ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ
ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ନେତା ଜୟଦେବ ନିଜ ଗାଁ ହାଟଡିହୀ ବ୍ଲକ ଶଙ୍ଖଣାଠାରୁ ଶତାଧିକ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ପରେ ସେ ରିଟର୍ନିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ l ଏହି ଅବସରରେ ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ […] The post ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ appeared first on Dharitri Odia News.
ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।
କଂଗ୍ରେସ ନେତା ଜୟଦେବ ନିଜ ଗାଁ ହାଟଡିହୀ ବ୍ଲକ ଶଙ୍ଖଣାଠାରୁ ଶତାଧିକ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ପରେ ସେ ରିଟର୍ନିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ l
ଏହି ଅବସରରେ ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଉପସ୍ଥିତ ରହିଥିଲେ। ନିରଞ୍ଜନ ପୂର୍ବରୁ ଘସିପୁରା ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ୱିତା କରି ବିଜେଡିର ବଦ୍ରି ନାରାୟଣ ପାତ୍ରଙ୍କଠାରୁ ପରାଜିତ ହୋଇଥିବା ବେଳେ ଚଳିତ ଥର ଭଣ୍ଡାରିପୋଖରୀରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି l
ତେବେ ବାପା ନିରଞ୍ଜନ ଏବଂ ପୁଅ ନବଜ୍ୟୋତି ନିଜ ସମର୍ଥକଙ୍କୁ ନେଇ ଜୟଦେବଙ୍କ ସହ ଉପସ୍ଥିତ ହେବା ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି l ନାମାଙ୍କନ ଦାଖଲ ସମୟରେ ଜନ ସମାଗମ ଦେଖି ନିରଞ୍ଜନ ପଟ୍ଟନାୟକ ଅଭିଭୂତ ହୋଇଥିବା ପ୍ରକାଶ କରିଥିବା ବେଳେ ଏଥର କଂଗ୍ରେସ ବିଜୟୀ ହେବ ବୋଲି ଜୟଦେବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
The post ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ appeared first on Dharitri Odia News.