ଦେବୀ ନଦୀକୁ ଶୌଚ ହେବାକୁ ଯାଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କୋଣାର୍କ ୭।୮: ଦେବୀ ନଦୀରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବା ବେଳେ ତଟବର୍ତ୍ତୀ ଗାଁ ନିକଟରେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଂଚାୟତ ଏଡ଼ବାଂଶ ଗ୍ରାମ ନିକଟରେ ଦେବୀ ନଦୀ ପ୍ରଭାବିତ ହେଉଛି । ଏଡ଼ବାଂଶ ଗ୍ରାମର ଆଶିଷ ସେନାପତି ମଙ୍ଗଳବାର ସନ୍ଧ୍ୟା ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ଜଳସ୍ତର ବୃଦ୍ଧି ଯୋଗୁଁ ନଦୀ ମଧ୍ୟରେ ନିଖୋଜ ଅଛନ୍ତି । ଘଟଣାସ୍ଥଳରୁ ଘର ଲୋକ ଚପଲ ଓ ଗାମୁଛା ଦେଖି ଜାଣିବାକୁ ପାଇଥିଲେ । ବୁଧବାର ସକାଳୁ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ୭ ଜଣିଆ ଟିମ୍ ସହ ସ୍ଥାନୀୟ ଅଞ୍ଚଳବାସୀ ମିଳିତ ଭାବେ ଦେବୀ ନଦୀରେ ଖୋଜୁଛନ୍ତି । ଦେବୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଜଳ ଭିତରେ ଅଣ୍ଡର କରେଣ୍ଟ ଥିବାରୁ ଅଗ୍ନିଶମ ବାହିନୀ ଖୋଜିବାକୁ ମଧ୍ୟ କଷ୍ଟ ହେଉଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନଦୀ ବନ୍ଧ ଏବେ ଜନସମୁଦ୍ର ଦେଖିବାକୁ ମିଳିଛି । You Can Read:କଟକ ବାଙ୍କୀ ଏବଂ ନୟାଗଡ଼ ଭାପୁରରେ ସର୍ବାଧିକ ବର୍ଷା ରେକର୍ଡ

ଦେବୀ ନଦୀକୁ ଶୌଚ ହେବାକୁ ଯାଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କୋଣାର୍କ ୭ଦେବୀ ନଦୀରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବା ବେଳେ ତଟବର୍ତ୍ତୀ ଗାଁ ନିକଟରେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଂଚାୟତ ଏଡ଼ବାଂଶ ଗ୍ରାମ ନିକଟରେ ଦେବୀ ନଦୀ ପ୍ରଭାବିତ ହେଉଛି । ଏଡ଼ବାଂଶ ଗ୍ରାମର ଆଶିଷ ସେନାପତି ମଙ୍ଗଳବାର ସନ୍ଧ୍ୟା ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ଜଳସ୍ତର ବୃଦ୍ଧି ଯୋଗୁଁ ନଦୀ ମଧ୍ୟରେ ନିଖୋଜ ଅଛନ୍ତି । ଘଟଣାସ୍ଥଳରୁ ଘର ଲୋକ ଚପଲ ଓ ଗାମୁଛା ଦେଖି ଜାଣିବାକୁ ପାଇଥିଲେ । ବୁଧବାର ସକାଳୁ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ୭ ଜଣିଆ ଟିମ୍ ସହ ସ୍ଥାନୀୟ ଅଞ୍ଚଳବାସୀ ମିଳିତ ଭାବେ ଦେବୀ ନଦୀରେ ଖୋଜୁଛନ୍ତି । ଦେବୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଜଳ ଭିତରେ ଅଣ୍ଡର କରେଣ୍ଟ ଥିବାରୁ ଅଗ୍ନିଶମ ବାହିନୀ ଖୋଜିବାକୁ ମଧ୍ୟ କଷ୍ଟ ହେଉଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନଦୀ ବନ୍ଧ ଏବେ ଜନସମୁଦ୍ର ଦେଖିବାକୁ ମିଳିଛି । 

You Can Read:

କଟକ ବାଙ୍କୀ ଏବଂ ନୟାଗଡ଼ ଭାପୁରରେ ସର୍ବାଧିକ ବର୍ଷା ରେକର୍ଡ