ଦୁର୍ଘଟଣାରେ ମୃତ୍ୟୁ ପରେ ପୁଅର ଅଙ୍ଗ ଦାନ କଲେ ପରିବାର ଲୋକେ
ନୟାଗଡ : ପୁଅର ଶବକୁ ଧରି ମୁଣ୍ଡ ବାଡ଼େଇ କାନ୍ଦୁଛି ମା’ । ଆଉ ବୋଉ ବୋଲି କିଏ ଡାକିବ । ଭୋକ ଲାଗୁଛି ଖାଇବାକୁ ଦେ ବୋଉ କିଏ ଆଉ ମାଗିବ । ଯୁଆଡ଼େ ଗଲେ ଆସିଲେ ବୋଉ ବୋଉ କହିବ କିଏ । ଆଉ ଶୁଭିବନି ପୁଅ ପାଟିରୁ ବୋଉ ଡାକ । ଏସବୁ କଥା କହି ଧୈର୍ଯ୍ୟହରା ହୋଇପଡ଼ୁଛି ମା’, ଚେତା ରହୁନି ତା’ର । ପୁଅର ବିୟୋଗକୁ କେମିତି ବା ସହିବ […] The post ଦୁର୍ଘଟଣାରେ ମୃତ୍ୟୁ ପରେ ପୁଅର ଅଙ୍ଗ ଦାନ କଲେ ପରିବାର ଲୋକେ appeared first on KNews Odisha.

ନୟାଗଡ : ପୁଅର ଶବକୁ ଧରି ମୁଣ୍ଡ ବାଡ଼େଇ କାନ୍ଦୁଛି ମା’ । ଆଉ ବୋଉ ବୋଲି କିଏ ଡାକିବ । ଭୋକ ଲାଗୁଛି ଖାଇବାକୁ ଦେ ବୋଉ କିଏ ଆଉ ମାଗିବ । ଯୁଆଡ଼େ ଗଲେ ଆସିଲେ ବୋଉ ବୋଉ କହିବ କିଏ । ଆଉ ଶୁଭିବନି ପୁଅ ପାଟିରୁ ବୋଉ ଡାକ । ଏସବୁ କଥା କହି ଧୈର୍ଯ୍ୟହରା ହୋଇପଡ଼ୁଛି ମା’, ଚେତା ରହୁନି ତା’ର । ପୁଅର ବିୟୋଗକୁ କେମିତି ବା ସହିବ ମା’ । ଦୁର୍ଘଟଣାରେ ପୁଅ ମୃତ୍ୟୁ ହୋଇଛି ଏ ଖବର ଶୁଣି ମା’ର ଛାତି ଫାଟି ପଡ଼ୁଛି । ବାପା ମଧ୍ୟ ଭେଣ୍ଡିଆ ପୁଅକୁ ହରାଇ ଆଖିରୁ ଲୁହ ଗଡ଼ାଇବା ଛଡ଼ା ତା ପକ୍ଷେ ଅନ୍ୟ କିଛି ବାଟ ନାହିଁ । ପୁଅ ସିନା ମରିଗଲା ବାପା ଚିନ୍ତା କଲା ଅନ୍ୟ ଏକ ଜୀଵନ ବଞ୍ଚାଇବା ପାଇଁ । ପୁଅ ମୁତ୍ୟୁ ପରେ ବାପା ପୁଅର ଯକୃତକୁ ଦାନ କରିଛି । ଆଉ ଜଣଙ୍କ ଜୀଵନ ବଞ୍ଚାଇଛି । ଏଭଳି ଜଣେ ବାପା ହେଉଛନ୍ତି ନୟାଗଡ ପୁରୁଣା ସହର ବାସି ପପି ସାହୁ ।
