ସଶକ୍ତ ମହିଳା ବିକାଶ ନେଇ ବିଜେଡିର ବିଚାର ବିମର୍ଶ
ସମ୍ବଲପୁର : ସମ୍ବଲପୁର ମହାନଗର ଅନ୍ତର୍ଗତ ୱାର୍ଡ ନମ୍ବର ୩୩ ରେ ପୂର୍ବତନ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ତଥା ବର୍ତ୍ତମାନ ର ରାଜ୍ୟ ସାଧାରଣ ସମ୍ପାଦକ ଇଂ.ସିଦ୍ଧାର୍ଥ ଦାସ ଙ୍କ ସ୍ଥାନୀୟ ବାସିନ୍ଦା ଏବଂ ମହିଳା ଏସଏଚଜି ମାନଂକ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା ଓ ବିଚାରବିମର୍ଶ କାର୍ଯ୍ୟକ୍ରମ ହୋଇଥିଲା । ଓଡ଼ିଶା ର ସର୍ବପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ରେ ଷଷ୍ଠ ଥର ପାଇଁ ଐତିହାସିକ ଭାବେ […] The post ସଶକ୍ତ ମହିଳା ବିକାଶ ନେଇ ବିଜେଡିର ବିଚାର ବିମର୍ଶ appeared first on Odisha.News.

ସମ୍ବଲପୁର : ସମ୍ବଲପୁର ମହାନଗର ଅନ୍ତର୍ଗତ ୱାର୍ଡ ନମ୍ବର ୩୩ ରେ ପୂର୍ବତନ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ତଥା ବର୍ତ୍ତମାନ ର ରାଜ୍ୟ ସାଧାରଣ ସମ୍ପାଦକ ଇଂ.ସିଦ୍ଧାର୍ଥ ଦାସ ଙ୍କ ସ୍ଥାନୀୟ ବାସିନ୍ଦା ଏବଂ ମହିଳା ଏସଏଚଜି ମାନଂକ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା ଓ ବିଚାରବିମର୍ଶ କାର୍ଯ୍ୟକ୍ରମ ହୋଇଥିଲା । ଓଡ଼ିଶା ର ସର୍ବପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ରେ ଷଷ୍ଠ ଥର ପାଇଁ ଐତିହାସିକ ଭାବେ ବିଜେଡି ସରକାର ର ପ୍ରତିଷ୍ଠା ପାଇଁ ସଂକଳ୍ପ ନିଆଯାଇଥିଲା,ସମ୍ବଲପୁର ମହାନଗର ର ବସ୍ତିବାସିନ୍ଦା ମାନଂକୁ ଭୂମି ପ୍ରମାଣ ପତ୍ର ପ୍ରଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ର ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା। ୱାର୍ଡ ରେ ପିଇବା ପାଣି,ଷ୍ଟ୍ରିଟ ଲାଇଟ,ନାଳ ନିର୍ମାଣ ସହ ବାକି ରହିଥିବା ବସ୍ତି ବାସିନ୍ଦା ଙ୍କୁ ଭୂମି ଅଧିକାର ସାର୍ଟିଫିକେଟ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ନିଷ୍ପତି ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ସମ୍ବଲପୁର ମହାନଗର ବସ୍ତିବାସିନ୍ଦା ମହାସଂଘର ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ସହ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଦିଲୀପ ଦାଶ,ଶ୍ରୀ ଲିଙ୍ଗରାଜ ତ୍ରିପାଠୀ,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଇଂ.ଦୀନେଶ ସେଠ,ହାଜି ମୁନୀର ବେଗ,ନାସୀର ଫରାଜ଼,ଶେଖ ଅରିଫ,ଶ୍ରୀ ନରେଶ ଭରଦ୍ୱାଜ,ଶ୍ରୀ ଗୋପାଲ ମିଶ୍ର,ଏମଡି ଆଝାର,ଶେଖ ବିଟ୍ଟୁ,ଏମଡି ଅର୍ଶଦ,ଏମଡି ମୀରାଜ଼,ମହିଳା ନେତ୍ରୀ ମେଇମୁନ ଜୁବିନ,ତାହିରା ବାନୋ,ଅଞ୍ଜଳି ବେହେରା,ନିତିନ କୁମ୍ଭାର,ବୁଇ ବେହେରା,ଖୁସବୁ ନିଶା,ମକସୁଦା ବାନୋଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।
The post ସଶକ୍ତ ମହିଳା ବିକାଶ ନେଇ ବିଜେଡିର ବିଚାର ବିମର୍ଶ appeared first on Odisha.News.