ଦୁଲିପ ଟ୍ରଫିରେ ଜଲଓ୍ବା ଦେଖାଇଲେ ୨ ଯୁବ ବୋଲର, କୋଟିକୋଟିରେ ହେବେ ବିକ୍ରି

ନୂଆଦିଲ୍ଲୀ ୨୫।୦୯: ଆଉ କିଛି ଦିନର ଅପେକ୍ଷା । ଆରମ୍ଭ ହେବ ଆଇପିଏଲ୍‌ ୨୦୨୫ । ଏହାପୂର୍ବରୁ ହେବ ମେଗା ଅକ୍ସନ । ଟିମ୍‌ର ବେଷ୍ଟ ପ୍ଲେୟରଙ୍କୁ ରିଟେନ କରିବ ଫ୍ରାଞ୍ଚାଇଜ୍‌ । ଏହାବ୍ୟତୀତ ଅନ୍ୟ ପ୍ଲେୟରଙ୍କୁ କରିବ ରିଲିଜ୍‌ । କିନ୍ତୁ ଏପରି କିଛି ଅନକ୍ୟାପ ପ୍ଲେୟର ଅଛନ୍ତି, ଯାହାଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଖାସ କରି ମେଗା ଅକ୍ସନରେ ଏମାନେ ମୋଟା ଅଙ୍କରରେ ହେବେ ବିକ୍ରି ।  ୨୦୨୫ ଆଇପିଏଲ୍‌ । ମୋଟା ଅଙ୍କରେ ନିଲାମ ପାଇଁ ସବୁ ପ୍ଲେୟର କରୁଛନ୍ତି ଜୋରଦାର ପ୍ରୟାସ । ଦୁଲିପ ଟ୍ରଫିଠାରୁ ଆରମ୍ଭ କରି ଅନ୍ୟ ମ୍ୟାଚରେ ଚମକୁଛନ୍ତି ଯୁବ ପ୍ଲେୟର । ଏବେ ସାମ୍ନାକୁ ଆସିଛନ୍ତି ୨ ଦ୍ରୁତ ଯୁବ ବୋଲର । ଯିଏକି ମୋଟା ଅଙ୍କର ହେବେ ନିଲାମ । ଏମାନେ ଦୁଲିପ ଟ୍ରଫି ୨୦୨୪ରେ କରିଛନ୍ତି ଘାତକ ବୋଲିଂ । ଏମାନେ ହେଉଛନ୍ତି ଅଶ୍ରୁଳ ଏବଂ ଆକିବ ।  ଏମାନେ ଦୁଲିପ ଟ୍ରଫି ୨୦୨୪ରେ କରିଛନ୍ତି ଚମତ୍କାର ପ୍ରଦର୍ଶନ । ଆକିବ ଇଣ୍ଡିଆ ଏ ଟିମ୍‌ର ଅଂଶ । ଅନ୍ୟପଟେ  ଅଶ୍ରୁଳ ଇଣ୍ଡିଆ ସି ଟିମ୍‌ ପାଇଁ ଖେଳିଥିଲେ । ସେ ଚଳିତ ବର୍ଷ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି । ଉଭୟ ବୋଲରଙ୍କ ପର୍ଫମାନ୍ସ ଆଇପିଏଲ୍ ୨୦୨୫ ପାଇଁ ହୋଇପାରେ ବେଶ୍‌ ପ୍ରଭାବୀ । ବାସ୍ତବରେ ଇଣ୍ଡିଆ ଏ ଦୁଲିପ୍ ଟ୍ରଫି ୨୦୨୪ର ଟାଇଟଲ୍ ଜିତିଛି । ଏହା ଭାରତ ସିକୁ ୧୩୨ ରନରେ ପରାସ୍ତ କରିଛି । ଅଶ୍ରୁଳ ଇଣ୍ଡିଆ ସି ଟିମ୍‌ର ଅଂଶ। ଚଳିତ ଦୁଲିପ ଟ୍ରଫିରେ ସେ ସର୍ବାଧିକ ୱି

