ଦୁଷ୍କର୍ମ ମାମଲାରେ ଜଣେ ଗିରଫ୍

ଗୋପାଳପୁର,୯/୧(ନିପ୍ର) ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା କମଳାପୁରର ୯ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ୍ କରିଛି। ଗିରଫ୍ ଜଣଙ୍କ ହେଲେ ଗଙ୍ଗାଧର ବେହେରା ବୋଲି ପୁଲିସ କହିଛି। ସୂଚନା ପ୍ରକାରେ ଚଳିତ ମାସ ୬ ତାରିଖ ସନ୍ଧ୍ୟାରେ ନାବାଳିକାକୁ ଅଭିଯୁକ୍ତ ଜଣଙ୍କ ଘରକୁ ଡାକି ନେଇ ଦୁଷ୍କର୍ମ କରୁଥିବା ବେଳେ ପାଟି ଶୁଣି ଅଭିଯୁକ୍ତର ପରିବାର ଲୋକେ ଘରେ ପହଞ୍ଚି ଯିବାରୁ। ସେଠାରୁ ନାବାଳିକା ଜଣଙ୍କ ଘର କୁ ଫେରି ଯାଇଥିଲେ […] The post ଦୁଷ୍କର୍ମ ମାମଲାରେ ଜଣେ ଗିରଫ୍ appeared first on Odisha.News.

ଦୁଷ୍କର୍ମ ମାମଲାରେ ଜଣେ ଗିରଫ୍

ଗୋପାଳପୁର,୯/୧(ନିପ୍ର)
ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା କମଳାପୁରର ୯ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ୍ କରିଛି। ଗିରଫ୍ ଜଣଙ୍କ ହେଲେ ଗଙ୍ଗାଧର ବେହେରା ବୋଲି ପୁଲିସ କହିଛି। ସୂଚନା ପ୍ରକାରେ ଚଳିତ ମାସ ୬ ତାରିଖ ସନ୍ଧ୍ୟାରେ ନାବାଳିକାକୁ ଅଭିଯୁକ୍ତ ଜଣଙ୍କ ଘରକୁ ଡାକି ନେଇ ଦୁଷ୍କର୍ମ କରୁଥିବା ବେଳେ ପାଟି ଶୁଣି ଅଭିଯୁକ୍ତର ପରିବାର ଲୋକେ ଘରେ ପହଞ୍ଚି ଯିବାରୁ। ସେଠାରୁ ନାବାଳିକା ଜଣଙ୍କ ଘର କୁ ଫେରି ଯାଇଥିଲେ । ଏବଂ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ଘର ଲୋକେ ଲୋକ ଲଜ୍ୟା କାରଣରୁ ଘଟଣା ନେଇ କାହାରିକୁ କିଛି କହିନଥିଲେ ବେଳେ ପୁଣି ୭ ତାରିଖ ଦିନ ଅଭିଯୁକ୍ତ ଜଣଙ୍କ ନାବାଳିକା କୁ ବଳପୂର୍ବକ ଘରକୁ ଡାକି ନେଇ ପୁଣିଥରେ ଦୁଷ୍କର୍ମ କରିଥିଲା। ଏହା ପରିବାର ଲୋକେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ନାବାଳିକାର ବୟାନ ରେକର୍ଡ କରି ଦୁଷ୍କର୍ମ କରିଥିବା ଜାଣିପାରି କେସ ନମ୍ବର ୧୪/୨୪ ମାମଲା ରୁଜୁ କରି ଅଭିଯୁକ୍ତ ଗଙ୍ଗାଧରକୁ ଆଜି କୋର୍ଟ ଚାଲାଣ କରିଥିବା ପୁଲିସ କହିଛି।

The post ଦୁଷ୍କର୍ମ ମାମଲାରେ ଜଣେ ଗିରଫ୍ appeared first on Odisha.News.