ଦେଶକୁ ଫେରିଲେ ବିଶ୍ୱ ବିଜେତା...ଚେନ୍ନାଇ ବିମାନ ବନ୍ଦରରେ ଡି ଗୁକେଶଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା
ଚେନ୍ନାଇ: ବିଶ୍ୱ ଚେସ୍ ଚାମ୍ପିଅନ ଡି ଗୁକେଶ ସୋମବାର ଦେଶକୁ ଫେରିଛନ୍ତି । ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଚମ୍ପିଅନଙ୍କୁ ସ୍ୱାଗତ ଜଣାଇଛି । ବିମାନ ବନ୍ଦରରେ ତାମିଲନାଡ଼ୁ ସରକାରଙ୍କ ପ୍ରତିନିଧି ଏବଂ ରାଷ୍ଟ୍ରୀୟ ଚେସ୍ ମହାସଙ୍ଘର ଅଧିକାରୀ ଜୋରଦାର ସ୍ୱାଗତ କରିଥିଲେ । ୧୮ ବର୍ଷୀୟ ଗୁକେଶ ସିଙ୍ଗାପୁରରେ ଚୀନର ଡିଙ୍ଗ ଲିରେନଙ୍କୁ ୭.୫-୬.୫ରେ ପରାସ୍ତ କରି ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ ହୋଇଥିଲେ । ଏହାସହ ବିଶ୍ୱ ଚେସ୍ ଚାମ୍ପିଅନଶିପ୍ ଜିତିବାରେ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ହୋଇଥିଲେ ।#WATCH | Chennai, Tamil Nadu: World Chess Champion #GukeshD says, "I am very glad to be here. I could see the support that and what it means to India...You guys are amazing. You gave me so much energy..." pic.twitter.com/iuFXDiLcjx— ANI (@ANI) December 16, 2024ଡି ଗୁକେଶଙ୍କୁ ସ୍ୱାଗତ ଜଣାଇବା ପାଇଁ ତାମିଲନାଡ଼ୁ କ୍ରୀଡ଼ା ବିକାଶ ପ୍ରାଧିକରଣ ଅଧିକରୀ ଏବଂ ସହରର ପ୍ରସିଦ୍ଧ ବେଲାମାଲ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମିଡିଆ ଏବଂ ପ୍ରଶଂସକଙ୍କ ଗହଳି ମଧ୍ୟରେ ଚାମ୍ପିଅନଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଗହଳି ଭିତରେ ପ୍ରତିକ୍ରିୟା ଦେଇ ଗୁକେଶ କହିଥିଲେ, 'ଏହା ଅଦ୍ଭୂତପୂର୍ବ । ଆପଣମା
ଚେନ୍ନାଇ: ବିଶ୍ୱ ଚେସ୍ ଚାମ୍ପିଅନ ଡି ଗୁକେଶ ସୋମବାର ଦେଶକୁ ଫେରିଛନ୍ତି । ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଚମ୍ପିଅନଙ୍କୁ ସ୍ୱାଗତ ଜଣାଇଛି । ବିମାନ ବନ୍ଦରରେ ତାମିଲନାଡ଼ୁ ସରକାରଙ୍କ ପ୍ରତିନିଧି ଏବଂ ରାଷ୍ଟ୍ରୀୟ ଚେସ୍ ମହାସଙ୍ଘର ଅଧିକାରୀ ଜୋରଦାର ସ୍ୱାଗତ କରିଥିଲେ । ୧୮ ବର୍ଷୀୟ ଗୁକେଶ ସିଙ୍ଗାପୁରରେ ଚୀନର ଡିଙ୍ଗ ଲିରେନଙ୍କୁ ୭.୫-୬.୫ରେ ପରାସ୍ତ କରି ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ ହୋଇଥିଲେ । ଏହାସହ ବିଶ୍ୱ ଚେସ୍ ଚାମ୍ପିଅନଶିପ୍ ଜିତିବାରେ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ହୋଇଥିଲେ ।
#WATCH | Chennai, Tamil Nadu: World Chess Champion #GukeshD says, "I am very glad to be here. I could see the support that and what it means to India...You guys are amazing. You gave me so much energy..." pic.twitter.com/iuFXDiLcjx— ANI (@ANI) December 16, 2024
ଡି ଗୁକେଶଙ୍କୁ ସ୍ୱାଗତ ଜଣାଇବା ପାଇଁ ତାମିଲନାଡ଼ୁ କ୍ରୀଡ଼ା ବିକାଶ ପ୍ରାଧିକରଣ ଅଧିକରୀ ଏବଂ ସହରର ପ୍ରସିଦ୍ଧ ବେଲାମାଲ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମିଡିଆ ଏବଂ ପ୍ରଶଂସକଙ୍କ ଗହଳି ମଧ୍ୟରେ ଚାମ୍ପିଅନଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଗହଳି ଭିତରେ ପ୍ରତିକ୍ରିୟା ଦେଇ ଗୁକେଶ କହିଥିଲେ, 'ଏହା ଅଦ୍ଭୂତପୂର୍ବ । ଆପଣମାନଙ୍କ ସମର୍ଥନ ମୋତେ ଅଧିକ ଉର୍ଜାବାନ କରିଛି । ବିଶ୍ୱ ଚାମ୍ପିଅନଶିପ ଜିତିବା ଏକ ସ୍ମରଣୀୟ ଅନୁଭୂତି ।' ସେ କହିଛନ୍ତି, 'ଭାରତକୁ ଟ୍ରଫି ଫେରାଇ ଆଣିବା ଅନେକ ଗୁରୁତ୍ୱ ରଖୁଛି । ଏହି ସ୍ୱାଗତ ପାଇଁ ଧନ୍ୟବାଦ । ମୁଁ ଆଶା କରୁଛି ଯେ ଆଗାମୀ କିଛି ଦିନ ଆମେ ସମସ୍ତେ ଉତ୍ସବ ପାଳି ଖୁସିର ସମୟ ବିତାଇବା ।'
ଚେନ୍ନାଇର କାମରାଜ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାମିଲନାଡ଼ୁ ଖେଳ ବିଭାଗ ଏବଂ ଗୁକେଶଙ୍କ ସ୍କୁଲ ବେମାମ୍ମଲ ବିଦ୍ୟାଳୟର କର୍ମଚାରୀ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବେମାମ୍ମଲୁ ସ୍କୁଲରୁ ହି ଗୁକେଶ ନିଜର ଚେସ୍ ଯାତ୍ର ଆରମ୍ଭ କରିଥିଲେ । ପ୍ରଶଂସକଙ୍କ ଅଭିବଦାନ ପରେ ଫୁଲ ଏବଂ ନିଜ ଫଟୋରେ ସଜ୍ଜିତ କାରରେ ବସି ଗୁକେଶ ନିଜ ଘରକୁ ଚାଲିଯାଇଥିଲେ ।