ଦେଶ ପାଇଁ ନିଜ ମଙ୍ଗଳସୂତ୍ର ବଳିଦାନ ଦେଇଥିଲେ ମାଆ, ପ୍ରଧାନମନ୍ତ୍ରୀଙ୍କ ଆରୋପ ନେଇ ଜବାବ ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ ୨୪/୦୪: ନିର୍ବାଚନ ପୂର୍ବରୁ ଜାରି ରହିଛି ତିନି ଦଳର ପ୍ରଚାର । ଏଥିରୁ ବାଦ୍ ପଡିନାହାଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦୀ । ବିଭିନ୍ନ ସ୍ଥାନରେ ରାଲି ସହ ଜାରି ରହିଛି ପ୍ରଚାର । ତେବେ ବିଭିନ୍ନ ସଭାରେ ସେ ମେନିଫେଷ୍ଟୋରେ ଜାରି ହୋଇଥିବା କିଛି ଜିନିଷ ଉପରେ କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ମଙ୍ଗଳବାର ଛତିଶଗଡର ଗୋଟିଏ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଦେଶ ବିଭାଜନ କରୁଥିବା ଦଳ ବୋଲି କହିଛନ୍ତି । କଂଗ୍ରେସ ନେତାମାନଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ ୬୦ବର୍ଷ ଧରି ସମାନ ପରିବାର ମାନୁଆଲ କିମ୍ବା ଦୂରଦୂରାନ୍ତରେ ସରକାର ଚଳାଉଥିଲେ । ଏହି ଅବଧି ମଧ୍ୟରେ କଂଗ୍ରେସ ନେତାମାନେ କେବଳ ସେମାନଙ୍କର ଟର୍ମ ପୂରଣ କରିବା ପାଇଁ କାର୍ଯ୍ୟ କରିଥିଲେ। ତେବେ ଏହି ଆରୋପ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ ପିଏମ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଅନେକ କଥା । ପ୍ରିୟଙ୍କା କହିଛନ୍ତି, "ଏହି ଦେଶ ପାଇଁ ମୋ ମା ସୋନିଆ ଗାନ୍ଧୀ ହରାଇଥିଲେ ତାଙ୍କ ମଙ୍ଗଳସୁତ୍ର । ପ୍ରକୃତ କଥା ହେଉଛି ବିଜେପି ନେତୃବୃନ୍ଦ ଏମିତି ମହିଳାଙ୍କ ସଂଗ୍ରାମ ବୁଝିପାରନ୍ତିନି । କଂଗ୍ରେସ ମହିଳାମାନଙ୍କ ଠାରୁ ସେମାନଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ଭାଷଣ ଦେଇଥିବା ବେଳେ ଏହାକୁ କାଉଣ୍ଟର ଆଟାକ୍‌ କରିଛନ୍ତି କଂଗ୍ରେସର ମହାସଚିବ ପ

ଦେଶ ପାଇଁ ନିଜ ମଙ୍ଗଳସୂତ୍ର ବଳିଦାନ ଦେଇଥିଲେ ମାଆ, ପ୍ରଧାନମନ୍ତ୍ରୀଙ୍କ ଆରୋପ ନେଇ ଜବାବ ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ ୨୪/୦୪: ନିର୍ବାଚନ ପୂର୍ବରୁ ଜାରି ରହିଛି ତିନି ଦଳର ପ୍ରଚାର । ଏଥିରୁ ବାଦ୍ ପଡିନାହାଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦୀ । ବିଭିନ୍ନ ସ୍ଥାନରେ ରାଲି ସହ ଜାରି ରହିଛି ପ୍ରଚାର । ତେବେ ବିଭିନ୍ନ ସଭାରେ ସେ ମେନିଫେଷ୍ଟୋରେ ଜାରି ହୋଇଥିବା କିଛି ଜିନିଷ ଉପରେ କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । 

ମଙ୍ଗଳବାର ଛତିଶଗଡର ଗୋଟିଏ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଦେଶ ବିଭାଜନ କରୁଥିବା ଦଳ ବୋଲି କହିଛନ୍ତି । କଂଗ୍ରେସ ନେତାମାନଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ ୬୦ବର୍ଷ ଧରି ସମାନ ପରିବାର ମାନୁଆଲ କିମ୍ବା ଦୂରଦୂରାନ୍ତରେ ସରକାର ଚଳାଉଥିଲେ । 

