୧୮୫ ଭାରତୀୟଙ୍କ ସମ୍ପତ୍ତି ଦେଶ ଜିଡିପିର ଏକ ତୃତୀୟାଂଶ, ଟପ୍‌ ୧୦ରେ କେବଳ ଜଣେ ମହିଳା

ନୂଆଦିଲ୍ଲୀ: ଦେଶରେ ବଢ଼ିଛନ୍ତି ଧନୀ, ବଢ଼ିଛି ଧନୀଙ୍କ ସମ୍ପତ୍ତି । କାରଣରେ ଭାରତର ଧନୀ ବ୍ୟକ୍ତିଙ୍କ ସମୁଦାୟ ସମ୍ପତ୍ତି ହୋଇଛି ୯୯.୮୬ ଲକ୍ଷ କୋଟି ଟଙ୍କା ହୋଇଛି। ସୋମବାର ଫର୍ଚ୍ୟୁନ ଇଣ୍ଡିଆ ରିପୋର୍ଟରେ ଦିଆଯାଇଛି ଏହି ତଥ୍ୟ । ତାଲିକାରେ ଭାରତର ୧୮୫ ଜଣକୁ ବଲିଓନେୟାର ବୋଲି କୁହାଯାଇଛି । ଫର୍ଚ୍ୟୁନ ଇଣ୍ଡିଆ ଓ୍ବାଟରଫିଲ୍ଡ ଆଡଭାଇଜର୍ସ ୨୦୨୪ ରାଙ୍କିଂ ଅନୁଯାୟୀ, ଭାରତର ବିଲିଓନେୟାରଙ୍କ ସମୁଦାୟ ସମ୍ପତ୍ତି ୨୦୨୨ର ୮୩୨ ବିଲିୟନ ଡଲାରରୁ ୫୦ ପ୍ରତିଶତ ଅଧିକ ହୋଇଛି। ୨୦୨୨ରେ ଭାରତରେ ବିଲିଓନେୟାରଙ୍କ ସଂଖ୍ୟା ୧୪୨ ଥିଲା। ରିପୋର୍ଟରେ କୁହାଯାଇଛି, ବୈଶ୍ବିକ ଆର୍ଥିକ ଚାଲେଞ୍ଜ ଏବଂ ଡଲାର ତୁଳନାରେ ଟଙ୍କାରେ ୫ ପ୍ରତିଶତ ହ୍ରାସ ସତ୍ତ୍ବେ ମଧ୍ୟ ଏମାନଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଭାରତର ଏହି ବିଲିଓନେୟାରଙ୍କ ସମ୍ପତ୍ତି ଏବେ ଭାରତର ଜିଡିପିର ୩୩.୮୧ ପ୍ରତିଶତ ସହ ସମାନ। ସେହିଭଳି ୨୦୨୨ରେ ବିଲିଓନେୟାରଙ୍କ ହାରାହାରି ସମ୍ପତ୍ତି ୪୬,୭୨୯ କୋଟି ଟଙ୍କା ଥିଲା ଯାହା ବଢ଼ି ୨୦୨୪ରେ ୫୩,୯୭୮ କୋଟି ଟଙ୍କା ହୋଇଛି।ଚଳିତ ବର୍ଷ ୨୯ ନୂଆ ଆରବପତିଚଳିତ ବର୍ଷ ବିଲିଓନେୟାରଙ୍କ ତାଲିକାରେ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ, ଫାର୍ମାସ୍ୟୁଟିକାଲ୍ସ ଏବଂ ପ୍ରୁଯୁକ୍ତି କ୍ଷେତ୍ର ସହ ଜଡ଼ିତ ୨୯ ନୂଆ ବିଲିଓନେୟାର ସାମିଲ ହୋଇଛନ୍ତି । ଆଉ ସେମାନଙ୍କ ସମ୍ପତ୍ତି ଆୟ ୪.୦୯ ଲକ୍ଷ କୋଟି ଟଙ୍କା ରହିଛି। ମୁକେଶ ଅମ୍ବାନୀ

୧୮୫ ଭାରତୀୟଙ୍କ ସମ୍ପତ୍ତି ଦେଶ ଜିଡିପିର ଏକ ତୃତୀୟାଂଶ, ଟପ୍‌ ୧୦ରେ କେବଳ ଜଣେ ମହିଳା

ନୂଆଦିଲ୍ଲୀ: ଦେଶରେ ବଢ଼ିଛନ୍ତି ଧନୀ, ବଢ଼ିଛି ଧନୀଙ୍କ ସମ୍ପତ୍ତି । କାରଣରେ ଭାରତର ଧନୀ ବ୍ୟକ୍ତିଙ୍କ ସମୁଦାୟ ସମ୍ପତ୍ତି ହୋଇଛି ୯୯.୮୬ ଲକ୍ଷ କୋଟି ଟଙ୍କା ହୋଇଛି। ସୋମବାର ଫର୍ଚ୍ୟୁନ ଇଣ୍ଡିଆ ରିପୋର୍ଟରେ ଦିଆଯାଇଛି ଏହି ତଥ୍ୟ । ତାଲିକାରେ ଭାରତର ୧୮୫ ଜଣକୁ ବଲିଓନେୟାର ବୋଲି କୁହାଯାଇଛି । 

