ୟୁପିରେ ହୋଲି ଉତ୍ସବ ବେଳେ ବିବାଦ; ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼, ଫୁଟିଲା ଗୁଳି

ଲକ୍ଷ୍ନୌ: ହୋଲି ଉତ୍ସବରେ ବିବାଦ । ଉତ୍ତରପ୍ରଦେଶରେ ହୋଲି ସେଲିବ୍ରିସନ ବେଳେ ଫୁଟିଲା ଗୁଳି । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି । ଏଥିରେ ଦୁଇ ପକ୍ଷର କିଛି ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ପିଲିଭିତ ଅଞ୍ଚଳରେ । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର ସାରା ଦେଶ ଭାଇଚାରାର ପର୍ବ ପାଳୁଥିବା ବେଳେ ୟୁପି ପିଲିଭିତର ବରଖେଡ଼ା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହୋଲି ସେଲିବ୍ରିସନରେ ଜୋର୍ ଜୋର୍‌ରେ ଡିଜେ ବଜାଇବାକୁ ନେଇ ବିବାଦ ହୋଇଥିଲା । ପରେ ଏହା ଭୟଙ୍କର ରୂପ ଧାରଣ କରିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ସହିତ ପଥରମାଡ଼ ଏବଂ ଗୁଳିମାଡ଼ ମଧ୍ୟ ହୋଇଥିଲା । ଏଥିରେ ଦୁଇ ଗୋଷ୍ଠୀର ଅଧିକାଂଶ ଲୋକ ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମିଜ୍ୟୁକ୍ ଡିଜେ ବଜାଇବାକୁ ନେଇ ଗୋଷ୍ଠୀ ବିବାଦ ସୃଷ୍ଟି ହୋଇଥିଲା । ପରେ ପଥର ମାଡ଼ ଏବଂ ସେଲିବ୍ରିସନରେ ଗୁଳିମାଡ଼ ହୋଇଥିଲା । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହିଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେବେ ଏହି ଘଟଣାରେ ଦୁଇ ଗୋଷ୍ଠୀର କିଛି ଲୋକ ସହିତ ଅନ୍ୟ ୩ଜଣ ଆହତ ହୋଇଛନ୍ତି । ଘଟଣାରେ ପୋଲିସ ଗାଁ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚଙ୍କ ଉପସ୍ଥିତିରେ ଯାଞ୍ଚ କରୁଛି ।  

ୟୁପିରେ ହୋଲି ଉତ୍ସବ ବେଳେ ବିବାଦ; ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼, ଫୁଟିଲା ଗୁଳି

ଲକ୍ଷ୍ନୌ: ହୋଲି ଉତ୍ସବରେ ବିବାଦ । ଉତ୍ତରପ୍ରଦେଶରେ ହୋଲି ସେଲିବ୍ରିସନ ବେଳେ ଫୁଟିଲା ଗୁଳି । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି । ଏଥିରେ ଦୁଇ ପକ୍ଷର କିଛି ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ପିଲିଭିତ ଅଞ୍ଚଳରେ । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସୋମବାର ସାରା ଦେଶ ଭାଇଚାରାର ପର୍ବ ପାଳୁଥିବା ବେଳେ ୟୁପି ପିଲିଭିତର ବରଖେଡ଼ା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହୋଲି ସେଲିବ୍ରିସନରେ ଜୋର୍ ଜୋର୍‌ରେ ଡିଜେ ବଜାଇବାକୁ ନେଇ ବିବାଦ ହୋଇଥିଲା । ପରେ ଏହା ଭୟଙ୍କର ରୂପ ଧାରଣ କରିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ସହିତ ପଥରମାଡ଼ ଏବଂ ଗୁଳିମାଡ଼ ମଧ୍ୟ ହୋଇଥିଲା । ଏଥିରେ ଦୁଇ ଗୋଷ୍ଠୀର ଅଧିକାଂଶ ଲୋକ ଆହତ ହୋଇଛନ୍ତି । 

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମିଜ୍ୟୁକ୍ ଡିଜେ ବଜାଇବାକୁ ନେଇ ଗୋଷ୍ଠୀ ବିବାଦ ସୃଷ୍ଟି ହୋଇଥିଲା । ପରେ ପଥର ମାଡ଼ ଏବଂ ସେଲିବ୍ରିସନରେ ଗୁଳିମାଡ଼ ହୋଇଥିଲା । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହିଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେବେ ଏହି ଘଟଣାରେ ଦୁଇ ଗୋଷ୍ଠୀର କିଛି ଲୋକ ସହିତ ଅନ୍ୟ ୩ଜଣ ଆହତ ହୋଇଛନ୍ତି । ଘଟଣାରେ ପୋଲିସ ଗାଁ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚଙ୍କ ଉପସ୍ଥିତିରେ ଯାଞ୍ଚ କରୁଛି ।