କୁନୋକୁ ଆସିଲେ ନୂଆ ଅତିଥି
ନନ୍ଦିଘୋଷ ବ୍ୟୁରୋ: କୁନୋକୁ ଆସିଲେ ନୂଆ ଅତିଥି। ଚିତା ବାଘୁଣୀ ଗାମିନୀ ୫ ଶାବକଙ୍କୁ ଜନ୍ମ ଦେଇଛି। ଏହି ୫... The post କୁନୋକୁ ଆସିଲେ ନୂଆ ଅତିଥି appeared first on .
ନନ୍ଦିଘୋଷ ବ୍ୟୁରୋ: କୁନୋକୁ ଆସିଲେ ନୂଆ ଅତିଥି। ଚିତା ବାଘୁଣୀ ଗାମିନୀ ୫ ଶାବକଙ୍କୁ ଜନ୍ମ ଦେଇଛି। ଏହି ୫ ଶାବକଙ୍କ ସହ କୁନୋରେ ଚିତା ଶାବକଙ୍କ ସଂଖ୍ଯା ୧୩କୁ ବୃଦ୍ଧି ପାଇଛି। ୫ ବର୍ଷିୟା ଗାମିନୀ ଦକ୍ଷିଣ ଆଫ୍ରୀକାର କାଲାହାରୀ ଅଭୟାରଣ୍ୟରୁ ଏଠାକୁ ଆସିଥିଲା। ଏହି ଶାବକଙ୍କ ସହ କୁନୋ ଅଭୟାରଣ୍ୟରେ ଚିତାବାଘ ସଂଖ୍ଯା ୨୬କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସବୁ ଚିତାବାଘଙ୍କୁ ଆଫ୍ରିକାରୁ ଭାରତକୁ ଅଣାଯାଇଥିଲା। ଏହା ପୂର୍ବରୁ ବାଘୁଣୀ ଜ୍ଵାଳା ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲା। ବାଘୁଣୀ ଜ୍ଵାଳାକୁ ନାମ୍ବିଆରୁ ଅଣାଯାଇଥିଲା। ଏହା ପୂର୍ବରୁ ଗତ ମାର୍ଚ୍ଚରେ ଜ୍ଵାଳା ୪ ଶାବକଙ୍କୁ ଜନ୍ମ ଦେଇଥିଲା। ତେବେ ସେଥିମଧ୍ୟରୁ ୩ ଶାବକଙ୍କ ମୃତ୍ଯୁ ଘଟିଥିଲା। ପ୍ରବଳ ଗରମରୁ ସେମାନଙ୍କ ମଧ୍ୟରୁ ୨ ଶାବକଙ୍କ ମୃତ୍ଯୁ ଘଟିଥିଲା।
The post କୁନୋକୁ ଆସିଲେ ନୂଆ ଅତିଥି appeared first on .