'ଦେଶ ଏବେ ଜ୍ୱାଇଁ ରାଜନୀତିରୁ ଆଗକୁ ବଢି ସାରିଛି, ରାଜନୀତିରୁ ବ୍ରେକ୍ ନିଅନ୍ତୁ ରାହୁଲ’: ମେନକା ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସୁଲତାନପୁରରୁ ବିଜେପି ସାଂସଦ ପ୍ରାର୍ଥୀ ମେନକା ଗାନ୍ଧୀ କଂଗ୍ରେସ ପାର୍ଟି ଏବଂ ଏହାର ନେତାଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଡ ଭଦ୍ରାଙ୍କୁ ମଧ୍ୟ ନିଶାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରବର୍ଡ ଭଦ୍ରା ଅମେଠି ଆସନରୁ ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନିଜେ ଭଦ୍ରା ମଧ୍ୟ ଏହାକୁ ନେଇ ଟିପ୍ପଣୀ କରିଥିଲେ । ଏବେ ମେନକା ଗାନ୍ଧୀ ଏହା ଉପରେ ବୟାନ ଦେଇ କହିଛନ୍ତି ଯେ ତାଙ୍କୁ ରାଜନୀତିର ଅନୁଭବ ନାହିଁ । ଇଣ୍ଡିଆ ଟିଭିକୁ ପ୍ରତିକ୍ରିୟା ଦେଇ ମେନକା ଗାନ୍ଧୀ କହିଛନ୍ତି ଯେ ଦେଶ ଏବେ ଜ୍ୱାଇଁଙ୍କ ଠାରୁ ଆଗକୁ ବଢି ସାରିଛି । ରବର୍ଟ ଭଦ୍ରା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ । ରବର୍ଟ ଭଦ୍ରା ଅମେଠିରୁ ନିର୍ବାଚନ ଲଢିଲେ କେତେ ମଜଭୁତ ରହିବେ ବୋଲି ମେନକାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହା ଉପରେ ସେ କହିଛନ୍ତି ଯେ ନିର୍ବାଚନ ପାଇଁ ରାଜନୀତିକ ଅନୁଭୂବ ଜରୁରୀ ଅଟେ । ଏହି ଦେଶ ଜ୍ୱାଇଁଙ୍କ ରାଜନୀତିରୁ ଆଗକୁ ବଢି ସାରିଛି ।ଏହା ବ୍ୟତୀତ, ସେ ନିଜ ବଡ଼ ଯା’ଙ୍କ ପୁଅ ଏବଂ ରାହୁଲ ଗାନ୍ଧୀଙ୍କୁ ନେଇ କଟାକ୍ଷ କରି କହିଛନ୍ତି ଯେ ସେ ରାଜନୀତିରୁ ବ୍ରେକ୍ ନେଇଯିବା ଦରକାର । କଂଗ୍ରେସ ପାର୍ଟି ସେତେବେଳେ ଆଗକୁ ବଢିପାରିବ, ଯେତେବେଳେ ତାଙ୍କ ପାଖରେ କୌଣସି ବଡ଼ ଆଇଡିଆ କିମ୍ୱା ନେତା ରହିବ । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନେଇ ମ

'ଦେଶ ଏବେ ଜ୍ୱାଇଁ ରାଜନୀତିରୁ ଆଗକୁ ବଢି ସାରିଛି, ରାଜନୀତିରୁ ବ୍ରେକ୍ ନିଅନ୍ତୁ ରାହୁଲ’: ମେନକା ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସୁଲତାନପୁରରୁ ବିଜେପି ସାଂସଦ ପ୍ରାର୍ଥୀ ମେନକା ଗାନ୍ଧୀ କଂଗ୍ରେସ ପାର୍ଟି ଏବଂ ଏହାର ନେତାଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଡ ଭଦ୍ରାଙ୍କୁ ମଧ୍ୟ ନିଶାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରବର୍ଡ ଭଦ୍ରା ଅମେଠି ଆସନରୁ ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନିଜେ ଭଦ୍ରା ମଧ୍ୟ ଏହାକୁ ନେଇ ଟିପ୍ପଣୀ କରିଥିଲେ । ଏବେ ମେନକା ଗାନ୍ଧୀ ଏହା ଉପରେ ବୟାନ ଦେଇ କହିଛନ୍ତି ଯେ ତାଙ୍କୁ ରାଜନୀତିର ଅନୁଭବ ନାହିଁ । 

