ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳ ଗିରଫ
ସମ୍ବଲପୁର: ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ କରିବାପାଇଁ ଉଦ୍ୟମ କରି ଗିରଫ ହୋଇଛନ୍ତି କନେଷ୍ଟବଳ ବିରଞ୍ଚି ମୁଣ୍ଡା। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ। ଲୋକେ ଦିନକୁ ଦିନ ଦେହର ଭୋକ ପାଇଁ ଏତେ ହିଂସ୍ର ହୋଇଯାଉଛନ୍ତି ଯେ, ଛୋଟ ଛୁଆଙ୍କୁ ବି ଛାଡ଼ୁ ନାହାଁନ୍ତି। ଏମିତିକି ସମ୍ପର୍କୀୟ ଲୋକଙ୍କୁ ମଧ୍ୟ ନୁହଁ। ଯେ ଝିଅ ମାନଙ୍କୁ ସୁରକ୍ଷା ଦେବା କଥା ସେ ଯଦି ଏପରି ଅମାନବୀୟ କାମ କରିବ ତେବେ ଲୋକେ କାହା ଉପରେ ଭରସା କରିବେ। […]

ସମ୍ବଲପୁର: ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ କରିବାପାଇଁ ଉଦ୍ୟମ କରି ଗିରଫ ହୋଇଛନ୍ତି କନେଷ୍ଟବଳ ବିରଞ୍ଚି ମୁଣ୍ଡା। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ। ଲୋକେ ଦିନକୁ ଦିନ ଦେହର ଭୋକ ପାଇଁ ଏତେ ହିଂସ୍ର ହୋଇଯାଉଛନ୍ତି ଯେ, ଛୋଟ ଛୁଆଙ୍କୁ ବି ଛାଡ଼ୁ ନାହାଁନ୍ତି। ଏମିତିକି ସମ୍ପର୍କୀୟ ଲୋକଙ୍କୁ ମଧ୍ୟ ନୁହଁ।
ଯେ ଝିଅ ମାନଙ୍କୁ ସୁରକ୍ଷା ଦେବା କଥା ସେ ଯଦି ଏପରି ଅମାନବୀୟ କାମ କରିବ ତେବେ ଲୋକେ କାହା ଉପରେ ଭରସା କରିବେ। ସେହିଭଳି ଏହି ଘଟଣା ଟି। ବରେଇପାଲି ଥାନାରେ କାର୍ଯ୍ୟରତ ଥିବା କନେଷ୍ଟବଳ ବିରଞ୍ଚି ମୁଣ୍ଡା ଜଣେ ନାବାଳିକା ଝିଅକୁ ଯାତ୍ରା ବୁଲେଇବାକୁ ନେଇ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ। କୌଣସି ପ୍ରକାରେ ନାବାଳିକା ଜଣଙ୍କ ସେଠାରୁ ଆସି ଘରେ ସବୁ କଥା ଜଣାଇଥିଲେ।
ପରିବାର ଲୋକେ ଏସବୁ କଥା ଝିଅ ଠାରୁ ଶୁଣିଲା ପରେ ବରପାଲି ଥାନାରେ ବିରଞ୍ଚି ମୁଣ୍ଡାଙ୍କ ନାଁରେ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ପରେ ପୋଲିସ କନେଷ୍ଟବଳ ବିରଞ୍ଚି ମୁଣ୍ଡାଙ୍କୁ ଗିରଫ କରି ଜେଲକୁ ନେଇଛନ୍ତି।