛନ୍ତି ଏବଂ ଫୋରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଜାମ୍ମୁ ପୋଲି

ସାମ୍ନାକୁ ଆସିଲା ପହଲଗାମ ଆତଙ୍କୀର ପ୍ରଥମ ଫଟୋ, ସେନାର ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ ୨୩।୦୪; ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଆତଙ୍କୀ ପଠାନି ସୁଟ୍ ପିନ୍ଧିଥିବା ଏବଂ ତାଙ୍କ ହାତରେ ଏକ ଅସ୍ତ୍ରଶସ୍ତ୍ର ଥିବାର ଦେଖାଯାଇଥିଲା। ଆକ୍ରମଣ ପୂର୍ବରୁ ଆତଙ୍କବାଦୀମାନେ ଏକ ସମ୍ପୂର୍ଣ୍ଣ ଯୋଜନା କରିଥିଲେ। ଆକ୍ରମଣ ପରେ ସେମାନେ କେଉଁ ରାସ୍ତା ଦେଇ ଯିବେ ତାହା ମଧ୍ୟ ସ୍ଥିର କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ବିଦେଶୀ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।

ମଙ୍ଗଳବାର ଅପରାହ୍ନରେ ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ପ୍ରଥମେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରିଥିଲେ ଏବଂ ପରେ ଗୁଳି କରିଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ସ୍ଥାନ ଛାଡି ଦେଇଥିଲେ । ଏବେ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ସେ ଏକ ପଠାନି ସୁଟ୍ ପିନ୍ଧିଥିବାର ଦେଖାଯାଉଛି। ଏହି ଫଟୋ ସାହାଯ୍ୟରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ବହୁତ ତଥ୍ୟ ମିଳିପାରିବ । 

ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ 

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ସେନା ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏନଆଇଏ ଦଳ ଶ୍ରୀନଗରରେ ପହଞ୍ଚି ସାରିଛନ୍ତି ଏବଂ ଫୋରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଜାମ୍ମୁ ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି ଏବଂ ହେଲିକପ୍ଟର ସାହାଯ୍ୟରେ ସନ୍ଧାନ ଜାରି ରହିଛି। ସେନାର ସୈନିକମାନେ ମଧ୍ୟ ଡ୍ରୋନ୍ ବ୍ୟବହାର କରୁଛନ୍ତି। ଭାରତୀୟ ସେନା ସାମ୍ନାରେ ALH ଧ୍ରୁବ ହେଲିକପ୍ଟର ନିୟୋଜିତ କରିଛି।