ଦୁଲିପ ଟ୍ରଫିରେ ଜଲଓ୍ବା ଦେଖାଇଲେ ୨ ଯୁବ ବୋଲର, କୋଟିକୋଟିରେ ହେବେ ବିକ୍ରି

ନୂଆଦିଲ୍ଲୀ ୨୫।୦୯: ଆଉ କିଛି ଦିନର ଅପେକ୍ଷା । ଆରମ୍ଭ ହେବ ଆଇପିଏଲ୍‌ ୨୦୨୫ । ଏହାପୂର୍ବରୁ ହେବ ମେଗା ଅକ୍ସନ । ଟିମ୍‌ର ବେଷ୍ଟ ପ୍ଲେୟରଙ୍କୁ ରିଟେନ କରିବ ଫ୍ରାଞ୍ଚାଇଜ୍‌ । ଏହାବ୍ୟତୀତ ଅନ୍ୟ ପ୍ଲେୟରଙ୍କୁ କରିବ ରିଲିଜ୍‌ । କିନ୍ତୁ ଏପରି କିଛି ଅନକ୍ୟାପ ପ୍ଲେୟର ଅଛନ୍ତି, ଯାହାଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଖାସ କରି ମେଗା ଅକ୍ସନରେ ଏମାନେ ମୋଟା ଅଙ୍କରରେ ହେବେ ବିକ୍ରି ।  

୨୦୨୫ ଆଇପିଏଲ୍‌ । ମୋଟା ଅଙ୍କରେ ନିଲାମ ପାଇଁ ସବୁ ପ୍ଲେୟର କରୁଛନ୍ତି ଜୋରଦାର ପ୍ରୟାସ । ଦୁଲିପ ଟ୍ରଫିଠାରୁ ଆରମ୍ଭ କରି ଅନ୍ୟ ମ୍ୟାଚରେ ଚମକୁଛନ୍ତି ଯୁବ ପ୍ଲେୟର । ଏବେ ସାମ୍ନାକୁ ଆସିଛନ୍ତି ୨ ଦ୍ରୁତ ଯୁବ ବୋଲର । ଯିଏକି ମୋଟା ଅଙ୍କର ହେବେ ନିଲାମ । ଏମାନେ ଦୁଲିପ ଟ୍ରଫି ୨୦୨୪ରେ କରିଛନ୍ତି ଘାତକ ବୋଲିଂ । ଏମାନେ ହେଉଛନ୍ତି ଅଶ୍ରୁଳ ଏବଂ ଆକିବ । 
 ଏମାନେ ଦୁଲିପ ଟ୍ରଫି ୨୦୨୪ରେ କରିଛନ୍ତି ଚମତ୍କାର ପ୍ରଦର୍ଶନ । ଆକିବ ଇଣ୍ଡିଆ ଏ ଟିମ୍‌ର ଅଂଶ । ଅନ୍ୟପଟେ  ଅଶ୍ରୁଳ ଇଣ୍ଡିଆ ସି ଟିମ୍‌ ପାଇଁ ଖେଳିଥିଲେ । ସେ ଚଳିତ ବର୍ଷ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି । ଉଭୟ ବୋଲରଙ୍କ ପର୍ଫମାନ୍ସ ଆଇପିଏଲ୍ ୨୦୨୫ ପାଇଁ ହୋଇପାରେ ବେଶ୍‌ ପ୍ରଭାବୀ । 

