ଦେଶର ବିକାଶ ଉପରେ ବଢ଼ୁଛି ଏନ୍ଆରଆଇଙ୍କ ଭରସା, ଏପ୍ରିଲ ମାସରେ ୧ ବିଲିଅନ ଡଲାର ଅର୍ଥ
ନୂଆଦିଲ୍ଲୀ: ଭାରତ ଅର୍ଥନୀତି ପାଇଁ ଭଲ ଖବର। କାରଣ ବିଦେଶରେ ରହୁଥିବା ଭାରତୀୟମାନେ (ଏନଆରଆଇ) ଦେଶକୁ ପଠାଇଛନ୍ତି ରେକର୍ଡ ସଂଖ୍ୟକ ଅର୍ଥ। କେବଳ ଏପ୍ରିଲ ମାସରେ ବିଭିନ୍ନ ଏନଆରଆଇ ଡିପୋଜିଟ୍ ସ୍କିମ୍ରେ ୧ ବିଲିୟନ ଡଲାରରୁ ଅଧିକ ରାଶି ଜମା କରିଛନ୍ତି। ରିଜର୍ଭ ବ୍ୟାଙ୍କ୍ର ସଦ୍ୟ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସ ଅର୍ଥାତ୍ ଏପ୍ରିଲ ୨୦୨୪ରେ ଏନଆରଆଇ ଭାରତୀୟଙ୍କ ଦ୍ବାରା ବିଭିନ୍ନ ଏନଆରଆଇ ଡିପୋଜିଟ୍ ସ୍କିମ୍ରେ ୧.୦୮ ବିଲିୟନ ଡଲାର ଜମା ହୋଇଛି। ଆଉ ଏହି ଜମା ସହ ଏନଆରଆଇ ଡିପୋଜିଟ୍ର ସମୁଦାୟ ସଂଖ୍ୟା ୧୫୩ ବିଲିୟନ ଡଲାର ହୋଇଛି। ଅବଶ୍ୟ ୨୦୨୩ରେ ଏନଆରଆଇ ୧୫୦ ମିଲିୟନ ଡଲାର କାଢ଼ିଥିଲେ। ସୂଚନାଥାଉକି, ଏନଆରଆଇଙ୍କ ପାଇଁ ଅନେକ ଡିପୋଜିଟ୍ ସ୍କିମ୍ ରହିଛି। ଏଥିରେ ଏଫସିଏନଆର ଅର୍ଥାତ୍ ଫରେନ କରେନ୍ସୀ ନନ୍ ରେସିଡେ୍ଣ୍ଟ ଆକାଉଣ୍ଟ ପ୍ରମୁଖ। ଏପ୍ରିଲରେ ଯେଉଁ ସ୍କିମ୍ରେ ଡିପୋଜିଟ୍ରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ସେଥିରେ ଦୁଇ ପ୍ରକାର ଏଫସିଏନଆର ଆକାଉଣ୍ଟ ମୁଖ୍ୟ ରହିଛି। ତାହା ହେଉଛି ଫରେନ୍ କରେନ୍ସୀ ନନ ରେସିଡେଣ୍ଟ ବା ଏଫସିଏନଆର(ବି) ଏବଂ ନନ ରେସିଡେଣ୍ଟ ଏକ୍ସଟରନାଲ ରୁପି ଆକାଉଣ୍ଟ ବା ଏନଆରଇ (ଆରଏ)।ତଥ୍ୟ ଅନୁଯାୟୀ, ଏପ୍ରିଲରେ ୫୮୩ ମିଲିୟନ ଡଲାରର ଡିପୋଜିଟ୍ ଏନଆରଇ (ଆରଏ) ଅନୁଯାୟୀ, ଆସିଛି, ଯେତେବେଳେକି ଏଫସିଏନଆଣ(ବି)ରେ ଏନଆରଆଇ ଦ୍ବାର ୪୮୩ ମିଲିୟନ ଡଲାର ଜମା କର
ନୂଆଦିଲ୍ଲୀ: ଭାରତ ଅର୍ଥନୀତି ପାଇଁ ଭଲ ଖବର। କାରଣ ବିଦେଶରେ ରହୁଥିବା ଭାରତୀୟମାନେ (ଏନଆରଆଇ) ଦେଶକୁ ପଠାଇଛନ୍ତି ରେକର୍ଡ ସଂଖ୍ୟକ ଅର୍ଥ। କେବଳ ଏପ୍ରିଲ ମାସରେ ବିଭିନ୍ନ ଏନଆରଆଇ ଡିପୋଜିଟ୍ ସ୍କିମ୍ରେ ୧ ବିଲିୟନ ଡଲାରରୁ ଅଧିକ ରାଶି ଜମା କରିଛନ୍ତି।
