ଦୁଷ୍କର୍ମକାରୀର ପିଲାକୁ ଜନ୍ମ ଦେବା ପାଇଁ ପୀଡିତାକୁ ବାଧ୍ୟ କରିପାରିବୁ ନାହିଁ, କେରଳ ହାଇକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଏକ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ ଦୁଷ୍କର୍ମ ପୀଡିତାଙ୍କୁ ପିଲା ଜନ୍ମ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗନାନ୍ସି ଆକ୍ଟର ଧାରା ୩(୨) ଅନୁସାରେ ଯଦି ଗର୍ଭବସ୍ଥା ଜାରି ରଖିବା ପାଇଁ ଗର୍ଭବତୀ ମହିଳାଙ୍କ ଶାରୀରିକ କିମ୍ୱା ମାନସିକ ସ୍ୱାସ୍ଥ୍ୟକୁ ଗମ୍ଭୀର ରୂପେ କ୍ଷତି ପହଞ୍ଚାଏ ତେବେ ଗର୍ଭାବସ୍ଥା ଶେଷ କରାଯାଇପାରିବ । ଧାରା ୩(୨)ରେ ସ୍ପଷ୍ଟୀକରଣ ୨ରେ କୁହାଯାଇଛି ଯେ ଯେଉଁଠି ଦୁଷ୍କର୍ମ କାରଣରୁ ଗର୍ଭାବସ୍ଥା ହୋଇଛି ସେଠି ଗର୍ଭାବସ୍ଥା ଯୋଗୁଁ ହେଉଥିବା ଯନ୍ତ୍ରଣାକୁ ଗର୍ଭବତୀ ମହିଳାଙ୍କ ମାନିସକ ସ୍ୱାସ୍ଥ୍ୟ ଉପରେ ଗଭୀର ଆଘାତ ରୂପେ ଧରାଯିବ । ଏଥିପାଇଁ କୌଣସି ଦୁଷ୍କର୍ମ ପୀଡିତାଙ୍କୁ ସେହି ପୁରୁଷର ସନ୍ତାନକୁ ଜନ୍ମ ଦେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ଯିଏ ତାଙ୍କର ଯୌନ ଉତ୍ପୀଡନ କରିଛି ।ହାଇକୋର୍ଟ କହିଛନ୍ତି, 'ଦୁଷ୍କର୍ମ ପୀଡିତାଙ୍କୁ ତାର ଅବାଞ୍ଛିତ ଗର୍ଭାବସ୍ଥାକୁ ଚିକିତ୍ସା ଦ୍ୱାରା ଶେଷ କରିବାକୁ ଅନୁମତି ନଦେବା ତା ଉପରେ ମାତୃତ୍ୱ ଲଦିବା ଏବଂ ସାମ୍ମାନ ସହ ବଞ୍ଚିବାର ତାର ଅଧିକାରକୁ ଶେଷ କରିବା ପରି ଅଟେ ।' ହାଇକୋର୍ଟ କହିଛନ୍ତି, 'ଅଧିକାଂଶ ମାମଲାରେ ବିବାହ ବ୍ୟତୀତ ଗର୍ଭଧାରଣ ହାନିକାରକ ଅଟେ, ଖାସ କରି ଯୌନ ଶୋଷଣ ପରେ ଏହା ଆଘାତର କାରଣ ହୋଇଥାଏ । କୌଣସି ମହିଳାଙ୍କ ସହ ଯୌନ ଉତ୍ପୀଡନ ବା ଦୁର୍ବ୍ୟବହାର କଷ୍ଟଦାୟକ ଏବଂ ଏହି କାରଣରୁ ଗ

