ଦେଶ ବ୍ୟାପି ଡାକ୍ତରଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ

ଭୁବନେଶ୍ୱର : କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସ୍ୱାସ୍ଥ୍ୟ ସେବା ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି ହିଂସାକୁ ରୋକିବା ପାଇଁ ଡାକ୍ତରମାନେ ଏହି ଧର୍ମଘଟ ଆରମ୍ଭ କରିଛନ୍ତି। ହସ୍ପିଟାଲ ଗୁଡ଼ିକୁ ସେଫ୍ […]

ଦେଶ ବ୍ୟାପି ଡାକ୍ତରଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ
ଦେଶ ବ୍ୟାପି ଡାକ୍ତରଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ

ଭୁବନେଶ୍ୱର : କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସ୍ୱାସ୍ଥ୍ୟ ସେବା ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି ହିଂସାକୁ ରୋକିବା ପାଇଁ ଡାକ୍ତରମାନେ ଏହି ଧର୍ମଘଟ ଆରମ୍ଭ କରିଛନ୍ତି।

ହସ୍ପିଟାଲ ଗୁଡ଼ିକୁ ସେଫ୍ ଜୋନ୍ ଭାବେ ଘୋଷଣା ସହ ବିମାନବନ୍ଦର ଭଳି ସୁରକ୍ଷା ଯୋଗାଇ ଦେବାକୁ ଆଇଏମଏ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ପର୍ୟ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ, ସୁରକ୍ଷା ଯାଞ୍ଚର ପ୍ରୋଟୋକଲ୍ ପାଳନ କରିବାକୁ ଅପିଲ ହୋଇଛି। ଏହାସହ ହସ୍ପିଟାଲରେ ରେସିଡେଣ୍ଟ ଡାକ୍ତରଙ୍କ କାର୍ଯ୍ୟ ସମୟ ନିର୍ଦ୍ଧାରଣ କରିବାକୁ ମଧ୍ୟ ଦାବି କରିଛି ସଂଘ।

ଦେଶର ସର୍ବବୃହତ ଡାକ୍ତର ସଂଘ ଆଇଏମଏ ପକ୍ଷରୁ ଆବାସିକ ଡାକ୍ତରଙ୍କ ସୁରକ୍ଷା ସମେତ ୩୬ ଘଣ୍ଟିଆ ସିଫ୍ଟରେ ପରିବର୍ତ୍ତନ ଦାବି କରାଯାଇଛି। କର୍ମକ୍ଷେତ୍ରରେ ମେଡିକାଲ କର୍ମଚାରୀଙ୍କ ବିରୋଧରେ ହିଂସା ରୋକିବା ଲାଗି ଏକ କେନ୍ଦ୍ରୀୟ ଆଇନ ଦାବିରେ ଅଟଳ ରହିଛି ଆଇଏମଏ। ଏହା ସହ ଅଧିକ ସଂଖ୍ୟକ ନିରାପତ୍ତା କର୍ମଚାରୀ ମୁତୟନ କରିବା, ସିସିଟିଭି ଲଗାଇବା ଆଦି ଦାବି କରିଛି ଆଇଏମଏ।

ଏହି ଦେଶବ୍ୟାପୀ ଧର୍ମଘଟରେ ବି ସାମିଲ ହୋଇଛି ଅଲ ଇଣ୍ଡିଆ ମେଡିକାଲ ଷ୍ଟୁଡେଣ୍ଟସ ଆସୋସିଏସନ ବା ଏଆଇଏମଏସଏ ଏବଂ ଫେଡେରେସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ ବା ଫୋର୍ଡା। ଏପଟେ ରାଉରକେଲା ସରକାରୀ ଡାକ୍ତରଖାନା ସମ୍ମୁଖରେ ଡାକ୍ତରମାନେ କଳାଵ୍ୟାଚ ପିନ୍ଧି ପ୍ରତିବାଦ କରିଵା ସହ ଡ଼ାକ୍ତରମାନଙ୍କ ସୁରକ୍ଷା ଦାବି କରିଛନ୍ତି ।