ବାଇକରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳେ ଧରିଲା ପୋଲିସ, ଯାଞ୍ଚବେଳେ ମିଳିଲା…

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ଜିଲା ଦୌରା ଜଜ୍‌ କୋର୍ଟକୁ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଗଜପତି ଜିଲା ଅଡବା ଥାନା ରାମଗଡ଼ ଗ୍ରାମର ମିହିର ପ୍ରଧାନ ଏବଂ କେଲମା ଗ୍ରାମର ଆଲୋକ ବୀର। ସେମାନଙ୍କ ନିକଟରୁ ଏକ ନମ୍ବର ବିହୀନ ପଲ୍ସର ବାଇକ ଏବଂ ୨୩ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ […] The post ବାଇକରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳେ ଧରିଲା ପୋଲିସ, ଯାଞ୍ଚବେଳେ ମିଳିଲା… appeared first on Dharitri Odia News.

ବାଇକରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳେ ଧରିଲା ପୋଲିସ, ଯାଞ୍ଚବେଳେ ମିଳିଲା…

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ଜିଲା ଦୌରା ଜଜ୍‌ କୋର୍ଟକୁ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଗଜପତି ଜିଲା ଅଡବା ଥାନା ରାମଗଡ଼ ଗ୍ରାମର ମିହିର ପ୍ରଧାନ ଏବଂ କେଲମା ଗ୍ରାମର ଆଲୋକ ବୀର। ସେମାନଙ୍କ ନିକଟରୁ ଏକ ନମ୍ବର ବିହୀନ ପଲ୍ସର ବାଇକ ଏବଂ ୨୩ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଥାନା ମାମଲା ନଂ.୧୫୨/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।

ଗୁରୁବାର ଭୋର୍‌ରେ ଥାନା ଏସଆଇ ଶ୍ରୀନିବାସ ଦାସ ସଦଳବଳେ ଡେଙ୍ଗାଓସ୍ତା, ତପ୍ତପାଣି, ପୋଡ଼ାମାରି ଇଲାକାରେ ରାତ୍ରକାଳିନ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଏକ ବାଇକ ଦ୍ରୁତଗତିରେ ଆସୁଥିବା ଦେଖିଥିଲେ। ପୋଡ଼ାମାରି ବନବିଭାଗ ତନଖି ଫାଟକ ନିକଟରେ ପୋଲିସ ଟିମ ବାଇକକୁ ଅଟକାଇ ଖାନ ତଲାସ କରିବାରୁ ସେଥିରେ ୨ଟି ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡିଥିଲା। ଏନେଇ ଥାନା ଆଇଆଇସିଙ୍କୁ ସୂଚନା ଦିଆଯିବା ପରେ ସାନଖେମୁଣ୍ଡି ତହସିଲଦାର ତଥା ଏକ ଜି କ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯିବା ସହ ଓଜନ କରାଯାଇଥିଲା। ଥାନା ଏସଆଇ ଶ୍ରୀନିବାସ ଦାସ ଏନେଇ ଏତଲା ଦେବାପରେ ଆଇଆଇସି ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁଲେମାନ ଭୁଁୟା ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

The post ବାଇକରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳେ ଧରିଲା ପୋଲିସ, ଯାଞ୍ଚବେଳେ ମିଳିଲା… appeared first on Dharitri Odia News.