ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା

ନନ୍ଦିଘୋଷ ବ୍ୟୁରୋ: ଜଣେ ଦିବ୍ୟାଙ୍ଗ । ସେ କଥା କହିପାରନ୍ତି ନାହିଁ କି ତାଙ୍କ କାନକୁ ଶୁଭେ ନାହିଁ ।... The post ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା appeared first on .

ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା

ନନ୍ଦିଘୋଷ ବ୍ୟୁରୋ: ଜଣେ ଦିବ୍ୟାଙ୍ଗ । ସେ କଥା କହିପାରନ୍ତି ନାହିଁ କି ତାଙ୍କ କାନକୁ ଶୁଭେ ନାହିଁ । ଅନ୍ୟ ଜଣେ  ଅନାଥ ଆଦିବାସୀ ଛାତ୍ର।  ଜଣେ ଚଳିତ ପ୍ରକାଶିତ ମାଟ୍ରିକ୍ ପରିକ୍ଷାରେ ୭୩ ପ୍ରତିଶତ ମାର୍କ ରଖି ପାସ ହୋଇ ଉଦାହରଣ ସୃଷ୍ଟି କରିଥିବା ବେଳେ  ଅନ୍ୟ ଜଣେ ମାଟ୍ରିକ ପରୀକ୍ଷାରେ ବାପା ମାଆଙ୍କୁ ହରାଇ ମଧ୍ଯ ଭଲ ପ୍ରଦର୍ଶନ କରିଛନ୍ତି। ଦୁଇ ଜଣ ଉଚ୍ଚ ଶିକ୍ଷା ପାଇଁ ଲକ୍ଷ୍ଯ ରଖିଥିବା ବେଳେ ଅର୍ଥ ସାଜିଛି ବାଧକ।

ଇଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା ଏବଂ ଅଭାବ। ଏଭଳି ଦୁଇଟି ଭିନ୍ନ ଭିନ୍ନ ଚିତ୍ର ଆସିଛି ରାୟଗଡ ଚାନ୍ଦିଲି ଥାନା ଅନ୍ତର୍ଗତ ଅମଲାଭଟ୍ଟା ଏବଂ କଲ୍ୟାଣି ସିଙ୍ଗପୁର ସିରିପୁର ଅଞ୍ଚଳରୁ। ସିରିପୁର ଗାଁର କମେଶ କାଡ୍ରାକା । ବାପା ଲଛପତି କାଡ୍ରାକା ଗତ ଛଅ ବର୍ଷ ପୂର୍ବେ ହୃଦଘାତରେ ଆରପାରିକୁ ଚାଲିଗଲେ। କାମେଶଙ୍କ ମା ଦିନମଜୁରୀ କରି ପୁଅକୁ କଷ୍ଟେ ମଷ୍ଟେ ପାଠ ପଢାଇଲେ। ପୁଅ କାମେଶ ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ମାଆ ଚାରି ମାସ ପୂର୍ବେ ଆରପାରିକୁ ଚାଲିଗଲେ। ସମ୍ପର୍କୀୟ ମାମୁଁଙ୍କ ଘରେ ରହି ଦଶମ ପରୀକ୍ଷାରେ ଭଲ ନମ୍ବରରେ ଉତ୍ତିର୍ଣ୍ଣ ହୋଇଛନ୍ତି କାମେଶ ।

ରାୟଗଡ ଚାନ୍ଦିଲି ଥାନା ଅନ୍ତର୍ଗତ ଅମଲାଭଟ୍ଟାର ଶିବମ ତିୱାରି। ସେ ଜନ୍ମରୁ ଦିବ୍ୟାଙ୍ଗ। ଶିବମ କଥା କହିପାରନ୍ତି ନାହିଁ କି ତାଙ୍କ କାନକୁ ଶୁଭେ ନାହିଁ। ତଥାପି ନିଜର ଦୃଢ ମନୋବଳ ଓ ଇଛାଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା ଓ ଆର୍ଥୀକ ଅନଟନ। ମାଟ୍ରିକ ପରିକ୍ଷାରେ ୭୩ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଛନ୍ତି। ଆଗକୁ ଉଚ୍ଚ ଶିକ୍ଷା ପାଇଁ ଇଛା ଥିଲେ ମଧ୍ୟ ଅର୍ଥ ସାଜିଛି ବାଧକ। ବାପାଙ୍କ ମୃତ୍ୟୁ ପରେ ମାଆ କଷ୍ଟ କରି ଲୁଗା ଦୋକାନରୁ ଯାହା ଉପାର୍ଜନ କରନ୍ତି ସେଥିରେ ଦୋକାନ ଓ ଘର ଭଡା ଦେଇ ଘର ଚଳାଇବା କଷ୍ଟକର। ତେଣୁ ଦୁଇ ଜଣ ଶିକ୍ଷାର୍ଥୀ ଆର୍ଥିକ ସାହାଯ୍ୟ ଅପେକ୍ଷାରେ। ରାୟଗଡର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କିଛି ଆର୍ଥିକ ସହଯୋଗ ମିଳିଥିବା ବେଳେ ସେତିକି ଯଥେଷ୍ଟ ନୁହେଁ ।

 

The post ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା appeared first on .