ଦୁଷ୍କର୍ମକାରୀର ପିଲାକୁ ଜନ୍ମ ଦେବା ପାଇଁ ପୀଡିତାକୁ ବାଧ୍ୟ କରିପାରିବୁ ନାହିଁ, କେରଳ ହାଇକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଏକ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ ଦୁଷ୍କର୍ମ ପୀଡିତାଙ୍କୁ ପିଲା ଜନ୍ମ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗନାନ୍ସି ଆକ୍ଟର ଧାରା ୩(୨) ଅନୁସାରେ ଯଦି ଗର୍ଭବସ୍ଥା ଜାରି ରଖିବା ପାଇଁ ଗର୍ଭବତୀ ମହିଳାଙ୍କ ଶାରୀରିକ କିମ୍ୱା ମାନସିକ ସ୍ୱାସ୍ଥ୍ୟକୁ ଗମ୍ଭୀର ରୂପେ କ୍ଷତି ପହଞ୍ଚାଏ ତେବେ ଗର୍ଭାବସ୍ଥା ଶେଷ କରାଯାଇପାରିବ । ଧାରା ୩(୨)ରେ ସ୍ପଷ୍ଟୀକରଣ ୨ରେ କୁହାଯାଇଛି ଯେ ଯେଉଁଠି ଦୁଷ୍କର୍ମ କାରଣରୁ ଗର୍ଭାବସ୍ଥା ହୋଇଛି ସେଠି ଗର୍ଭାବସ୍ଥା ଯୋଗୁଁ ହେଉଥିବା ଯନ୍ତ୍ରଣାକୁ ଗର୍ଭବତୀ ମହିଳାଙ୍କ ମାନିସକ ସ୍ୱାସ୍ଥ୍ୟ ଉପରେ ଗଭୀର ଆଘାତ ରୂପେ ଧରାଯିବ । ଏଥିପାଇଁ କୌଣସି ଦୁଷ୍କର୍ମ ପୀଡିତାଙ୍କୁ ସେହି ପୁରୁଷର ସନ୍ତାନକୁ ଜନ୍ମ ଦେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ଯିଏ ତାଙ୍କର ଯୌନ ଉତ୍ପୀଡନ କରିଛି ।

ହାଇକୋର୍ଟ କହିଛନ୍ତି, 'ଦୁଷ୍କର୍ମ ପୀଡିତାଙ୍କୁ ତାର ଅବାଞ୍ଛିତ ଗର୍ଭାବସ୍ଥାକୁ ଚିକିତ୍ସା ଦ୍ୱାରା ଶେଷ କରିବାକୁ ଅନୁମତି ନଦେବା ତା ଉପରେ ମାତୃତ୍ୱ ଲଦିବା ଏବଂ ସାମ୍ମାନ ସହ ବଞ୍ଚିବାର ତାର ଅଧିକାରକୁ ଶେଷ କରିବା ପରି ଅଟେ ।' ହାଇକୋର୍ଟ କହିଛନ୍ତି, 'ଅଧିକାଂଶ ମାମଲାରେ ବିବାହ ବ୍ୟତୀତ ଗର୍ଭଧାରଣ ହାନିକାରକ ଅଟେ, ଖାସ କରି ଯୌନ ଶୋଷଣ ପରେ ଏହା ଆଘାତର କାରଣ ହୋଇଥାଏ । କୌଣସି ମହିଳାଙ୍କ ସହ ଯୌନ ଉତ୍ପୀଡନ ବା ଦୁର୍ବ୍ୟବହାର କଷ୍ଟଦାୟକ ଏବଂ ଏହି କାରଣରୁ ଗର୍ଭଧାରଣର ଯନ୍ତ୍ରଣା ଅଧିକ ହୋଇଥାଏ । ଏହା ଏଥିପାଇଁ କାରଣ ଏପରି ଗର୍ଭାବସ୍ଥା ସ୍ୱଇଚ୍ଛା ଏବଂ ସଚେତନ ଗର୍ଭାବସ୍ଥା ହୋଇନଥାଏ ।'

ଜଣେ ୧୬ ବର୍ଷୀୟ ନାବାଳିକା ଦ୍ୱାରା ନିଜ ମାଆଙ୍କ ଜରିଆରେ ଦାଖଲ କରାଯାଇଥିବା ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗରେ କୁହାଯାଇଥିଲା ଯେ ଯେତେବେଳେ ଝିଅ ୯ ଶ୍ରେଣୀରେ ବଢୁଥିଲା, ସେତେବେଳେ ତାର ୧୯ ବର୍ଷୀୟ ପ୍ରେମୀ ତା ସହ ଶାରୀରିକ ସମ୍ପର୍କ ରଖିଥିଲା ଏବଂ ଗର୍ଭବତୀ ହୋଇଥିଲେ । ଏମଟିପି ଅଧିନିୟମରେ କେବଳ ୨୪ ସପ୍ତାହ ଭିତରେ ଗର୍ଭାବସ୍ଥାକୁ ନଷ୍ଟ କରିବାର ଅନୁମତି ରହିଛି, ତେଣୁ ପୀଡ଼ିତା କୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିଜ ୨୮ ସପ୍ତାହର ଗର୍ଭାବସ୍ଥାକୁ ଚିକିତ୍ସା ଦ୍ୱାରା ଶେଷ କରିବା ପାଇଁ ଅନୁମତି ମାଗିଥିଲେ ।