ଦୁର୍ନୀତି ରୋକିବାକୁ ଟେକ୍ନୋଲଜିର ହେବ ବ୍ୟବହାର, ମଣ୍ଡିରେ ସିସିଟିଭି,ଗାଡିରେ ଜିପିଏସ୍‌ ଲାଗିବ

ଭୁବନେଶ୍ବର ୨୯/୬: ରାଜ୍ୟରେ ଦୁର୍ନୀତିକୁ ରୋକିବା ପାଇଁ ମୋହନ ସରକାରଙ୍କ ନୂଆ ପ୍ଲାନ । ଧାନ ମଣ୍ଡିରେ ଲାଗି ସିସିଟିଭି ।  ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସିସିଟିଭି ମାଧ୍ୟମରେ ସବୁ ମଣ୍ଡିରେ ଚାଲିଥିବା କାର୍ଯ୍ୟକୁ ତଦାରଖ କରାଯିବ । ସେହିପରି ମଣ୍ଡିରୁ ଧାନ ନେଇ ଯାଉଥିବା ଗାଡିରେ ଲାଗିବ GPS । ଏହାଦ୍ବାରା ଧାନ ମିଲର୍‌ ପାଖକୁ ଯାଉଛି ନା ବାଟମାରଣା ହେଉଛି ତାହା ଜଣାପଡିବ । ଏନେଇ ବିଭାଗୀୟ ଅଧିକାରୀଙ୍କ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨ ମାସ ମଧ୍ୟରେ ପ୍ଲାନ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  