ଦେଶର ସର୍ବବୃହ ‘ଅଟଳ ସେତୁ’ର ଲୋକାର୍ପଣ ଆଜି
ମୁମ୍ବାଇ : ଉଦଘାଟିତ ହେଲା ଦେଶର ସର୍ବବୃହତ ‘ଅଟଳ ସେତୁ’ I ସମୁଦ୍ର ଉପରେ ନିର୍ମାଣ କରାଯାଇଥିବା ଦେଶର ସର୍ବବୃହତ ସେତୁ ‘ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ (ଏମ୍ଟିଏଚଏଲ)’ର ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି I ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ଏହାକୁ ନାମିତ କରାଯାଇଛି। ଏହା ମୁମ୍ବାଇ ଓ ନଭି ମୁମ୍ବାଇକୁ ସଂଯୋଗ କରୁଛି। ଏହି ସେତୁର ଲମ୍ବ ୨୧.୮ କିଲୋମିଟର। […]

ମୁମ୍ବାଇ : ଉଦଘାଟିତ ହେଲା ଦେଶର ସର୍ବବୃହତ ‘ଅଟଳ ସେତୁ’ I ସମୁଦ୍ର ଉପରେ ନିର୍ମାଣ କରାଯାଇଥିବା ଦେଶର ସର୍ବବୃହତ ସେତୁ ‘ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ (