ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବଖଣ୍ଡା ଧୁଆ ପରେ ରକ୍ତରଞ୍ଜିତ ପୀଠ।

କଳାହାଣ୍ଡି:୧୫/୧୦ ରିପୋର୍ଟ—ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ବାଙ୍କିମୁଣ୍ଡାରେ ଦେବୀ ଦନ୍ତେଶ୍ୱରୀ ଙ୍କ ପୀଠ ରେ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଦ୍ଵାଦଶୀ ରେ ଖଣ୍ଡା ଧୁଆ ସହ ଦଶରା ପର୍ବ ପାଳିତ ହୁଏ । ଚଳିତ ବର୍ଷ ଗୁରୁବାର ଦିନ ଦ୍ଵାଦଶୀ ତିଥି ହେତୁ ସନ୍ଧ୍ୟା ସମୟରେ ଗ୍ରାମର ଗୋନ୍ତିଆ ଓ ପୂଜାରୀ ଙ୍କ ଘରରୁ ଦେବୀଙ୍କ ଅସ୍ତ୍ର ଶସ୍ତ୍ର ଖଣ୍ଡା ବାହାର କରି ପାଖ ବେହେରା ନଦୀ କୁ ନିଆଯାଇ […] The post ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବଖଣ୍ଡା ଧୁଆ ପରେ ରକ୍ତରଞ୍ଜିତ ପୀଠ। appeared first on Odisha.News.

ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବଖଣ୍ଡା ଧୁଆ ପରେ ରକ୍ତରଞ୍ଜିତ ପୀଠ।

କଳାହାଣ୍ଡି:୧୫/୧୦
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ବାଙ୍କିମୁଣ୍ଡାରେ ଦେବୀ ଦନ୍ତେଶ୍ୱରୀ ଙ୍କ ପୀଠ ରେ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଦ୍ଵାଦଶୀ ରେ ଖଣ୍ଡା ଧୁଆ ସହ ଦଶରା ପର୍ବ ପାଳିତ ହୁଏ । ଚଳିତ ବର୍ଷ ଗୁରୁବାର ଦିନ ଦ୍ଵାଦଶୀ ତିଥି ହେତୁ ସନ୍ଧ୍ୟା ସମୟରେ ଗ୍ରାମର ଗୋନ୍ତିଆ ଓ ପୂଜାରୀ ଙ୍କ ଘରରୁ ଦେବୀଙ୍କ ଅସ୍ତ୍ର ଶସ୍ତ୍ର ଖଣ୍ଡା ବାହାର କରି ପାଖ ବେହେରା ନଦୀ କୁ ନିଆଯାଇ ଧୌତ ପୂର୍ବକ ପୁଣି ପୂଜାରୀଙ୍କ ଘରରେ ସ୍ଥାପନ କରି ବଳି ଦିଆଯାଇଥିଲା।ରାତ୍ରିରେ ମନ୍ଦିର ସର୍ବସାଧାରଣ ଙ୍କ ପାଇଁ ଖୋଲା ଯାଇ ଭକ୍ତଙ୍କ ମାନସିକ ବଳି ଵୋଦା ରେ ପୀଠ ରକ୍ତ ରଞ୍ଜିତ ରେ ପରିଣତ ହୋଇଥିଲା । ରକ୍ତ ମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଉକ୍ତ ରାତ୍ର ରେ ଦେବୀ ପୀଠ ରେ ବୀର ବାଦ୍ୟ ଘୁମୁରା ପ୍ରକମ୍ପିତ କରିବା ପ୍ରାଚୀନ ନିୟମ ରହିଛି । ଏହି ଅବସରରେ ଘୁମୁରା ର ଅନ୍ୟତମ ପ୍ରଣେତା କୁହାଯାଉଥିବା ପଣ୍ଡିତ ରୀକ୍ଷିରାମ ତିୱାରୀ ଙ୍କ ସ୍ମୃତିରେ ଘୁମୁରା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।ଗ୍ରାମର ଗୋନ୍ତିଆ ଚିତ୍ତରଞ୍ଜନ ପୁଝାରୀ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବରେ ବେହେରା ସରପଞ୍ଚ କୁମୁଦିନି ଗଇନ୍ତା,ଓ ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ଉପସ୍ଥିତ ଥିଲେ । ଅତିଥି ଭାବରେ ଶଙ୍କର ପ୍ରସାଦ ତିୱାରୀ,ପ୍ରଫୁଲ୍ଲ ତିୱାରୀ, ଈଶ୍ୱର ତିୱାରୀ , ବ୍ରଜେନ୍ଦ୍ର ସୋନି,ମୁଖ୍ୟ ବକ୍ତା ଭାବରେ ପ୍ରଶାନ୍ତ ତିୱାରୀ ଯୋଗଦାନ କରିଥିବା ବେଳେ ସମ୍ପାଦକ ଭୁପେଶ ତିୱାରୀ ସମେତ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।
୭ଟି ଘୁମୁରା ଦଳ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ କଦଲିମୁଣ୍ଡା ର ମା ଷୋହଳ କୋଟି କଳା ପରିଷଦ ପ୍ରଥମ, ସାନ କେନ୍ଦୁଗୁଡଡ଼ା ର ମା ଛୋଟି ମାଉଳି କଳା ପରିଷଦ ଦ୍ଵିତୀୟ ଓ ମହିମା ର ମା ପେନ୍ଦ୍ରାଣୀ ଘୁମୁରା ଦଳ ତୃତୀୟ ପୁରସ୍କାର ବିଜେତା ହୋଇଥିଲେ, ବିଚାର ପତି ଭାବରେ ବଶିଷ୍ଠ ପାଣ୍ଡେ, ତପନ ପଣ୍ଡା,ଦୁର୍ବଳ କାଣ୍ଡ ଓ ପବିତ୍ର ସୁନାନି ଦାୟିତ୍ଵ ତୁଲାଇ ଥିଲେ, କାର୍ଯ୍ୟକ୍ରମକୁ କ୍ଷୀରସିନ୍ଧୁ ବାଣୁଆଓ ଅଖଣ୍ଡଲ ମଣି ଭର୍ତିଆ ପରିଚାଳନା କରିଥିଲେ। ଉଜ୍ବଳ ସିଂହ ପୁଝାରୀ, ଘନଶ୍ୟାମ ମଶ୍ରା,ନନ୍ଦ କିଶୋର ସୋନୀ, ରୁକମନ୍ ପୁଝାରୀ ତଥା ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।

The post ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବଖଣ୍ଡା ଧୁଆ ପରେ ରକ୍ତରଞ୍ଜିତ ପୀଠ। appeared first on Odisha.News.