ନୟାଗଡ ପୁରୁଣା ସହର ବାସି ପପି ସାହୁ । ତାଙ୍କର ପରିବାର କହିଲେ ତାଙ୍କ ସ୍ତ୍ରୀ ଗୋଟେ ପୁଅ ଓ ଗୋଟେ ଝିଅ । ବେଶ ହସ ଖୁସିର ସଂସାର ଚାଲିଥିଲା । କିନ୍ତୁ ଏହି ହସଖୁସିର ସଂସାରରେ ସତେ ଯେପରି କାହାର ନଜର ଲାଗିଗଲା । ପୁଅ ଶିବୁନ ସିଦ୍ଧାର୍ଥ ସାହୁ । ଚଳିତ ମାସ ୭ ତାରିଖରେ ତାଙ୍କ ଗଣିଆ ଥାନା ଅନ୍ତର୍ଗତ ଛାମୁଣ୍ଡିଆ ମାଉସୀ ଘରକୁ ଯାଇଥିଲା । ସେହି ରାତି ହେଲା ତା ପାଇଁ କାଳ ରାତି । ୨ ମହଲା ଛାତରେ ଶୌଚ କରିବାକୁ ଆସିଥିଲେ । ଆଖିରେ ଆଖିଏ ନିଦରେ ଅସାବଧାନତା ଯୋଗୁ ଗୋଡ଼ ଖସିଯାଇଥିଲା । ତାଙ୍କ ମୁଣ୍ଡ ଓ ମେରୁଦଣ୍ଡରେ ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରର ଏମ୍ସ ରେ ଚିକିତ୍ସିତ କରୁଥିଲେ । ବୁଧବାର ଦିନ ତାଙ୍କର ମୁତ୍ୟୁ ଘଟିଥିଲା ।
ପୁଅର ମୃତ୍ୟୁ ଖବର ଶୁଣି ପରିବାରରେ ଖେଳି ଯାଇଥିଲା ଶୋକ ର ଛାୟା । ଗୋଟିଏ ବୋଲି ପୁଅକୁ ହରାଇ ଦୁଃଖରେ ବାପା ମା ଭାଙ୍ଗି ପଡ଼ିଥିଲେ । ସେହି ସମୟରେ ଡାକ୍ତର ବାପା ପପି ସାହୁଙ୍କୁ ଡାକି ପୁଅର ଅଙ୍ଗ ଦାନ କରିବାକୁ କହିଥିଲେ । ପରିବାର ଲୋକ ଶୁଣି କେହି ରାଜିନଥିଲେ । ବାପା ସମସ୍ତଙ୍କୁ ବୁଝାଇ କହିଥିଲେ ମୋ ପୁଅ ଅକାଳ ରେ ଚାଲିଗଲା । ତାହାର ଅଙ୍ଗଦାନ କରି କାହାର ଜୀଵନ ବଞ୍ଚୁଛି ତାହା ଆମ ପାଇଁ ମଣିଷ ପଣିଆ । ପୁଅର ଯକୃତ ଦାନ କରି ଆଉ ଏକ ଜୀଵନ ବଞ୍ଚାଇ ପାରିଲେ ହୁଏତ ମୋ ପୁଅର ଆତ୍ମାକୁ ଶାନ୍ତି ମିଳିବ । ପରିବାର ଲୋକଙ୍କୁ ବୁଝାଇ ଅଙ୍ଗଦାନ କରିଥିଲେ । ଆଜି ଦିନ ୨ଟା ସମୟରେ ଏକ ଆମ୍ବୁଲାନ୍ସରେ ପୁଅର ମୃତ ଦେହ ଆସି ପହଞ୍ଚିଥିଲା । ସେଠାରେ ରାଷ୍ଟୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦିଆଯାଇଥିଲା । ରାମ ରାମ ସତ୍ୟହେ ଓ ଖୋଳ କ୍ରୀତନ କରି ଶ୍ମଶାନକୁ ନେଇଥିଲେ । ପୁଅର ଶବ ସଂସ୍କାର କରାଯାଇଥିଲା ।
The post ଦୁର୍ଘଟଣାରେ ମୃତ୍ୟୁ ପରେ ପୁଅର ଅଙ୍ଗ ଦାନ କଲେ ପରିବାର ଲୋକେ appeared first on KNews Odisha.