ଟ୍ରୁଡୋଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଓଟାଓ୍ବା, ୨୬।୯:କାନାଡା ପାର୍ଲାମେଣ୍ଟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ବିରୋଧରେ ମୁଖ୍ୟ ବିରୋଧୀ ଦଳ କଞ୍ଜରଭେଟିଭ ପାର୍ଟି ଅଫ୍ କାନାଡାର ନେତା ପିୟରେ ପୋଲେଭ୍ରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ଫଳରେ ବୁଧବାର କାନାଡା ପାର୍ଲାମେଣ୍ଟରେ ବିଭିନ୍ନ ପ୍ରସଙ୍ଗରେ ବିତର୍କ କରାଯାଇଛି। ଏହାପରେ ଭୋଟିଂ ଅନୁଷ୍ଠିତ ହେବ। ଚଳିତ ମାସ ପ୍ରଥମ ସପ୍ତାହରେ ନ୍ୟୁ ଡେମୋକ୍ରାଟିକ୍ ପାର୍ଟି ଟ୍ରୁଡୋ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ଫଳରେ ଟ୍ରୁଡୋ ସରକାର ଅଳ୍ପମତକୁ ଆସିଥିଲା। ବିତର୍କ ସମୟରେ ପୋଲେଭ୍ରେ ଗୃହ […] The post ଟ୍ରୁଡୋଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ appeared first on Dharitri Odia News.
ଓଟାଓ୍ବା, ୨୬।୯:କାନାଡା ପାର୍ଲାମେଣ୍ଟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ବିରୋଧରେ ମୁଖ୍ୟ ବିରୋଧୀ ଦଳ କଞ୍ଜରଭେଟିଭ ପାର୍ଟି ଅଫ୍ କାନାଡାର ନେତା ପିୟରେ ପୋଲେଭ୍ରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ଫଳରେ ବୁଧବାର କାନାଡା ପାର୍ଲାମେଣ୍ଟରେ ବିଭିନ୍ନ ପ୍ରସଙ୍ଗରେ ବିତର୍କ କରାଯାଇଛି। ଏହାପରେ ଭୋଟିଂ ଅନୁଷ୍ଠିତ ହେବ। ଚଳିତ ମାସ ପ୍ରଥମ ସପ୍ତାହରେ ନ୍ୟୁ ଡେମୋକ୍ରାଟିକ୍ ପାର୍ଟି ଟ୍ରୁଡୋ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ଫଳରେ ଟ୍ରୁଡୋ ସରକାର ଅଳ୍ପମତକୁ ଆସିଥିଲା। ବିତର୍କ ସମୟରେ ପୋଲେଭ୍ରେ ଗୃହ ସଙ୍କଟ, ଅପରାଧ ନିୟନ୍ତ୍ରଣରେ ବିଫଳତା, ଜାତୀୟ ଋଣ ଦ୍ୱିଗୁଣିତ ହେବା ଆଦିକୁ ପ୍ରସଙ୍ଗ କରି ଟ୍ରୁଡୋଙ୍କୁ ଟାର୍ଗେଟ କରିଛନ୍ତି।
The post ଟ୍ରୁଡୋଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ appeared first on Dharitri Odia News.