ଫର୍ଚ୍ୟୁନ ଇଣ୍ଡିଆ ଓ୍ବାଟରଫିଲ୍ଡ ଆଡଭାଇଜର୍ସ ୨୦୨୪ ରାଙ୍କିଂ ଅନୁଯାୟୀ, ଭାରତର ବିଲିଓନେୟାରଙ୍କ ସମୁଦାୟ ସମ୍ପତ୍ତି ୨୦୨୨ର ୮୩୨ ବିଲିୟନ ଡଲାରରୁ ୫୦ ପ୍ରତିଶତ ଅଧିକ ହୋଇଛି। ୨୦୨୨ରେ ଭାରତରେ ବିଲିଓନେୟାରଙ୍କ ସଂଖ୍ୟା ୧୪୨ ଥିଲା। ରିପୋର୍ଟରେ କୁହାଯାଇଛି, ବୈଶ୍ବିକ ଆର୍ଥିକ ଚାଲେଞ୍ଜ ଏବଂ ଡଲାର ତୁଳନାରେ ଟଙ୍କାରେ ୫ ପ୍ରତିଶତ ହ୍ରାସ ସତ୍ତ୍ବେ ମଧ୍ୟ ଏମାନଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଭାରତର ଏହି ବିଲିଓନେୟାରଙ୍କ ସମ୍ପତ୍ତି ଏବେ ଭାରତର ଜିଡିପିର ୩୩.୮୧ ପ୍ରତିଶତ ସହ ସମାନ। ସେହିଭଳି ୨୦୨୨ରେ ବିଲିଓନେୟାରଙ୍କ ହାରାହାରି ସମ୍ପତ୍ତି ୪୬,୭୨୯ କୋଟି ଟଙ୍କା ଥିଲା ଯାହା ବଢ଼ି ୨୦୨୪ରେ ୫୩,୯୭୮ କୋଟି ଟଙ୍କା ହୋଇଛି।

ଚଳିତ ବର୍ଷ ୨୯ ନୂଆ ଆରବପତି

ଚଳିତ ବର୍ଷ ବିଲିଓନେୟାରଙ୍କ ତାଲିକାରେ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ, ଫାର୍ମାସ୍ୟୁଟିକାଲ୍ସ ଏବଂ ପ୍ରୁଯୁକ୍ତି କ୍ଷେତ୍ର ସହ ଜଡ଼ିତ ୨୯ ନୂଆ ବିଲିଓନେୟାର ସାମିଲ ହୋଇଛନ୍ତି । ଆଉ ସେମାନଙ୍କ ସମ୍ପତ୍ତି ଆୟ ୪.୦୯ ଲକ୍ଷ କୋଟି ଟଙ୍କା ରହିଛି। 

ମୁକେଶ ଅମ୍ବାନୀରେ ୧ ନମ୍ବର ଧନୀ

ଫର୍ଚ୍ୟୁନ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଗ୍ରୁପ ଚେୟାରମ୍ୟାନ ମୁକେଶ ଅମ୍ବାନୀ ୧୦.୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ତାଲିକାରେ ଟପ୍‌ରେ ଅଛନ୍ତି। ଏହା ପରେ ଦ୍ବିତୀୟ ସ୍ଥାନରେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ। ରିପୋର୍ଟରେ କୁହାଯାଇଛି ହିଣ୍ଡନବର୍ଗ ରିପୋର୍ଟ ସତ୍ତ୍ବେବି ଆଦାନୀ ଗ୍ରୁପର ସମ୍ପତ୍ତି ୧୦.୪ ଲକ୍ଷ କୋଟି ଟଙ୍କା ହୋଇଛି। 

ଟପ୍‌ ୧୦ରେ ଜଣେ ମହିଳା

ଟପ୍‌ ୧୦ ବିଲିଓନେୟାର ତାଲିକାରେ ଆଦାଣୀ ଏବଂ ଅମ୍ବାନୀଙ୍କ ବ୍ୟତତୀ ମିସ୍ତ୍ରୀ ପରିବାର, ଶିବ ନାଦର, ରାଧାକିଶନ ଦମାନୀ, ସୁନୀଲ ମିତ୍ତଲ ଏବଂ ଅଜୀମ ପ୍ରେମଜୀ ରହିଛନ୍ତି। ଜିନ୍ଦଲ ପରିବାର ମୁଖ୍ୟ ଏବଂ ଜିନ୍ଦଲ ଗ୍ରୁପ ଅଧ୍ୟକ୍ଷ ସାବିତ୍ରୀ ଦେବୀ ଜିନ୍ଦଲ ୩୩.୦୬ ବିଲିୟନ ଡଲାର ସମ୍ପତ୍ତି ସହ ଟପ୍‌ ୧୦ ତାଲିକାରେ ଏକମାତ୍ର ମହିଳା ଏବଂ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସୂଚନାଥାଉକି, ଗତ ସପ୍ତାହରେ ହୁରୂନ ଇଣ୍ଡିଆର ୨୦୨୪ ତାଲିକାରେ ଆଦାନୀଙ୍କୁ ୧୧.୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ଏସିଆର ସବୁଠୁ ଧନୀ ବ୍ୟକ୍ତି ହୋଇଥିଲେ। ଏହି ବିଲିଓନେୟାରଙ୍କ ସମ୍ପତ୍ତି ବଢ଼ିବାରେ ଶେୟାର ବଜାରର ମଧ୍ୟ ବଡ଼ ଭୂମିକା ରହିଛି।