ଶୋଇଥିବା ବେଳେ ୪ ବର୍ଷର ଶିଶୁକୁ ଦଳି ମାରିଦେଲା ହାତୀ
ଉମରକୋଟ ୫।୧୨: ଚାରି ବର୍ଷର ଝିଅକୁ ପାଦରେ ଦଳିଦେଲା ହାତୀ । ନବରଙ୍ଗପୁର ଜିଲ୍ଲା ଓଡିଶା-ଛତିଶଗଡ଼ ସୀମାନ୍ତ ଧମତରୀ ଜିଲ୍ଲା ନଗରୀ ବ୍ଲକର ସୀତାନଦୀ ବନଖଣ୍ଡ ଅଧୀନ ଅମ୍ବାହାରା ଗ୍ରାମରେ ଘଟିଛି ଏଭଳି ଘଟଣା । ବୁଧବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ଚାରି ବର୍ଷର ଝିଅକୁ ପାଦରେ ଦଳି ହାତୀ ମାରି ଦେଇଥିବା ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ, କିଛି ଦିନ ତଳର ପୋଟାଶ୍ ବୋମା ଦ୍ୱାରା ଆହତ ହାତୀ ଛୁଆ ବୁଧବାର ବିଳମ୍ବିତ ରାତିରେ ଅମ୍ବାହାରା ଗ୍ରାମ କମାର ବସ୍ତିକୁ ପଶିଆସିଥିଲେ । ଏହି ସମୟରେ ଘରେ ଶୋଇଥିବା ୪ ବର୍ଷର ଝିଅ ରାଧା କମାରଙ୍କୁ ହାତୀ ଶୁଣ୍ଢରେ କଚାଡି ପାଦରେ ଦଳି ଦେଇଛି । ସକାଳ ହେବା ମାତ୍ରେ ଗ୍ରାମବାସୀ ଘଟଣା ସମ୍ପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ପରିବାର ସଦସ୍ୟଙ୍କ ସମ୍ମୁଖରେ ପଞ୍ଚନାମା କରି ଅଧିକ ତଦନ୍ତ ଆରମ୍ଭ କରିଛି । ଉଦନ୍ତୀ ସାଇଟାନାଡି ଟାଇଗର ରିଜର୍ଭର ଡିଏଫଓ ବରୁଣ ଜେନା ତୁରନ୍ତ ସହାୟତା ପାଇଁ ୨୫ ହଜାର ଟଙ୍କା ଝିଅର ପରିବାରକୁ ଦେଇଛନ୍ତି । ରିସଗାଓଁ ଜଙ୍ଗଲ ଅଞ୍ଚଳ ତଥା ଅନ୍ୟ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ଦ୍ଵାରା ହାତୀ ଠାରୁ ଦୂରରେ ରହିବାକୁ ଏବଂ ହାତୀ ନିକଟକୁ ନ ଆସିବାକୁ ନିବେଦନ କରାଯାଇଛି । You Can Read:କାର୍ରେ ଆସୁଥିଲେ ୪ ବ୍ୟବସାୟୀ, ଗୁଳିମାଡ଼ କଲେ ଦୁର୍ବୃତ୍ତ
ଉମରକୋଟ ୫।୧୨: ଚାରି ବର୍ଷର ଝିଅକୁ ପାଦରେ ଦଳିଦେଲା ହାତୀ । ନବରଙ୍ଗପୁର ଜିଲ୍ଲା ଓଡିଶା-ଛତିଶଗଡ଼ ସୀମାନ୍ତ ଧମତରୀ ଜିଲ୍ଲା ନଗରୀ ବ୍ଲକର ସୀତାନଦୀ ବନଖଣ୍ଡ ଅଧୀନ ଅମ୍ବାହାରା ଗ୍ରାମରେ ଘଟିଛି ଏଭଳି ଘଟଣା । ବୁଧବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ଚାରି ବର୍ଷର ଝିଅକୁ ପାଦରେ ଦଳି ହାତୀ ମାରି ଦେଇଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳର ପୋଟାଶ୍ ବୋମା ଦ୍ୱାରା ଆହତ ହାତୀ ଛୁଆ ବୁଧବାର ବିଳମ୍ବିତ ରାତିରେ ଅମ୍ବାହାରା ଗ୍ରାମ କମାର ବସ୍ତିକୁ ପଶିଆସିଥିଲେ । ଏହି ସମୟରେ ଘରେ ଶୋଇଥିବା ୪ ବର୍ଷର ଝିଅ ରାଧା କମାରଙ୍କୁ ହାତୀ ଶୁଣ୍ଢରେ କଚାଡି ପାଦରେ ଦଳି ଦେଇଛି । ସକାଳ ହେବା ମାତ୍ରେ ଗ୍ରାମବାସୀ ଘଟଣା ସମ୍ପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ ।
ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ପରିବାର ସଦସ୍ୟଙ୍କ ସମ୍ମୁଖରେ ପଞ୍ଚନାମା କରି ଅଧିକ ତଦନ୍ତ ଆରମ୍ଭ କରିଛି । ଉଦନ୍ତୀ ସାଇଟାନାଡି ଟାଇଗର ରିଜର୍ଭର ଡିଏଫଓ ବରୁଣ ଜେନା ତୁରନ୍ତ ସହାୟତା ପାଇଁ ୨୫ ହଜାର ଟଙ୍କା ଝିଅର ପରିବାରକୁ ଦେଇଛନ୍ତି । ରିସଗାଓଁ ଜଙ୍ଗଲ ଅଞ୍ଚଳ ତଥା ଅନ୍ୟ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ଦ୍ଵାରା ହାତୀ ଠାରୁ ଦୂରରେ ରହିବାକୁ ଏବଂ ହାତୀ ନିକଟକୁ ନ ଆସିବାକୁ ନିବେଦନ କରାଯାଇଛି ।
You Can Read:
କାର୍ରେ ଆସୁଥିଲେ ୪ ବ୍ୟବସାୟୀ, ଗୁଳିମାଡ଼ କଲେ ଦୁର୍ବୃତ୍ତ