ଦେଶର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍‌

ମୁମ୍ବାଇ,୧୩ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍‌ (ଏମ୍‌ଟିଏଚ୍‌ଏଲ୍‌)ର ଉଦ୍‌ଘାଟନ କରିଛନ୍ତି। ଦେଶର ଭିତ୍ତିଭୂମି କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ କୁହାଯାଉଥିବା ଏହି ବ୍ରିଜ୍‌ର ନାମକରଣ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ‘ଅଟଳ ସେତୁ’ କରାଯାଇଛି। ଏହା ହେଉଛି ଭାରତର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍‌। ମୁମ୍ବାଇରୁ ନଭି ମୁମ୍ବାଇକୁ ଯିବା ପାଇଁ ପୂର୍ବରୁ ଦେଢ଼ଘଣ୍ଟା ଲାଗୁଥିବାବେଳେ ବର୍ତ୍ତମାନ ଏହି ଲିଙ୍କ୍‌ ଯୋଗୁ ମାତ୍ର ୨୦ ମିନିଟ୍‌ରେ ଅତିକ୍ରମ କରିହେବ। ୧୭,୮୪୦ କୋଟି […] The post ଦେଶର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍‌ appeared first on Dharitri Odia News.

ଦେଶର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍‌

ମୁମ୍ବାଇ,୧୩ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍‌ (ଏମ୍‌ଟିଏଚ୍‌ଏଲ୍‌)ର ଉଦ୍‌ଘାଟନ କରିଛନ୍ତି। ଦେଶର ଭିତ୍ତିଭୂମି କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ କୁହାଯାଉଥିବା ଏହି ବ୍ରିଜ୍‌ର ନାମକରଣ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ‘ଅଟଳ ସେତୁ’ କରାଯାଇଛି। ଏହା ହେଉଛି ଭାରତର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍‌। ମୁମ୍ବାଇରୁ ନଭି ମୁମ୍ବାଇକୁ ଯିବା ପାଇଁ ପୂର୍ବରୁ ଦେଢ଼ଘଣ୍ଟା ଲାଗୁଥିବାବେଳେ ବର୍ତ୍ତମାନ ଏହି ଲିଙ୍କ୍‌ ଯୋଗୁ ମାତ୍ର ୨୦ ମିନିଟ୍‌ରେ ଅତିକ୍ରମ କରିହେବ। ୧୭,୮୪୦ କୋଟି ଟଙ୍କାରେ ନିର୍ମିତ ତଥା ୬ ଲେନ୍‌ ବିଶିଷ୍ଟ ଏମ୍‌ଟିଏଚ୍‌ଏଲ୍‌ର ଲମ୍ବ ୨୧.୮ କି.ମି. ରହିଛି। ସମୁଦ୍ର ଉପରେ ବ୍ରିଜ୍‌ର ଲମ୍ବ ୧୬.୫ କି.ମି.।
ସେତୁ ମୁମ୍ବାଇ ଓ ନଭି ମୁମ୍ବାଇକୁ ନିକଟତର କରିବା ସହ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପରିବହନକୁ ତ୍ୱରାନ୍ବିତ କରିବାରେ ସହାୟକ ହେବ। ମହାରାଷ୍ଟ୍ରର ଆର୍ଥିକ ବିକାଶକୁ ମଧ୍ୟ ଏହା ଗତିଶୀଳ କରିବ ବୋଲି କୁହାଯାଉଛି। ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଓ ନଭି ମୁମ୍ବାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଧ୍ୟରେ ଦ୍ରୁତ ଯୋଗସୂତ୍ରର ସେତୁ ପାଲଟିଥିବା ଏମ୍‌ଟିଏଚ୍‌ଏଲ୍‌ ଯୋଗୁ ମୁମ୍ବାଇରୁ ପୁଣେ, ଗୋଆ ଓ ଦକ୍ଷିଣ ଭାରତକୁ ଯାତ୍ରା ପାଇଁ ସମୟ ହ୍ରାସ ହେବ। ମୁମ୍ବାଇ ବନ୍ଦର ଓ ଜବାହରଲାଲ ନେହେରୁ ପୋର୍ଟ ମଧ୍ୟରେ ଯୋଗାଯୋଗକୁ ମଧ୍ୟ ତ୍ୱରାନ୍ବିତ କରିବ। ଏହି ସେତୁ ଦେଇ ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ଯାନବାହନଗୁଡ଼ିକ ଯାତାୟାତ କରିପାରିବ। ଆଇଆଇଟି ବମ୍ବେକୁ ୨୦୧୮ରେ ଏହାର ନିର୍ମାଣ ବେଳେ ଭୂକମ୍ପ ନିରୋଧୀ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା।

The post ଦେଶର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍‌ appeared first on Dharitri Odia News.