ଦେବ ରଞ୍ଜନଙ୍କ ମହିମା ଧର୍ମ ଉପରେ ବୃତ୍ତଚିତ୍ର ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ
ସମ୍ବଲପୁର :ଦେବ ରଞ୍ଜନଙ୍କ ମହିମା ଧର୍ମ ଉପରେ ବୃତ୍ତଚିତ୍ର ଆନ୍ତର୍ଜାତିକ ସ୍ତରରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ରୂପେ ପୁରସ୍କୃତ ହୋଇଛି।ଯାହାକି ସମଗ୍ର ରାଜ୍ୟ ବିଶେଷ କରି ପଶ୍ଚିମ ଓଡିଶା ପାଇଁ ଆଣିଛି ଏକ ବଡ ଗାରିମା। ଦେବ ରଞ୍ଜନ ଏହି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିବା ପାଇଁ ଅନୁଗୋଳ, ଭୁବନେଶ୍ୱର, ଖଡିଆଳ, ତୁକଲା,ବଙ୍ଗୋମୁଣ୍ଡା ଏବଂ ବିଭିନ୍ନ ଗ୍ରାମ ବୁଲି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ।ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ଫଣିନ୍ଦମ ଦେଓଙ୍କ […] The post ଦେବ ରଞ୍ଜନଙ୍କ ମହିମା ଧର୍ମ ଉପରେ ବୃତ୍ତଚିତ୍ର ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ appeared first on Odisha.News.
ସମ୍ବଲପୁର :ଦେବ ରଞ୍ଜନଙ୍କ ମହିମା ଧର୍ମ ଉପରେ ବୃତ୍ତଚିତ୍ର ଆନ୍ତର୍ଜାତିକ ସ୍ତରରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ରୂପେ ପୁରସ୍କୃତ ହୋଇଛି।ଯାହାକି ସମଗ୍ର ରାଜ୍ୟ ବିଶେଷ କରି ପଶ୍ଚିମ ଓଡିଶା ପାଇଁ ଆଣିଛି ଏକ ବଡ ଗାରିମା। ଦେବ ରଞ୍ଜନ ଏହି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିବା ପାଇଁ ଅନୁଗୋଳ, ଭୁବନେଶ୍ୱର, ଖଡିଆଳ, ତୁକଲା,ବଙ୍ଗୋମୁଣ୍ଡା ଏବଂ ବିଭିନ୍ନ ଗ୍ରାମ ବୁଲି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ।ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ଫଣିନ୍ଦମ ଦେଓଙ୍କ ରଚିତ ସୋସିଓ ରିଲିଜିୟସ ମୋମେଣ୍ଟ ଏଣ୍ଡ କଲ୍ଚରାଲ ନେଟୱର୍କ ଇନ ଇଣ୍ଡିଆ ସିଭିଲାଇଜେସନ ମହିମା ଧର୍ମ ନାମକ ପୁସ୍ତକର ମହିମା ଧର୍ମ ଉପରେ ଆଧାରିତ ଲେଖାକୁ ଆଧାର କରି ଏହି ବୃତ୍ତଚିତ୍ର ପ୍ରସ୍ତୁତ କରିଥିଲେ। ଏହି ଚିତ୍ରଟି ଆନ୍ତର୍ଜାତିକ ସ୍ତରରେ ଶ୍ରେଷ୍ଠ କ୍ଷୁଦ୍ର ବୃତ୍ତଚିତ୍ର ଭାବେ ପୁରସ୍କୃତ ହୋଇଛି। କୋଡାଇକାନାଲ ଆନ୍ତର୍ଜାତିକ କ୍ଷୁଦ୍ର ଚଳଚ୍ଚିତ୍ରରେ ମହିମା ଧର୍ମ ଉପରେ ଚଳଚ୍ଚିତ୍ର ଭାଗ ନେଇଥିବା ବେଳେ ଦେବରଞ୍ଜନ ଏହାର ବିଜେତା ହୋବାର ସୌଭାଗ୍ଯ ଲାଭ କରିଛନ୍ତି।
The post ଦେବ ରଞ୍ଜନଙ୍କ ମହିମା ଧର୍ମ ଉପରେ ବୃତ୍ତଚିତ୍ର ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ appeared first on Odisha.News.