ଏହି ଅବଧି ମଧ୍ୟରେ କଂଗ୍ରେସ ନେତାମାନେ କେବଳ ସେମାନଙ୍କର ଟର୍ମ ପୂରଣ କରିବା ପାଇଁ କାର୍ଯ୍ୟ କରିଥିଲେ। ତେବେ ଏହି ଆରୋପ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ ପିଏମ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଅନେକ କଥା । ପ୍ରିୟଙ୍କା କହିଛନ୍ତି, "ଏହି ଦେଶ ପାଇଁ ମୋ ମା ସୋନିଆ ଗାନ୍ଧୀ ହରାଇଥିଲେ ତାଙ୍କ ମଙ୍ଗଳସୁତ୍ର । ପ୍ରକୃତ କଥା ହେଉଛି ବିଜେପି ନେତୃବୃନ୍ଦ ଏମିତି ମହିଳାଙ୍କ ସଂଗ୍ରାମ ବୁଝିପାରନ୍ତିନି । 

କଂଗ୍ରେସ ମହିଳାମାନଙ୍କ ଠାରୁ ସେମାନଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ଭାଷଣ ଦେଇଥିବା ବେଳେ ଏହାକୁ କାଉଣ୍ଟର ଆଟାକ୍‌ କରିଛନ୍ତି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। କର୍ଣ୍ଣାଟକାର ବେଙ୍ଗାଲୁରୁରେ ଏକ ରାଲିକୁ ସମ୍ବୋଧନ କରି ପ୍ରିୟଙ୍କା କହିଛନ୍ତି, ଦେଶର ସବୁଠୁ ବଡ଼ ନେତା ନିଜ ନୈତିକତା ଭୁଲି ଯାଇଛନ୍ତି, ଲୋକଙ୍କ ସମ୍ମୁଖରେ କେବଳ ନାଟକ କରୁଛନ୍ତି।


ଏବେକାର ସରକାର ବିରୋଧୀଙ୍କ ସ୍ୱରକୁ ଚପାଇବା ସହ ବ୍ୟାଙ୍କ ଖାତା ସିଜ୍‌ କରିବାକୁ ପଛାଉ ନାହିଁ। ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍‌ରେ ଭର୍ତ୍ତି କରି ରଖିଛନ୍ତି। ଆପଣ ‘ସୁପରମ୍ୟାନ’ ନୁହନ୍ତି ‘ମେହଙ୍ଗାଇମ୍ୟାନ’ । ବିଗତ ୧୦ ବର୍ଷ ଭିତରେ କେବଳ ସବୁ ଜିନିଷକୁ ମହଙ୍ଗା କରିବା ବ୍ୟତୀତ ଆଉ କିଛି କରି ନାହାନ୍ତି।

ପ୍ରିୟଙ୍କା କହିଛନ୍ତି, ମୋଦି ମଙ୍ଗଳସୂତ୍ରର ମହତ୍ତ୍ୱ ବୁଝି ପାରିଥିଲେ ଏପରି ଭାଷଣ ଦେଇ ନ ଥାନ୍ତେ। ନୋଟବନ୍ଦୀ ସମୟରେ ସ୍ଥିତି ଏପରି ହେଲା ଯେ ମହିଳାଙ୍କ ସଞ୍ଚିତ ଅର୍ଥ ସରିଗଲା। ଚାଷୀ ଆନ୍ଦୋଳନ ବେଳେ ୬ଶହ ଚାଷୀ ଆଖି ବୁଜିଲେ। ମୋଦି କେବେ ସେମାନଙ୍କ ବିଧବା ପତ୍ନୀଙ୍କ ମଙ୍ଗଳସୂତ୍ର କଥା ଭାବି ପାରିଲେ କି ? ମଣିପୁରରେ ମହିଳାଙ୍କୁ ରାସ୍ତାରେ ନଗ୍ନ କରି ଚଲାଗଲା। ମୋଦି ସେମାନଙ୍କ ମଙ୍ଗଳସୂତ୍ର କଥା ଚିନ୍ତା କଲେକି? ଆଜି ଭୋଟ ପାଇବା ପାଇଁ ମୋଦି ଏପରି କଥା କହି ମହିଳାଙ୍କୁ ଭୟଭୀତ କରୁଛନ୍ତି।