‘ଦୃଶ୍ୟମ ୩’ରେ ବିଜୟ ସଲଗାଓଁକର ଚରିତ୍ରରେ ଫେରୁଛନ୍ତି ଅଜୟ ଦେବଗନ, ଏହି ତାରିଖରେ ରିଲିଜ ହେବ ଫିଲ୍ମ

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ ଅଭିନୀତ ସୁପରହିଟ୍ ଫ୍ୟାମିଲି ଥ୍ରୀଲର ଫିଲ୍ମ ଦୃଶ୍ୟମର ତୃତୀୟ ପାର୍ଟର ରିଲିଜକୁ ଚାହିଁ ରହିଥିବା ପ୍ରଶଂସକଙ୍କୁ ମିଳିଛି ବଡ଼ ସରପ୍ରାଇଜ। ଫିଲ୍ମ ଦୃଶ୍ୟମ ୩ର ଆନୁଷ୍ଠାନିକ ଘୋଷଣା ହୋଇଛି। ବିଜୟ ସଲଗାଓଁକରଙ୍କ ଚରିତ୍ରରେ ପୁଣି ଥରେ ଅଜୟ ଦେବଗନ ଏକ ନୂଆ ସସପେନ୍ସଭରା କାହାଣୀ ନେଇକି ବଡ଼ ପରଦାକୁ ଆସୁଛନ୍ତି। ଫିଲ୍ମର ପୁରୁଣା କଳାକାରଙ୍କ ସହ କିଛି ନୂଆ କଳାକାରଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଏଥରର କାହାଣୀ ଗତ ଦୁଇ ପାର୍ଟ ଅପେକ୍ଷା ଆହୁରି ଚମତ୍କାର ହେବ ବୋଲି ଆଶା କରାଯାଉଛି। ଏହାର ତୃତୀୟ ପାର୍ଟର ତାର ଅକ୍ଟୋବର ୨ ତାରିଖ ସହ ସର୍ବଦା ଯୋଡ଼ି ହୋଇ ରହିବ।ଅକ୍ଟୋବର ୨ରେ ରିଲିଜ୍ଦୃଶ୍ୟମର ତୃତୀୟ ପାର୍ଟ ୨୦୨୬ ଅକ୍ଟୋବର ୨ ତାରିଖ ରିଲିଜ ହେବ। ଅକ୍ଟୋବର ୨ ତାରିଖ ଫିଲ୍ମ  ହିସାବରେ ଏକ ଖାସ ତାରିଖ। ଫିଲ୍ମର ଦୁଇଟି ଭାଗ ଦେଖି ସାରିଥିବା ଦର୍ଶକଙ୍କୁ ଖାସ୍ ତାରିଖର ଅର୍ଥ ଜଣା ଥିବ। ଦୃଶ୍ୟମ ୨ର ନିର୍ଦ୍ଦେଶନା ଦେଇଥିବା ଅଭିଷେକ ପାଠକ ହିଁ ତୃତୀୟ ପାର୍ଟର ନିର୍ଦ୍ଦେଶନା ଭାର ସମ୍ଭାଳିବେ। ଫିଲ୍ମକୁ Panorama Studios  ଓ Viacom18 ମିଶି ନିର୍ମାଣ କରିବେ। ଏହି ପାର୍ଟନରଶିପ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବଡ଼ ବଜେଟ୍‌ର ଫିଲ୍ମ ଦିଗକୁ ଇସାରା କରୁଛି। ଦୃଶ୍ୟମ ଓ ଦୃଶ୍ୟମ ୨କୁ ସିନେ ପ୍ରେମୀଙ୍କ ବହୁତ ଭଲ ପାଇବା ମିଳିଛି। ଫିଲ୍ମର ଦୁଇଟି ଭାଗ ସୁପର ଡୁପର ହିଟ୍ ହୋଇଥିଲା। ଏବେ ତୃତୀୟ କାହାଣୀକୁ ଚାହିଁ

‘ଦୃଶ୍ୟମ ୩’ରେ ବିଜୟ ସଲଗାଓଁକର ଚରିତ୍ରରେ ଫେରୁଛନ୍ତି ଅଜୟ ଦେବଗନ, ଏହି ତାରିଖରେ ରିଲିଜ ହେବ ଫିଲ୍ମ

