ଦୃଶ୍ୟମାନ ହେଲା ଚାନ୍ଦ, ଆସନ୍ତାକାଲିଠୁ ରମଜାନ ମାସ ଆରମ୍ଭ

କଟକ: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୧୨ତାରିଖରୁ ଆରମ୍ଭ ହେବ ପବିତ୍ର ରମଜାନ୍ ମାସ। ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କରେ ଚାନ୍ଦ ଦୃଶ୍ୟମାନ ହେବା ପରେ ଅଞ୍ଜୁମନ୍ ଇସଲାମୀଆ ଅହେଲେ ସୂନ୍ନତ ଓ ଜମାତ୍ ଓଡ଼ିଶା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଞ୍ଜୁମନ୍ ଇସଲାମୀଆ ଓଡ଼ିଶା ମୁଖ୍ୟ କାର୍ଯ୍ୟାଳୟରେ ଏନେଇ ବୈଠକ ବସିଥିଲା । ଏହା ପରେ ବିଦ୍ଧିବଦ୍ଧ ଭାବରେ ମଙ୍ଗଳବାରଠୁ ରମଜାନ ମାସ ଆରମ୍ଭ ହେଉଥିବା ଘୋଷଣା କରାଯାଇଛି। ଆଜି ରାତିରେ ତରାବି ପାଠ କରାଯିବ ଓ ଆସନ୍ତାକାଲିଠାରୁ ମୁସଲମାନ ଧର୍ମ୍ମାବଲମ୍ବୀମାନେ ରୋଜା ଉପବାସ ରଖି ରମଜାନ ପାଳନ କରିବେ ବୋଲି ସୂଚନା ଦିଆଯାଇଛି।ଇସଲାମ ଧର୍ମାବଲମ୍ବୀଙ୍କ ସବୁ ଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହେବାକୁ ଯାଉଛି। ଏହି ମାସରେ ଉପବାସ କରୁଥିବା ଲୋକମାନେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଦିନ ସାରା ଏକ ମାସ ଯାଏଁ ଉପବାସ ପାଳନ କରନ୍ତି । ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ଏକାଠି ହୋଇ ମୁସଲମାନ ଭାଇମାନେ ସମୂହ ନମାଜ ପାଠ କରିଥାନ୍ତି । ବ୍ରତ ଶେଷରେ ସନ୍ଧ୍ୟାବେଳେ ଇଫତାର ପାଳନ କରାଯାଏ । ଏଥିପାଇଁ କଟକ ସହରରେ ଆରମ୍ଭ ହୋଇଯାଇଛି ରମଜାନ ବଜାର । କଟକର ଦେଵାନ୍ ବଜାର, ଓଡ଼ିଆ ବଜାର , ବକ୍ସି ବଜାର ଆଦି ପ୍ରମୁଖ ଅଞ୍ଚଳରେ ଏହି ବଜାର ଲାଗିବା ସହ ବିଭିନ୍ନ ପ୍ରକାରର ଖାଦ୍ୟ ଓ ଅନ୍ୟ ଜିନିସ ମିଳିଥାଏ। ଯଦି ଦେଖିବା ଏହି ବଜାରରେ ବିଶେଷ କରି ଲଛା ସିମେଇ, ରୁଅବଜା, ଖଜୁରୀ,ଅତର, ଟୋପ

ଦୃଶ୍ୟମାନ ହେଲା ଚାନ୍ଦ, ଆସନ୍ତାକାଲିଠୁ ରମଜାନ ମାସ ଆରମ୍ଭ

କଟକ: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୧୨ତାରିଖରୁ ଆରମ୍ଭ ହେବ ପବିତ୍ର ରମଜାନ୍ ମାସ। ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କରେ ଚାନ୍ଦ ଦୃଶ୍ୟମାନ ହେବା ପରେ ଅଞ୍ଜୁମନ୍ ଇସଲାମୀଆ ଅହେଲେ ସୂନ୍ନତ ଓ ଜମାତ୍ ଓଡ଼ିଶା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଞ୍ଜୁମନ୍ ଇସଲାମୀଆ ଓଡ଼ିଶା ମୁଖ୍ୟ କାର୍ଯ୍ୟାଳୟରେ ଏନେଇ ବୈଠକ ବସିଥିଲା । ଏହା ପରେ ବିଦ୍ଧିବଦ୍ଧ ଭାବରେ ମଙ୍ଗଳବାରଠୁ ରମଜାନ ମାସ ଆରମ୍ଭ ହେଉଥିବା ଘୋଷଣା କରାଯାଇଛି। ଆଜି ରାତିରେ ତରାବି ପାଠ କରାଯିବ ଓ ଆସନ୍ତାକାଲିଠାରୁ ମୁସଲମାନ ଧର୍ମ୍ମାବଲମ୍ବୀମାନେ ରୋଜା ଉପବାସ ରଖି ରମଜାନ ପାଳନ କରିବେ ବୋଲି ସୂଚନା ଦିଆଯାଇଛି।

ଇସଲାମ ଧର୍ମାବଲମ୍ବୀଙ୍କ ସବୁ ଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହେବାକୁ ଯାଉଛି। ଏହି ମାସରେ ଉପବାସ କରୁଥିବା ଲୋକମାନେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଦିନ ସାରା ଏକ ମାସ ଯାଏଁ ଉପବାସ ପାଳନ କରନ୍ତି । ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ଏକାଠି ହୋଇ ମୁସଲମାନ ଭାଇମାନେ ସମୂହ ନମାଜ ପାଠ କରିଥାନ୍ତି । ବ୍ରତ ଶେଷରେ ସନ୍ଧ୍ୟାବେଳେ ଇଫତାର ପାଳନ କରାଯାଏ । ଏଥିପାଇଁ କଟକ ସହରରେ ଆରମ୍ଭ ହୋଇଯାଇଛି ରମଜାନ ବଜାର । 

କଟକର ଦେଵାନ୍ ବଜାରଓଡ଼ିଆ ବଜାର ବକ୍ସି ବଜାର ଆଦି ପ୍ରମୁଖ ଅଞ୍ଚଳରେ ଏହି ବଜାର ଲାଗିବା ସହ ବିଭିନ୍ନ ପ୍ରକାରର ଖାଦ୍ୟ ଓ ଅନ୍ୟ ଜିନିସ ମିଳିଥାଏ। ଯଦି ଦେଖିବା ଏହି ବଜାରରେ ବିଶେଷ କରି ଲଛା ସିମେଇରୁଅବଜାଖଜୁରୀ,ଅତରଟୋପିକୋରାନକୋରାନ ଷ୍ଟାଣ୍ଡ ରୁମାଲଆସନ ଆଦି ର ଜୋରଦାର ବ୍ୟବସାୟ ଆରମ୍ଭ ହୋଇ ଯାଇଛି। ଯଦି ଆଜି ସନ୍ଧ୍ୟାରେ ପାଗ ଅନୁକୂଳ ରହେ ଓ ଚାନ୍ଦ ଦେଖାଯାଏ ତେବେ ଆସନ୍ତା କାଲିଠାରୁ ରମଜାନ ଉପବାସ ରଖିବା ଆରମ୍ଭ କରିବେ ମୁସିଲମ ଭାଇ ଭଉଣୀ ମାନେ।