ଦୁର୍ଘଟଣାରେ ଶିଶୁ ମୃତ୍ୟୁ ପରେ ପରିବାର ଲୋକଙ୍କ ପ୍ରତିବାଦ; ମୃତଦେହ ରଖି ରାସ୍ତାରେ ଧାରଣା
କନକ ବ୍ୟୁରୋ: ଦୁର୍ଘଟଣାରେ ଶିଶୁ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ହାଇସ୍କୁଲ ନିକଟରେ ଗତକାଲି ସନ୍ଧ୍ୟାରେ ହାଇୱା ଧକ୍କାରେ ଶିଶୁର ମୃତ୍ୟୁ ହେଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଶିଶୁର ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ସମ୍ପର୍କୀୟ । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି । ବାପା-ପୁଅ ବାଇକରେ ଯାଉଥିବା ବେଳେ ଧକ୍କା ଦେଇଥିଲା ହାଇୱା । ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ବାପାକୁ ପ୍ରଥମେ କୋକସରା ଡାକ୍ତରଖାନା ପରେ ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା । ସୂଚନା ଅନୁସାରେ ଶାଗବାହିଲି ଗାଁର ହୃଷୀକେଶ ନାଏକ ପୁଅ ଶିଶୁପୁତ୍ର କ୍ଷୀରୋଦ ନାଏକ ଡୋଙ୍ଗରିଗୁଡା ସ୍ଥିତ ଶସୁର ଘରକୁ ଯାଉଥିଲେ । ଡ଼ହଗାଁ ହାଇସ୍କୁଲ ଛକ ନିକଟରେ ଏକ ହାଇୱା ବାଇକକୁ ପଛ ପଟରୁ ଧକ୍କା ଦେଇ ଫେରାର ହୋଇଥିଲା । ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଠାରୁ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଛି କିନ୍ତୁ ଜିଦରେ ଅଟଳ ଅଛନ୍ତି ପରିବାର ଓ ସମ୍ପର୍କୀୟ ।

କନକ ବ୍ୟୁରୋ: ଦୁର୍ଘଟଣାରେ ଶିଶୁ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ହାଇସ୍କୁଲ ନିକଟରେ ଗତକାଲି ସନ୍ଧ୍ୟାରେ ହାଇୱା ଧକ୍କାରେ ଶିଶୁର ମୃତ୍ୟୁ ହେଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଶିଶୁର ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ସମ୍ପର୍କୀୟ । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି । ବାପା-ପୁଅ ବାଇକରେ ଯାଉଥିବା ବେଳେ ଧକ୍କା ଦେଇଥିଲା ହାଇୱା । ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ବାପାକୁ ପ୍ରଥମେ କୋକସରା ଡାକ୍ତରଖାନା ପରେ ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା ।
ସୂଚନା ଅନୁସାରେ ଶାଗବାହିଲି ଗାଁର ହୃଷୀକେଶ ନାଏକ ପୁଅ ଶିଶୁପୁତ୍ର କ୍ଷୀରୋଦ ନାଏକ ଡୋଙ୍ଗରିଗୁଡା ସ୍ଥିତ ଶସୁର ଘରକୁ ଯାଉଥିଲେ । ଡ଼ହଗାଁ ହାଇସ୍କୁଲ ଛକ ନିକଟରେ ଏକ ହାଇୱା ବାଇକକୁ ପଛ ପଟରୁ ଧକ୍କା ଦେଇ ଫେରାର ହୋଇଥିଲା । ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଠାରୁ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଛି କିନ୍ତୁ ଜିଦରେ ଅଟଳ ଅଛନ୍ତି ପରିବାର ଓ ସମ୍ପର୍କୀୟ ।