ମଣିପୁରରେ ପୁଣି ହିଂସା
ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ପୁଣି ହିଂସା। ଚୁରାଚାନ୍ଦପୁର ନିକଟସ୍ଥ ଆଙ୍ଗଲୋ-କୁକୀ ଯୁଦ୍ଧସ୍ମାରକୀ ଗେଟ୍ ନିକଟରେ ଜଣେ କୁକୀ ନେତାଙ୍କ ଗୁଳିବିଦ୍ଧ... The post ମଣିପୁରରେ ପୁଣି ହିଂସା appeared first on .
ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ପୁଣି ହିଂସା। ଚୁରାଚାନ୍ଦପୁର ନିକଟସ୍ଥ ଆଙ୍ଗଲୋ-କୁକୀ ଯୁଦ୍ଧସ୍ମାରକୀ ଗେଟ୍ ନିକଟରେ ଜଣେ କୁକୀ ନେତାଙ୍କ ଗୁଳିବିଦ୍ଧ ମୃତଦେହ ଠାବ ହୋଇଛି। ସେ କୁକୀ ସଂଗଠନର ଜଣେ ଆତ୍ମଘୋଷିତ କମାଣ୍ଡର ବୋଲି ସୂଚନା ମିଳିଛି। ଚୁରାଚାନ୍ଦପୁରର କାପରଙ୍ଗ ଗ୍ରାମର ଏହି କମାଣ୍ଡର ହେଉଛନ୍ତି ଶେଖୋହାଓ। ସେ ସଂଯୁକ୍ତ କୁକୀ ଜାତୀୟ ସେନାର କମାଣ୍ଡର ବୋଲି କୁହାଯାଇଛି। ସେପଟେ ରାଜ୍ଯର ବିଭିନ୍ନ ସ୍ଥାନରେ ପୁଣି ମେଇତେଇ ଓ କୁକୀଙ୍କ ମଧ୍ଯରେ ଉତ୍ତେଜନା ଦେଖାଯାଇଛି। ଗତବର୍ଷ ମେ ମାସରୁ ହୋଇଥିବା ସଂଘର୍ଷର ୨୨୦ଶହରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଲାଣି। ସଂଖ୍ଯାଲଘୁ ମେଇତେଇମାନେ ତଫସିଲଭୁକ୍ତ ଜନଜାତି ମାନ୍ଯତା ଦାବି କରୁଥିବାରୁ ଏହାକୁ ନେଇ ସଂଘର୍ଷ ତୀବ୍ର ହୋଇଛି।
The post ମଣିପୁରରେ ପୁଣି ହିଂସା appeared first on .