ପାକିସ୍ତାନ ବିରୋଧରେ ଭାରତର ଅପରେସନ ‘ସିନ୍ଦୂର’ ; ମିସାଇଲ ମାଡ଼ରେ ୯ ଟେରର କ୍ୟାମ୍ପ ଧ୍ବଂସ

ନନ୍ଦିଘୋଷ ବ୍ୟୁରୋ : “ନ୍ୟାୟ ହେଲା , ଜୟ ହିନ୍ଦ୍” ।  ପହଲଗାଓଁ ଆକତଙ୍କବାଦୀ ଆକ୍ରମଣର ପ୍ରତଶୋଧ ନେଲା ଭାରତ... The post ପାକିସ୍ତାନ ବିରୋଧରେ ଭାରତର ଅପରେସନ ‘ସିନ୍ଦୂର’ ; ମିସାଇଲ ମାଡ଼ରେ ୯ ଟେରର କ୍ୟାମ୍ପ ଧ୍ବଂସ appeared first on .

ପାକିସ୍ତାନ ବିରୋଧରେ ଭାରତର ଅପରେସନ ‘ସିନ୍ଦୂର’ ; ମିସାଇଲ ମାଡ଼ରେ ୯ ଟେରର କ୍ୟାମ୍ପ ଧ୍ବଂସ

ନନ୍ଦିଘୋଷ ବ୍ୟୁରୋ : “ନ୍ୟାୟ ହେଲା , ଜୟ ହିନ୍ଦ୍” ।  ପହଲଗାଓଁ ଆକତଙ୍କବାଦୀ ଆକ୍ରମଣର ପ୍ରତଶୋଧ ନେଲା ଭାରତ । ଭାରତୀୟ ସେନା ପକ୍ଷରୁ ଆରମ୍ଭ ହେଲା ଅପରେସନ ‘ ସିନ୍ଦୂର ‘ । ମଧ୍ୟ ରାତ୍ରୀରେ ବଡ଼ଧରଣର ଏୟାର ଷ୍ଟ୍ରାଇକ କରିଛି ଭାରତ। ପାକିସ୍ତାନରେ ୪ ଓ ପିଓକେରେ ୫ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଚ୍ରାଇକ  । ବହାବାଲପୂର୍, କୋଟଲି, ମୁରିଦକେ  ଓ ମୁଜାଫରାବାଦର ୯ ଟି ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ବଡ଼ ଧରଣର ଏୟାର ଷ୍ଟ୍ରାଇକ କରାଯାଇଛି । ବାଲିଷ୍ଟିକ ମିସାଇଲ ମାଡ଼ରେ ଧ୍ବଂସ ହେଲା ଟେରର କ୍ୟାମ୍ପ । ଏହି ଆକ୍ରମଣ ଆତଙ୍କବାଦ ବିରୋଧରେ କରାଯାଇଛି ବୋଲି କହିଛନ୍ତି ସରକାର।

ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ପାକ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା କାଯାଇଥିବ ନେଇ ସୂଚନା ମିଳିଛି। ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ ଆତଙ୍କୀ ଶିବିରରେ ବି ଆକ୍ରମଣ କରିଛି ଭାରତୀୟ ସେନା । ମୋଟ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ । ସେନାର ଏହି ଅପରେସନର ନାମ ରଖାଯାଇଛି ‘ସିନ୍ଦୂର’ । ସୂଚନାଯୋଗ୍ୟ, ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ‘ଅପରେସନ ସିନ୍ଦୂର’ ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତୀୟ ସେନା ।

ପହଲଗାଓଁରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ନିହତ ହେବା ପରେ ପ୍ରଥମ ଥର ଲାଗି ଭାରତ ନେଇଛି ବଡ଼ ପଦକ୍ଷେପ। ଭାରତୀୟ ସେନା ଏବଂ ବାୟୁସେନା ମିଳିତ ଭାବରେ ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଛନ୍ତି।। ଭାରତ କେବଳ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଛି।  ପାକିସ୍ତାନର ବାହାବଲପୁର ଓ ମୁଦ୍ରିକେରେ ଭାରତ ଏୟାରରେଡ କରିଛି। ଏହି ଦୁଇ ସ୍ଥାନରେ ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସଂଗଠନର ମୁଖ୍ୟାଳୟ ରହିଛି।  ନ୍ୟାୟ ଲାଗି ଏହି ରେଡ ଉଦ୍ଦିଷ୍ଟ ବୋଲି କହିଛି ଆର୍ମି।  ସେପଟେ ଏହି ହମଲାର ଜବାବ ଦିଆଯିବ ବୋଲି ପାକିସ୍ତାନ କହିଥିବା ସୂଚନା ମିଳିଛି।

The post ପାକିସ୍ତାନ ବିରୋଧରେ ଭାରତର ଅପରେସନ ‘ସିନ୍ଦୂର’ ; ମିସାଇଲ ମାଡ଼ରେ ୯ ଟେରର କ୍ୟାମ୍ପ ଧ୍ବଂସ appeared first on .