ମୁମ୍ବାଇ ଏସିଆର ବିଲିୟନେୟାର କ୍ୟାପିଟାଲ
ନୂଆଦିଲ୍ଲୀ, ୩୦।୮: ‘ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୪’ ଗୁରୁବାର ଜାରି ହୋଇଛି। ଏହି ରିପୋର୍ଟ ଅନୁଯାୟୀ, ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଚାଇନାର ରାଜଧାନୀ ବେଜିଂକୁ ପଛରେ ପକାଇ ଏସିଆର ବିଲିୟନେୟାର କ୍ୟାପିଟାଲ ଭାବେ ଉଭା ହୋଇଛି। ସମ୍ପ୍ରତି ମୂମ୍ବାଇରେ ୩୮୬ ଜଣ ବିଲିୟନେୟାର ଥିବା ଏହି ରିପୋର୍ଟ କହିଛି। ଗତବର୍ଷର ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟଠାରୁ ଚଳିତ ଥର ମୁମ୍ବାଇରେ ୫୮ ଜଣ ବିଲିୟନେୟାରଙ୍କର ବୃଦ୍ଧି ଘଟିଛି। ‘ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪’ ଅନୁଯାୟୀ, […] The post ମୁମ୍ବାଇ ଏସିଆର ବିଲିୟନେୟାର କ୍ୟାପିଟାଲ appeared first on Dharitri Odia News.
ନୂଆଦିଲ୍ଲୀ, ୩୦।୮: ‘ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୪’ ଗୁରୁବାର ଜାରି ହୋଇଛି। ଏହି ରିପୋର୍ଟ ଅନୁଯାୟୀ, ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଚାଇନାର ରାଜଧାନୀ ବେଜିଂକୁ ପଛରେ ପକାଇ ଏସିଆର ବିଲିୟନେୟାର କ୍ୟାପିଟାଲ ଭାବେ ଉଭା ହୋଇଛି। ସମ୍ପ୍ରତି ମୂମ୍ବାଇରେ ୩୮୬ ଜଣ ବିଲିୟନେୟାର ଥିବା ଏହି ରିପୋର୍ଟ କହିଛି। ଗତବର୍ଷର ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟଠାରୁ ଚଳିତ ଥର ମୁମ୍ବାଇରେ ୫୮ ଜଣ ବିଲିୟନେୟାରଙ୍କର ବୃଦ୍ଧି ଘଟିଛି। ‘ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪’ ଅନୁଯାୟୀ, ୨୧୭ ଜଣ ବିଲିୟନେୟାରଙ୍କ ସହ ଦିଲ୍ଲୀ ଭାରତର ଦ୍ୱିତୀୟ ସବୁଠୁ ଧନୀ ସହର ଭାବେ ଉଭା ହୋଇଛି। ରିପୋର୍ଟରେ ୧୦୪ ଜଣ ବିଲିୟନେୟାରଙ୍କ ସହ ହାଇଦ୍ରାବାଦ ଭାରତର ତୃତୀୟ ସବୁଠୁ ଧନୀ ସହର ହୋଇଥିବାବେଳେ ୧୦୦ ଜଣ ବିଲିୟନେୟାରଙ୍କ ସହ ବେଙ୍ଗାଲୁରୁ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଚେନ୍ନାଇରେ ୮୨ ଜଣ, କୋଲକାତାରେ ୬୯, ଅହମଦାବାଦରେ ୬୭, ପୁଣେରେ ୫୩, ସୁରଟରେ ୨୮ ଏବଂ ଗୁରୁଗ୍ରାମରେ ୨୩ ଜଣ ବିଲିୟନେୟାର ରହିଛନ୍ତି। ତେବେ ବିଲିୟନେୟାରଙ୍କ କ୍ଷେତ୍ରରେ ଭାରତ ଚାଇନାକୁ ପଛରେ ପକାଇଥିବା ଏହି ରିପୋର୍ଟ କହିଛି। ଗତ ବର୍ଷ ତୁଳନାରେ ଭାରତରେ ବିଲିୟନେୟାରଙ୍କ ସଂଖ୍ୟା ୨୯% ବଢ଼ିଥିବାବେଳେ ଚାଇନାରେ ଏହି ସଂଖ୍ୟା ୨୫% ହ୍ରାସ ଘଟିଛି।
The post ମୁମ୍ବାଇ ଏସିଆର ବିଲିୟନେୟାର କ୍ୟାପିଟାଲ appeared first on Dharitri Odia News.