ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ଘଟିଛି ଏହି... The post ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା ଅଭିଯୋଗ appeared first on .
ନନ୍ଦିଘୋଷ ବ୍ୟୁରୋ: ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ଯାକାଣ୍ଡ। ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କୁ କେତେକ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେରେ ହାଣିଛନ୍ତି। ଘଟଣାସ୍ଥଳରେ ହିଁ ତାର ମୃତ୍ଯୁ ହୋଇଛି। ଆଜି ସକାଳୁ ରବି ଘରେ ଥିବା ବେଳେ ତାଙ୍କ ଘର ଉପରକୁ ପ୍ରଥମେ ବୋମା ମାଡ଼ କରାଯାଇଥିଲା। ରବି ଘରୁ ବାହାରକୁ ବାହାରିବା ମାତ୍ରେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ। ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ରବି ଦାସ ନାମରେ ବିଭିନ୍ନ ଥାନାରେ ଅନେକ ସଂଗୀନ ମାମଲା ରହିଥିଲା। ହତ୍ୟା, ରାହାଜାନି, ମଦ କାରବାର ପରି ଅଭିଯୋଗ ଥିଲା। କିଛି ଦିନ ତଳେ ସେ ଜେଲରୁ ବାହାରିଥିଲା।
The post ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା ଅଭିଯୋଗ appeared first on .