ଦୁର୍ବୃତ୍ତ ଝାମ୍ପିନେଲେ ସୁନା-ରୁପା ଅଳଙ୍କାର ସହ ଟଙ୍କା ଭର୍ତ୍ତି ବ୍ୟାଗ୍‌

ପାରଳାଖେମୁଣ୍ଡି(ଗିରିଧାରୀ ପରିଚ୍ଛା),୨୬ା୯: ଗଜପତି ଜିଲା ମୋହନା ମୁଖ୍ୟ ବଜାରସ୍ଥିତ ଶ୍ରୀହରି ଜୁଏଲର୍ସରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। ବୁଧବାର ବିଳମ୍ବିତ ରାତିରେ ଦୋକାନ ମାଲିକ ବି. ମୋହନ ରାଓ ଆଚାରୀ ପ୍ରତିଦିନ ଭଳି ଦୋକାନ ବନ୍ଦ କରି ସମସ୍ତ ସୁନା, ରୁପା ଅଳଙ୍କାର ସହ ଟଙ୍କା ବ୍ୟାଗ୍‌ ଧରି ଘରକୁ ଯିବା ପାଇଁ ବାହାରିଥିଲେ। ଦୋକାନ ସମ୍ମୁଖରେ ବ୍ୟାଗ୍‌ଟି ଥୋଇଥିବା ବେଳେ ଦୁଇଜଣ ବାଇକ୍‌ ଲୁଟେରା ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ […] The post ଦୁର୍ବୃତ୍ତ ଝାମ୍ପିନେଲେ ସୁନା-ରୁପା ଅଳଙ୍କାର ସହ ଟଙ୍କା ଭର୍ତ୍ତି ବ୍ୟାଗ୍‌ appeared first on Dharitri Odia News.

ଦୁର୍ବୃତ୍ତ ଝାମ୍ପିନେଲେ ସୁନା-ରୁପା ଅଳଙ୍କାର ସହ ଟଙ୍କା ଭର୍ତ୍ତି ବ୍ୟାଗ୍‌

ପାରଳାଖେମୁଣ୍ଡି(ଗିରିଧାରୀ ପରିଚ୍ଛା),୨୬ା୯: ଗଜପତି ଜିଲା ମୋହନା ମୁଖ୍ୟ ବଜାରସ୍ଥିତ ଶ୍ରୀହରି ଜୁଏଲର୍ସରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। ବୁଧବାର ବିଳମ୍ବିତ ରାତିରେ ଦୋକାନ ମାଲିକ ବି. ମୋହନ ରାଓ ଆଚାରୀ ପ୍ରତିଦିନ ଭଳି ଦୋକାନ ବନ୍ଦ କରି ସମସ୍ତ ସୁନା, ରୁପା ଅଳଙ୍କାର ସହ ଟଙ୍କା ବ୍ୟାଗ୍‌ ଧରି ଘରକୁ ଯିବା ପାଇଁ ବାହାରିଥିଲେ। ଦୋକାନ ସମ୍ମୁଖରେ ବ୍ୟାଗ୍‌ଟି ଥୋଇଥିବା ବେଳେ ଦୁଇଜଣ ବାଇକ୍‌ ଲୁଟେରା ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ। କିଛି ଦିନ ଧରି ମୋହନା ଅଞ୍ଚଳରେ ସିରିଜ୍‌ ଚୋରି ଚାଲିଥିବା ବେଳେ ସୁନା ଦୋକାନରୁ ଜନ ଗହଳିପୂର୍ଣ୍ଣ ବଜାରରୁ ଲୁଟ୍‌ ହେବା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନଗୁଡ଼ିକର ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଦୁର୍ବୃତ୍ତ ଝାମ୍ପିନେଲେ ସୁନା-ରୁପା ଅଳଙ୍କାର ସହ ଟଙ୍କା ଭର୍ତ୍ତି ବ୍ୟାଗ୍‌ appeared first on Dharitri Odia News.