ମା’ ବୁଢୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ

ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଓଡାସିଙ୍ଗି ଗ୍ରାମରେ ଆରାଧ୍ୟା ଦେବୀ ମା’ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ରବିବାର ଉଦଯାପିତ ହୋଇଛି। ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ବିରାଟ ପଟୁଆରରେ ମା’ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣାର ତାଳେ ତାଳେ ଝୁଲି ଝୁଲି ଅସ୍ଥାୟୀ ଯାତ୍ରା ପୀଠରୁ ନିଜସ୍ବ ମନ୍ଦିରକୁ ପ୍ରତ୍ୟାଗମନ କରିଥିଲେ। ବୈଶାଖ ଶୁକ୍ଳ ସପ୍ତମୀ ତିଥି ୪ ତାରିଖ ରୁ ୮ ଦିନ ବ୍ୟାପୀ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରା ଉଦଯାପନୀ ଉତ୍ସବରେ ଦିଗପହଣ୍ଡି ନଗରପାଳ ପ୍ରଫୁଲ […] The post ମା’ ବୁଢୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ appeared first on Dharitri Odia News.

ମା’ ବୁଢୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ

ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଓଡାସିଙ୍ଗି ଗ୍ରାମରେ ଆରାଧ୍ୟା ଦେବୀ ମା’ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ରବିବାର ଉଦଯାପିତ ହୋଇଛି। ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ବିରାଟ ପଟୁଆରରେ ମା’ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣାର ତାଳେ ତାଳେ ଝୁଲି ଝୁଲି ଅସ୍ଥାୟୀ ଯାତ୍ରା ପୀଠରୁ ନିଜସ୍ବ ମନ୍ଦିରକୁ ପ୍ରତ୍ୟାଗମନ କରିଥିଲେ। ବୈଶାଖ ଶୁକ୍ଳ ସପ୍ତମୀ ତିଥି ୪ ତାରିଖ ରୁ ୮ ଦିନ ବ୍ୟାପୀ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରା ଉଦଯାପନୀ ଉତ୍ସବରେ ଦିଗପହଣ୍ଡି ନଗରପାଳ ପ୍ରଫୁଲ ପଣ୍ଡା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ବ୍ରହ୍ମପୁର ଏମ ପି ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ, ଦିଗପହଣ୍ଡି ନଗର କଂଗ୍ରେସ ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ର, ଓଡାସିଙ୍ଗି ଗ୍ରାମ ଗୋପୀନାଥ ମଠ ମହନ୍ତ ଆଶୁତୋଷ ଦାସ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବହରି ଗୌଡ, ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ଭଗବାନ ବାଡ଼ତ୍ୟାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଫଟୋ-ବିଲମ-୧୨-୧୪-ଯାତ୍ରା ଉଦଯାପନୀ ଉତ୍ସବରେ ଉପସ୍ଥିତ ଅତିଥିବୃନ୍ଦ

The post ମା’ ବୁଢୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ appeared first on Dharitri Odia News.