ରିଜର୍ଭ ବ୍ୟାଙ୍କ୍ର ସଦ୍ୟ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସ ଅର୍ଥାତ୍ ଏପ୍ରିଲ ୨୦୨୪ରେ ଏନଆରଆଇ ଭାରତୀୟଙ୍କ ଦ୍ବାରା ବିଭିନ୍ନ ଏନଆରଆଇ ଡିପୋଜିଟ୍ ସ୍କିମ୍ରେ ୧.୦୮ ବିଲିୟନ ଡଲାର ଜମା ହୋଇଛି। ଆଉ ଏହି ଜମା ସହ ଏନଆରଆଇ ଡିପୋଜିଟ୍ର ସମୁଦାୟ ସଂଖ୍ୟା ୧୫୩ ବିଲିୟନ ଡଲାର ହୋଇଛି। ଅବଶ୍ୟ ୨୦୨୩ରେ ଏନଆରଆଇ ୧୫୦ ମିଲିୟନ ଡଲାର କାଢ଼ିଥିଲେ।
ସୂଚନାଥାଉକି, ଏନଆରଆଇଙ୍କ ପାଇଁ ଅନେକ ଡିପୋଜିଟ୍ ସ୍କିମ୍ ରହିଛି। ଏଥିରେ ଏଫସିଏନଆର ଅର୍ଥାତ୍ ଫରେନ କରେନ୍ସୀ ନନ୍ ରେସିଡେ୍ଣ୍ଟ ଆକାଉଣ୍ଟ ପ୍ରମୁଖ। ଏପ୍ରିଲରେ ଯେଉଁ ସ୍କିମ୍ରେ ଡିପୋଜିଟ୍ରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ସେଥିରେ ଦୁଇ ପ୍ରକାର ଏଫସିଏନଆର ଆକାଉଣ୍ଟ ମୁଖ୍ୟ ରହିଛି। ତାହା ହେଉଛି ଫରେନ୍ କରେନ୍ସୀ ନନ ରେସିଡେଣ୍ଟ ବା ଏଫସିଏନଆର(ବି) ଏବଂ ନନ ରେସିଡେଣ୍ଟ ଏକ୍ସଟରନାଲ ରୁପି ଆକାଉଣ୍ଟ ବା ଏନଆରଇ (ଆରଏ)।
ତଥ୍ୟ ଅନୁଯାୟୀ, ଏପ୍ରିଲରେ ୫୮୩ ମିଲିୟନ ଡଲାରର ଡିପୋଜିଟ୍ ଏନଆରଇ (ଆରଏ) ଅନୁଯାୟୀ, ଆସିଛି, ଯେତେବେଳେକି ଏଫସିଏନଆଣ(ବି)ରେ ଏନଆରଆଇ ଦ୍ବାର ୪୮୩ ମିଲିୟନ ଡଲାର ଜମା କରିଛନ୍ତି। ଏଫସିଏନଆର(ବି) ଆକାଉଣ୍ଟକୁ ସେତେବେଳେ ଲାଭଦାୟକ ବୋଲ ଧରାଯାଏ, ଯେତେବେଳେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଥାଏ।
ଅର୍ଥନୀତି ପାଇଁ ଲାଭ ଦାୟକ
ଏଫସିଏନଆରରେ ରିଟର୍ଣ୍ଣ ବଢ଼ିବା ଯୋଗୁଁ ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଡିପୋଜିଟ୍ ଅଧିକ ଆକର୍ଷକ ହୋଇଥାଏ। ବିଗତ ମାସରେ ରିଟର୍ଣ୍ଣ ମଧ୍ୟ ବଢ଼ିଛି। ଫଳରେ ଏନଆରଆଇ ଭାରତୀୟ ଅଧିକ ଡଲାର ନିବେଶ କରିଛନ୍ତି। ଆହୁରି ମଧ୍ୟ ଏନଆରଆଇ ଡିପୋଜିଟ୍ ଜରିଆରେ ଦେଶକୁ ବିଦେଶୀ ମୁଦ୍ରା ମିଳିଯାଇଥାଏ, ଯାହା ଅର୍ଥବ୍ୟବସ୍ଥା ପାଇଁ ଫାଇଦା ଦେଇଥାଏ।