ଇଣ୍ଡିଆ ଟିଭିକୁ ପ୍ରତିକ୍ରିୟା ଦେଇ ମେନକା ଗାନ୍ଧୀ କହିଛନ୍ତି ଯେ ଦେଶ ଏବେ ଜ୍ୱାଇଁଙ୍କ ଠାରୁ ଆଗକୁ ବଢି ସାରିଛି । ରବର୍ଟ ଭଦ୍ରା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ । ରବର୍ଟ ଭଦ୍ରା ଅମେଠିରୁ ନିର୍ବାଚନ ଲଢିଲେ କେତେ ମଜଭୁତ ରହିବେ ବୋଲି ମେନକାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହା ଉପରେ ସେ କହିଛନ୍ତି ଯେ ନିର୍ବାଚନ ପାଇଁ ରାଜନୀତିକ ଅନୁଭୂବ ଜରୁରୀ ଅଟେ । ଏହି ଦେଶ ଜ୍ୱାଇଁଙ୍କ ରାଜନୀତିରୁ ଆଗକୁ ବଢି ସାରିଛି ।

ଏହା ବ୍ୟତୀତ, ସେ ନିଜ ବଡ଼ ଯା’ଙ୍କ ପୁଅ ଏବଂ ରାହୁଲ ଗାନ୍ଧୀଙ୍କୁ ନେଇ କଟାକ୍ଷ କରି କହିଛନ୍ତି ଯେ ସେ ରାଜନୀତିରୁ ବ୍ରେକ୍ ନେଇଯିବା ଦରକାର । କଂଗ୍ରେସ ପାର୍ଟି ସେତେବେଳେ ଆଗକୁ ବଢିପାରିବ, ଯେତେବେଳେ ତାଙ୍କ ପାଖରେ କୌଣସି ବଡ଼ ଆଇଡିଆ କିମ୍ୱା ନେତା ରହିବ । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନେଇ ମଧ୍ୟ ସେ କଟାକ୍ଷ କରିଛନ୍ତି । ଚର୍ଚ୍ଚା ହେଉଛି ଯେ ପ୍ରିୟଙ୍କା ନିଜ ମାଆଙ୍କ ଆସନ ରାୟବରେଲିରୁ ନିର୍ବାଚନ ଲଢିପାରନ୍ତି । ଏହା ଉପରେ ମେନକା କହିଛନ୍ତି ଯେ ସେ ଆଗ ଆସନ୍ତୁ । ସେ କହିଛନ୍ତି ଯେ ରାୟବରେଲିକୁ ତାଙ୍କ ଜେଜେ ମାଆ (ଇନ୍ଦିରା ଗାନ୍ଧୀ), ତାଙ୍କ ମାଆ (ସୋନିଆ ଗାନ୍ଧୀ) ନିର୍ବାଚନ ଲଢି ସାରିଛନ୍ତି । ତେଣୁ ଏହି ଆସନରେ ପରିବାର ପ୍ରଭାବ ତ ରହିବ ।

ସେପଟେ ବରୁଣ ଗାନ୍ଧୀଙ୍କୁ ବିଜେପି ପ୍ରାର୍ଥୀ ନକରିବା ଉପରେ ମେନକା ଗାନ୍ଧୀ କହିଛନ୍ତି ଯେ ସେ ପାର୍ଟିର ନିଷ୍ପତ୍ତି ଉପରେ କୌଣସି ଟିପ୍ପଣୀ କରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ବରୁଣ ଗାନ୍ଧୀ ଉତ୍ତର ପ୍ରଦେଶର ପିଲିଭିତ ଆସନରୁ ନିର୍ବାଚନ ଲଢିଥିଲେ । ତେବେ ଚଳିତ ଥର ବିଜେପି ତାଙ୍କୁ ପ୍ରାର୍ଥୀ କରି ନାହିଁ ।