ଦେଶର କେହି ପିତା ନାହାନ୍ତି: କଙ୍ଗନାଙ୍କ ପୋଷ୍ଟକୁ ନେଇ ବିବାଦ
ନୂଆଦିଲ୍ଲୀ, ୪।୧୦: ଅଭିନେତ୍ରୀ ତଥା ଭାଜପା ଏମ୍ପି କଙ୍ଗନା ରାଣାଓ୍ବତଙ୍କୁ ନେଇ ପୁଣି ବିବାଦ ଦେଖାଦେଇଛି। ବୁଧବାର ସେ ଏକ୍ସ’ରେ ଏକ ପୋଷ୍ଟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ପୋଷ୍ଟରେ ସେ ଲେଖିଥିଲେ, ଦେଶର କେହି ପିତା ନ ଥାନ୍ତି ବରଂ ଦେଶର ପୁଅ ଥାନ୍ତି। ଭାରତ ମାଟିର ପୁଅ ଲାଲ୍ବାହାଦୁର ଶାସ୍ତ୍ରୀଙ୍କ ପାଇଁ ଦେଶବାସୀ ସର୍ବଦା ଗର୍ବ ଅନୁଭବ କରନ୍ତି। କଙ୍ଗନାଙ୍କ ଉକ୍ତ […] The post ଦେଶର କେହି ପିତା ନାହାନ୍ତି: କଙ୍ଗନାଙ୍କ ପୋଷ୍ଟକୁ ନେଇ ବିବାଦ appeared first on Dharitri Odia News.
ନୂଆଦିଲ୍ଲୀ, ୪।୧୦: ଅଭିନେତ୍ରୀ ତଥା ଭାଜପା ଏମ୍ପି କଙ୍ଗନା ରାଣାଓ୍ବତଙ୍କୁ ନେଇ ପୁଣି ବିବାଦ ଦେଖାଦେଇଛି। ବୁଧବାର ସେ ଏକ୍ସ’ରେ ଏକ ପୋଷ୍ଟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ପୋଷ୍ଟରେ ସେ ଲେଖିଥିଲେ, ଦେଶର କେହି ପିତା ନ ଥାନ୍ତି ବରଂ ଦେଶର ପୁଅ ଥାନ୍ତି। ଭାରତ ମାଟିର ପୁଅ ଲାଲ୍ବାହାଦୁର ଶାସ୍ତ୍ରୀଙ୍କ ପାଇଁ ଦେଶବାସୀ ସର୍ବଦା ଗର୍ବ ଅନୁଭବ କରନ୍ତି। କଙ୍ଗନାଙ୍କ ଉକ୍ତ ପୋଷ୍ଟକୁ ନେଇ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ୍ ସମାଲୋଚନା କରିଛନ୍ତି। ସେ କଙ୍ଗନାଙ୍କୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସେଙ୍କ ଉପାସକ ଦର୍ଶାଇଛନ୍ତି। କଙ୍ଗନା ତାଙ୍କ ପୋଷ୍ଟରେ ବାପୁ ଏବଂ ଶାସ୍ତ୍ରୀଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବାରୁ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ତେବେ କଙ୍ଗନାଙ୍କ ଏହି ବିବାଦୀୟ ପୋଷ୍ଟକୁ ପଞ୍ଜାବର ବରିଷ୍ଠ ଭାଜପା ନେତା ମନୋରଞ୍ଜନ କାଲିଆ ସମାଲୋଚନା କରିଛନ୍ତି। ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କୁ ନେଇ କଙ୍ଗନାଙ୍କର ମତ ଭାଜପାର ନୁହେଁ ବୋଲି ସେ କହିଛନ୍ତି।
The post ଦେଶର କେହି ପିତା ନାହାନ୍ତି: କଙ୍ଗନାଙ୍କ ପୋଷ୍ଟକୁ ନେଇ ବିବାଦ appeared first on Dharitri Odia News.