ବାସ୍ତବରେ ଇଣ୍ଡିଆ ଏ ଦୁଲିପ୍ ଟ୍ରଫି ୨୦୨୪ର ଟାଇଟଲ୍ ଜିତିଛି । ଏହା ଭାରତ ସିକୁ ୧୩୨ ରନରେ ପରାସ୍ତ କରିଛି । ଅଶ୍ରୁଳ ଇଣ୍ଡିଆ ସି ଟିମ୍‌ର ଅଂଶ। ଚଳିତ ଦୁଲିପ ଟ୍ରଫିରେ ସେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର । ୩ଟି ମ୍ୟାଚରେ ଅଶ୍ରୁଳ ୧୬ଟି ୱିକେଟ୍ ନେଇଥିଲେ । ତାଙ୍କୁ ଗତ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ ବେସ୍‌ ପ୍ରାଇସରେ କିଣିଥିଲା । କିନ୍ତୁ ଆଗାମୀ ଆଇପିଏଲରେ ମୋଟା ଅଙ୍କରେ ହୋଇ ପାରନ୍ତି ନିଲାମୀ । ମୁମ୍ବାଇରୁ ରିଲିଜ୍‌ ହେବା ପରେ ମେଗା ନିଲାମର ଅଂଶ ହେବେ ଅଶ୍ରୁଳ । ଆଉ ବର୍ତ୍ତମାନର ତାଙ୍କ ଫର୍ମ ଅଶ୍ରୁଳଙ୍କୁ ଦେଇପାରେ ମୋଟା ଅଙ୍କ ।  

ଆକିବ ଖାନ । ଭାରତ ଟିମ୍‌ ଏ ପାଇଁ ଖେଳୁଛନ୍ତି । ସେ ଦୁଲିପ୍ ଟ୍ରଫି ୨୦୨୪ର ୨ ମ୍ୟାଚରେ ନେଇଛନ୍ତି ୮ ୱିକେଟ୍ । ଆକିବ ଏପର୍ଯ୍ୟନ୍ତ ତାଙ୍କର ଆଇପିଏଲ୍ ଡେବ୍ୟୁ କରିବାକୁ ସକ୍ଷମ ହୋଇନାହାଁନ୍ତି । କିନ୍ତୁ ଚଳିତଥର ତାଙ୍କୁ ମିଳିପାରେ ସୁଯୋଗ । ଆକିବ ଜଣେ ଦ୍ରୁତ ବୋଲର ଏବଂ ଏଥର ସେ ନିଜ ସ୍ପିଡ୍‌ରେ ନିଜକୁ କରିଛନ୍ତି ପ୍ରମାଣ । ପ୍ରଥମ ଶ୍ରେଣୀରେ ଆକିବ ନେଇଛନ୍ତି ୩୭ଟି ୱିକେଟ୍ । ଲିଷ୍ଟ ଏରେ ୧୪ଟି ୱିକେଟ୍ ନିଆଯାଇଛି । ଘରୋଇ ଟି-୨୦ ମ୍ୟାଚ୍‌ରେ ସେ ୪ଟି ୱିକେଟ୍ ନେଇଛନ୍ତି ।

ଟିମ୍ ଇଣ୍ଡିଆର ଅନେକ ବଡ ବଡ ପ୍ଲେୟର ମଧ୍ୟ ଦୁଲିପ୍ ଟ୍ରଫି ୨୦୨୪ରେ ଖେଳିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ, ଇଶାନ୍ କିଶନ, ନବଦୀପ ସାଇନି ଏବଂ ମୁକେଶ କୁମାର ମଧ୍ୟ ସାମିଲ ହୋଇଥିଲେ । ୩ଟି ମ୍ୟାଚରେ ମୁକେଶ ୧୫ ୱିକେଟ୍ ନେଇଥିଲେ । ଯେଉଁଠାରେ ନବଦୀପ ସାଇନି ୩ଟି ମ୍ୟାଚରେ ୧୪ ୱିକେଟ୍ ନେଇଛନ୍ତି । ଅର୍ଶଦୀପ ସିଂ ମଧ୍ୟ ଫର୍ମରେ ରହିଥିଲେ । ସେ ୩ଟି ମ୍ୟାଚରେ ୧୩ଟି ୱିକେଟ୍ ନେଇଥିଲେ।