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ ଅଭିନୀତ ସୁପରହିଟ୍ ଫ୍ୟାମିଲି ଥ୍ରୀଲର ଫିଲ୍ମ ଦୃଶ୍ୟମର ତୃତୀୟ ପାର୍ଟର ରିଲିଜକୁ ଚାହିଁ ରହିଥିବା ପ୍ରଶଂସକଙ୍କୁ ମିଳିଛି ବଡ଼ ସରପ୍ରାଇଜ। ଫିଲ୍ମ ଦୃଶ୍ୟମ ୩ର ଆନୁଷ୍ଠାନିକ ଘୋଷଣା ହୋଇଛି। ବିଜୟ ସଲଗାଓଁକରଙ୍କ ଚରିତ୍ରରେ ପୁଣି ଥରେ ଅଜୟ ଦେବଗନ ଏକ ନୂଆ ସସପେନ୍ସଭରା କାହାଣୀ ନେଇକି ବଡ଼ ପରଦାକୁ ଆସୁଛନ୍ତି। ଫିଲ୍ମର ପୁରୁଣା କଳାକାରଙ୍କ ସହ କିଛି ନୂଆ କଳାକାରଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଏଥରର କାହାଣୀ ଗତ ଦୁଇ ପାର୍ଟ ଅପେକ୍ଷା ଆହୁରି ଚମତ୍କାର ହେବ ବୋଲି ଆଶା କରାଯାଉଛି। ଏହାର ତୃତୀୟ ପାର୍ଟର ତାର ଅକ୍ଟୋବର ୨ ତାରିଖ ସହ ସର୍ବଦା ଯୋଡ଼ି ହୋଇ ରହିବ।

ଅକ୍ଟୋବର ୨ରେ ରିଲିଜ୍

ଦୃଶ୍ୟମର ତୃତୀୟ ପାର୍ଟ ୨୦୨୬ ଅକ୍ଟୋବର ୨ ତାରିଖ ରିଲିଜ ହେବ। ଅକ୍ଟୋବର ୨ ତାରିଖ ଫିଲ୍ମ  ହିସାବରେ ଏକ ଖାସ ତାରିଖ। ଫିଲ୍ମର ଦୁଇଟି ଭାଗ ଦେଖି ସାରିଥିବା ଦର୍ଶକଙ୍କୁ ଖାସ୍ ତାରିଖର ଅର୍ଥ ଜଣା ଥିବ। ଦୃଶ୍ୟମ ୨ର ନିର୍ଦ୍ଦେଶନା ଦେଇଥିବା ଅଭିଷେକ ପାଠକ ହିଁ ତୃତୀୟ ପାର୍ଟର ନିର୍ଦ୍ଦେଶନା ଭାର ସମ୍ଭାଳିବେ। ଫିଲ୍ମକୁ Panorama Studios  ଓ Viacom18 ମିଶି ନିର୍ମାଣ କରିବେ। ଏହି ପାର୍ଟନରଶିପ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବଡ଼ ବଜେଟ୍‌ର ଫିଲ୍ମ ଦିଗକୁ ଇସାରା କରୁଛି। ଦୃଶ୍ୟମ ଓ ଦୃଶ୍ୟମ ୨କୁ ସିନେ ପ୍ରେମୀଙ୍କ ବହୁତ ଭଲ ପାଇବା ମିଳିଛି। ଫିଲ୍ମର ଦୁଇଟି ଭାଗ ସୁପର ଡୁପର ହିଟ୍ ହୋଇଥିଲା। ଏବେ ତୃତୀୟ କାହାଣୀକୁ ଚାହିଁ ରହିଛନ୍ତି ଦର୍ଶକ। 

ମଜାଦାର ହେବ କାହାଣୀ

ଉଲ୍ଲେଖନୀୟ ୨୦୧୫ରେ ରିଲିଜ ଦୃଶ୍ୟମରେ ବିଜୟ ସାଲଗାଓଁକରଙ୍କ କାହାଣୀ ଦେଖିବାକୁ ମିଳିଥିଲା, ଯେଉଁଥିରେ ଜଣେ  ସାଧାରଣ ମଣିଷ କିଭଳି ନିଜ ପରିବାରକୁ ବଡ଼ ଦୁର୍ଘଟଣାରୁ ବଞ୍ଚାଉଛନ୍ତି। ୨୦୨୨ରେ ଦୃଶ୍ୟମ ୨ ଏହି କାହାଣୀକୁ ଆଗକୁ ବଢାଇଛି। ଫିଲ୍ମରେ ଅକ୍ଷୟ ଖନ୍ନାଙ୍କ ପରି ଦମଦାର କଳାକାର ଅଭିନୟ କରିଥିଲେ। ଏବେ ଦୃଶ୍ୟମ ୩କୁ ସଭିଙ୍କ ଅପେକ୍ଷା। ନିର୍ଦ୍ଦେଶକ ଓ ନିର୍ମାତା ଜବରଦସ୍ତ କାହାଣୀ ସହ ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଯାହା ଦର୍ଶକଙ୍କ ଉତ୍କଣ୍ଠାକୁ ଆହୁରି ବଢାଇ ଦେଇଛି।