ଦେଶବାସୀଙ୍କୁ ମୋଦୀ ସରକାରଙ୍କ ହୋଲି ଭେଟି, ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ବିଜେପି ସରକାର ଏକ ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ-ଡିଜେଲ ମୂଲ୍ୟକୁ କମ କରିବା ପାଇଁ ମୋଦୀ ସରକାର ଘୋଷଣା କରିଛନ୍ତି । ସୂଚନା ଅନୁସାରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୨ ଟଙ୍କା କମ କରାଯାଇଛି । କେନ୍ଦ୍ର ତୈଳ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ୍ କରି କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ୨ ଟଙ୍କା କମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ କୋଟି କୋଟି ଭାରତୀୟଙ୍କ ନିଜ ପରିବାରର ହିତ ଏବଂ ସୁବିଧା ସବୁବେଳେ ତାଙ୍କ ଲକ୍ଷ୍ୟ । ନୂଆ ଦର ଶୁକ୍ରବାର ସକାଳ ୬ଟାରୁ ଲାଗୁ ହେବ ।Petrol and Diesel prices reduced by Rs 2 per litre: Sources pic.twitter.com/EsKRPQLp4i— ANI (@ANI) March 14, 2024କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ବିଶ୍ୱ କଠିନ ସମୟ ଦେଇ ଗତି କରୁଥିଲା, ବିକଶିତ ଏବଂ ବିକାଶଶୀଳ ଦେଶରେ ପେଟ୍ରୋଲର ଦାମରେ ୫୦ରୁ ୭୨ ପ୍ରତିଶତ ଯାଏ ବୃଦ୍ଧି ହୋଇଛି ଏବଂ ଆମ ଆଖପାଖର ଅନେକ ଦେଶରେ ତ ପେଟ୍ରୋଲ ମିଳିବା ବନ୍ଦ ହୋଇଗଲା । ୫୦ ବର୍ଷର ସବୁଠୁ ବଡ଼ ତୈଳ ସଂକଟ ସତ୍ତ୍ୱେ ପିଏମ୍ ମୋଦୀଙ୍କ ଦୂରଦର୍ଶୀ ଏବଂ ସହଜ ନେତୃତ୍ୱ କାରଣରୁ ମୋଦୀ ପରିବାର ଉପରେ କୌଣସି ଆସୁବିଧା ଆସି ନାହିଁ। ଏହା ପୂର୍ବରୁ ରାଜସ୍ଥାନରେ ଭଜନଲାଲ ସରକାର ପେଟ୍ରୋଲ-ଡିଜେଲ ଉପରେ ୨ ପ୍ରତିଶତ ଭା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ବିଜେପି ସରକାର ଏକ ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ-ଡିଜେଲ ମୂଲ୍ୟକୁ କମ କରିବା ପାଇଁ ମୋଦୀ ସରକାର ଘୋଷଣା କରିଛନ୍ତି । ସୂଚନା ଅନୁସାରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୨ ଟଙ୍କା କମ କରାଯାଇଛି । କେନ୍ଦ୍ର ତୈଳ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ୍ କରି କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ୨ ଟଙ୍କା କମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ କୋଟି କୋଟି ଭାରତୀୟଙ୍କ ନିଜ ପରିବାରର ହିତ ଏବଂ ସୁବିଧା ସବୁବେଳେ ତାଙ୍କ ଲକ୍ଷ୍ୟ । ନୂଆ ଦର ଶୁକ୍ରବାର ସକାଳ ୬ଟାରୁ ଲାଗୁ ହେବ ।
Petrol and Diesel prices reduced by Rs 2 per litre: Sources pic.twitter.com/EsKRPQLp4i— ANI (@ANI) March 14, 2024
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ବିଶ୍ୱ କଠିନ ସମୟ ଦେଇ ଗତି କରୁଥିଲା, ବିକଶିତ ଏବଂ ବିକାଶଶୀଳ ଦେଶରେ ପେଟ୍ରୋଲର ଦାମରେ ୫୦ରୁ ୭୨ ପ୍ରତିଶତ ଯାଏ ବୃଦ୍ଧି ହୋଇଛି ଏବଂ ଆମ ଆଖପାଖର ଅନେକ ଦେଶରେ ତ ପେଟ୍ରୋଲ ମିଳିବା ବନ୍ଦ ହୋଇଗଲା । ୫୦ ବର୍ଷର ସବୁଠୁ ବଡ଼ ତୈଳ ସଂକଟ ସତ୍ତ୍ୱେ ପିଏମ୍ ମୋଦୀଙ୍କ ଦୂରଦର୍ଶୀ ଏବଂ ସହଜ ନେତୃତ୍ୱ କାରଣରୁ ମୋଦୀ ପରିବାର ଉପରେ କୌଣସି ଆସୁବିଧା ଆସି ନାହିଁ।
ଏହା ପୂର୍ବରୁ ରାଜସ୍ଥାନରେ ଭଜନଲାଲ ସରକାର ପେଟ୍ରୋଲ-ଡିଜେଲ ଉପରେ ୨ ପ୍ରତିଶତ ଭାଟ୍ କମ କରିଥିଲେ । ଶୁକ୍ରବାର ସକାଳ ୬ଟାରୁ ନୂଆ ଦର ଲାଗୁ ହେବ । ଭ୍ୟାଟ ହ୍ରାସ ହେବା ପରେ ପେଟ୍ରୋଲ ମୂଲ୍ୟ ୧.୪୦ ଟଙ୍କାରୁ ୫.୩୦ ଟଙ୍କା ଯାଏ କମ ହୋଇପାରେ । ଡିଜେଲ ଦର ୧.୩୪ ଟଙ୍କାରୁ ଆରମ୍ଭ କରି ୪.୮୫ ଟଙ୍କା ଯାଏ ଶସ୍ତା ହେବ । ସିଏମ୍ ଭଜନଲାଲ୍ ଶର୍ମା କହିଛନ୍ତି ଯେ ପେଟ୍ରୋଲ-ଡିଜେଲ ଉପରେ ଭାଟ୍ କମ କରାଯିବା ପରେ ରାଜ୍ୟ ସରକାରଙ୍କ ଉପରେ ୧୫୦୦ କୋଟି ଟଙ୍କା ଅତିରିକ୍ତ ବୋଝ ପଢିବ ।