ଡ.ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ

ଭୁବନେଶ୍ୱର : କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଆସୋସିଏସନ୍‍ ଅଫ୍‍ ହେଲ୍‍ଥ କେୟାର ପ୍ରୋଭାଇଡର୍ସ (ଏଏଚ୍‍ପିଆଇ) ଇଣ୍ଡିଆ ପକ୍ଷରୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ ପ୍ରଦାନ କରାଯାଇଛି  ।  କିରଣ ବେଦୀଙ୍କ ଠାରୁ ଡ. ସାମନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି । ରବିବାର ଚେନ୍ନଇଠାରେ ଅନୁଷ୍ଠିତ ଦ୍ୱିତୀୟ ଏଏଚ୍‍ପିଆଇ ଲିଡରସିପ୍‍ ଅଧିବେଶନରେ ଡ. ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ […] The post ଡ.ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ appeared first on KNews Odisha.

ଡ.ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ
a. samant

ଭୁବନେଶ୍ୱର : କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଆସୋସିଏସନ୍‍ ଅଫ୍‍ ହେଲ୍‍ଥ କେୟାର ପ୍ରୋଭାଇଡର୍ସ (ଏଏଚ୍‍ପିଆଇ) ଇଣ୍ଡିଆ ପକ୍ଷରୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ ପ୍ରଦାନ କରାଯାଇଛି  ।  କିରଣ ବେଦୀଙ୍କ ଠାରୁ ଡ. ସାମନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି । ରବିବାର ଚେନ୍ନଇଠାରେ ଅନୁଷ୍ଠିତ ଦ୍ୱିତୀୟ ଏଏଚ୍‍ପିଆଇ ଲିଡରସିପ୍‍ ଅଧିବେଶନରେ ଡ. ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଏଚ୍‍ପିଆଇ ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଦାହରଣୀୟ କାର୍ଯ୍ୟ କରିଥିବା ଭାରତୀୟ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଚଳିତବର୍ଷ ଏଏଚ୍‍ପିଆଇ ପକ୍ଷରୁ ଦୁଇ ଜଣଙ୍କୁ ସମ୍ମାନୀତ କରାଯାଇଛି । ଡ. ଅଚ୍ୟୁତ ସାମନ୍ତଙ୍କ ବ୍ୟତୀତ ଆପୋଲୋ ଗ୍ରୁପ୍‍ ଅଧ୍ୟକ୍ଷ ଡା. ପ୍ରତାପ ରେଡ୍ଡୀଙ୍କୁ ଆଇକନିକ ଲିଡର ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ସମ୍ମାନ ପାଇବା ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ଉତ୍ସାହ ମିଳିଥାଏ ବୋଲି କହିବା ସହ ଏଏଚ୍‍ପିଆଇକୁ ଧନ୍ୟବାଦ ଜଣାଇଛନ୍ତି ଡ. ଅଚ୍ୟୁତ ସାମନ୍ତ। ଏହା ସହିତ ତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଥିବାରୁ ଚୟନ କମିଟି ମୁଖ୍ୟ ଡା.ବିଜୟ ଅଗ୍ରୱାଲ ଓ ଏଏଚ୍‍ପିଆଇ ମହାନିର୍ଦ୍ଦେଶକ ଡା. ଗିରିଧର ଜ୍ଞାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

The post ଡ.ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ appeared first on KNews Odisha.