ଦୁର୍ବୃତ୍ତଙ୍କ ଟଣାଓଟରାରେ ଚଳନ୍ତା ସ୍କୁଟିରୁ ପଡିଲେ ଦମ୍ପତି, ପରେ ଲୁଟି ନେଇ…
ବୈଶିଙ୍ଗା,୧୫।୩:(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ହାତୀଝୁରି ଛକରେ ସ୍ପଷ୍ଟ ଦିବାଲୋକରେ ଛିନତାଇ ହୋଇଛି। ଏହି ଘଟଣାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଉଭୟ ସ୍ତ୍ରୀ-ସାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୂଚନାମୁତାବକ ବାଲେଶ୍ୱର ସହରର କୋଇଲିସାହି ଅଞ୍ଚଳର ରବୀନ୍ଦ୍ର ଦାସ ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କ ସହ ଏକ ସ୍କୁଟିରେ ବାରିପଦା ଯାଉଥିଲେ। ତେବେ ହାତୀଝୁରି ଛକ ନିକଟରେ ହଠାତ୍ ପଛପଟୁ ଦୃତ ଗତିରେ ପଲସର୍ ବାଇକ ଯୋଗେ […] The post ଦୁର୍ବୃତ୍ତଙ୍କ ଟଣାଓଟରାରେ ଚଳନ୍ତା ସ୍କୁଟିରୁ ପଡିଲେ ଦମ୍ପତି, ପରେ ଲୁଟି ନେଇ… appeared first on Dharitri Odia News.
ବୈଶିଙ୍ଗା,୧୫।୩:(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ହାତୀଝୁରି ଛକରେ ସ୍ପଷ୍ଟ ଦିବାଲୋକରେ ଛିନତାଇ ହୋଇଛି। ଏହି ଘଟଣାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଉଭୟ ସ୍ତ୍ରୀ-ସାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
ସୂଚନାମୁତାବକ ବାଲେଶ୍ୱର ସହରର କୋଇଲିସାହି ଅଞ୍ଚଳର ରବୀନ୍ଦ୍ର ଦାସ ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କ ସହ ଏକ ସ୍କୁଟିରେ ବାରିପଦା ଯାଉଥିଲେ। ତେବେ ହାତୀଝୁରି ଛକ ନିକଟରେ ହଠାତ୍ ପଛପଟୁ ଦୃତ ଗତିରେ ପଲସର୍ ବାଇକ ଯୋଗେ ଜଣେ ଯୁବକ ଆସି ଟଣାଓଟରା କରିବା ଫଳରେ ସ୍ତ୍ରୀ- ସ୍ବାମୀ ରାସ୍ତା ଉପରେ ଚଳନ୍ତା ସ୍କୁଟିରୁ ପଡ଼ି ଯାଇଥିଲେ। ଏହି ସୁଯୋଗରେ ଅଚିହ୍ନା ଦୁର୍ବୃତ୍ତ ଜଣକ ସେମାନଙ୍କଠାରୁ ଦାମି ସ୍ମାର୍ଟ ଫୋନଟିକୁ ଛଡ଼ାଇ ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଦମ୍ପତିଙ୍କୁ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ନିକଟସ୍ଥ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ଏତଲାକ୍ରମେ ବୈଶିଙ୍ଗା ପୋଲିସ ପକ୍ଷରୁ ୧୦୩ ନଂ ରେ ଏକ କେସ୍ ରୁଜୁ କରାଯାଇ ଏଏସଆଇ ସୁବ୍ରତ ସାହୁଙ୍କ ତତ୍ତ୍ବବଧାନରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପୋଲିସକୁ ଅପରାଧୀ ସମ୍ପର୍କର କୈାଣସି ସୁରାକ ମିଳିପାରିନାହିଁ।
The post ଦୁର୍ବୃତ୍ତଙ୍କ ଟଣାଓଟରାରେ ଚଳନ୍ତା ସ୍କୁଟିରୁ ପଡିଲେ ଦମ୍ପତି, ପରେ ଲୁଟି ନେଇ… appeared first on Dharitri Odia News.