ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେଲା ଶେଷକୃତ୍ୟ

ଆଠଗଡ଼ ୧୧/୦୩: ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ । ଆଠଗଡ଼ ଅଞ୍ଚଳର କେନ୍ଦ୍ରୀୟ ସୁରକ୍ଷା ବଳର ଜଣେ ଯବାନଙ୍କ ମୃତ୍ୟୁ । ମୃତ ଯବାନ ହେଉଛନ୍ତି ଆଠଗଡ଼ ଥାନା ଅରଖପାଟଣ ମୁକ୍ତାଦେଇପୁର ଗ୍ରାମର ସତ୍ୟବାନ ବେହେରା । ଗତ ୨୦୧୭ ମସିହା ରେ ସେ ସିଆରପିଏଫ୍‌ରେ କନଷ୍ଟେବଳ ଭାବରେ ଯୋଗ ଦେଇଥିଲେ । ଗତ ୨ ତାରିଖ ଦିନ ତାଙ୍କର ମୁଣ୍ଡଳୀ ତଳଗଡ ଠାରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନା ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା । ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରିବା ପରେ ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି । ଗତ ୨୦୨୧ ମସିହା ରେ ସେ ବିବାହ କରିଥିବା ବେଳେ ଘରର ବଡ଼ ପୁଅ ଥିଲେ । ତାଙ୍କର ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେଲା ଶେଷକୃତ୍ୟ

ଆଠଗଡ଼ ୧୧/୦୩: ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ । ଆଠଗଡ଼ ଅଞ୍ଚଳର କେନ୍ଦ୍ରୀୟ ସୁରକ୍ଷା ବଳର ଜଣେ ଯବାନଙ୍କ ମୃତ୍ୟୁ । ମୃତ ଯବାନ ହେଉଛନ୍ତି ଆଠଗଡ଼ ଥାନା ଅରଖପାଟଣ ମୁକ୍ତାଦେଇପୁର ଗ୍ରାମର ସତ୍ୟବାନ ବେହେରା । 

ଗତ ୨୦୧୭ ମସିହା ରେ ସେ ସିଆରପିଏଫ୍‌ରେ କନଷ୍ଟେବଳ ଭାବରେ ଯୋଗ ଦେଇଥିଲେ । ଗତ ୨ ତାରିଖ ଦିନ ତାଙ୍କର ମୁଣ୍ଡଳୀ ତଳଗଡ ଠାରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନା ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା । 

ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରିବା ପରେ ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି । ଗତ ୨୦୨୧ ମସିହା ରେ ସେ ବିବାହ କରିଥିବା ବେଳେ ଘରର ବଡ଼ ପୁଅ ଥିଲେ । ତାଙ୍କର ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।