ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପି. ଗୋପୀଚାନ୍ଦ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଶିଷ୍ଟ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପି. ଗୋପୀଚାନ୍ଦ। ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ... The post ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପି. ଗୋପୀଚାନ୍ଦ appeared first on .

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପି. ଗୋପୀଚାନ୍ଦ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଶିଷ୍ଟ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପି. ଗୋପୀଚାନ୍ଦ। ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ଉଦଘାଟନ ଅବସରରେ ଭୁବନେଶ୍ଵର ଆସିଥିବା ବେଳେ ନବୀନଙ୍କୁ ଗୋପୀଚାନ୍ଦ ଭେଟିଛନ୍ତି ଓ କୃତଜ୍ଞତା ଜଣାଇଛନ୍ତି। ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ହିଁ ଭୁବନେଶ୍ଵରରରେ ବ୍ୟାଡମିଣ୍ଟନ ହାଇପରଫର୍ମାନସ ସେଣ୍ଟର ପ୍ରତିଷ୍ଠା ହୋଇଛି। ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ଏହା ଥିବା ବିଜେଡି ସରକାରର ଅନ୍ୟତମ ଅବଦାନ।

ଏହି କଥା ମନେ ପକାଇ ଦେଇ ବିଜେଡି କହିଛି, କଳିଙ୍ଗ ଷ୍ଟାଡିୟମ ପରିସରରେ ଯେଉଁ ସଟଲ୍ ଆକୃତିର ହାଇପରଫର୍ମାନ୍ସ ସେଣ୍ଟର ଝଲମଲ୍ କରୁଛି, ନବୀନ ପଟ୍ଟନାୟକଙ୍କ ଯୋଗୁଁ ତାହା ସମ୍ଭବ ହୋଇଛି। ଏହାର ନିର୍ମାଣ ପାଇଁ ୨୦୧୮ ରେ ଚୁକ୍ତି ସ୍ଵାକ୍ଷର ହୋଇଥିଲା। ୨୦୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଣ୍ଟରର ପରିଚାଳନା ଓ କୋଚିଂ ଦାୟିତ୍ଵ ଗୋପୀଚାନ୍ଦ ନେବେ ବୋଲି ସ୍ଥିର ହୋଇଥିଲା।

ଏହି ହାଇପରଫର୍ମାନ୍ସ ସେଣ୍ଟରରେ ୮ ଟି ଆନ୍ତର୍ଜାତିକ ମାନର ବ୍ୟାଡମିଣ୍ଟନ କୋର୍ଟ । ୫୦୦ ଦର୍ଶକ ବସିବା କ୍ଷମତା ସହ କ୍ୟାଫେଟେରିଆ, ଜିମ୍ ଓ ରେଷ୍ଟ ରୁମ୍ ରହିଛି । ନବୀନ ସରକାର ଏଥିପାଇଁ ୩ ଏକର ଜମି ଓ ୫୫ କୋଟି ଟଙ୍କା ପ୍ରଦାନ କରିଥିଲେ। ନବୀନ ପଟ୍ଟନାୟକଙ୍କ ଅନୁରୋଧରେ ଗୋପୀଚାନ୍ଦ ନିଜେ ଏହି ହାଇପରଫର୍ମାନ୍ସ ସେଣ୍ଟରର ବୈଷୟିକ ନିର୍ମାଣର ତଦାରଖ କରୁଥିଲେ। ୨୦୨୪ ପ୍ରଥମାର୍ଦ୍ଧରେ ଏହାର ନିର୍ମାଣ କାମ ଶେଷ ହୋଇଥିଲା। ଏଠାରେ ଉଦୀୟମାନ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଟ୍ରେନିଂ ଦିଆଯିବ। ଗୋପୀଚାନ୍ଦ ଏହାର ପ୍ରତ୍ୟକ୍ଷ ଭାବେ ତତ୍ତ୍ଵବଧାନ କରିବେ।

The post ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପି. ଗୋପୀଚାନ୍ଦ appeared first on .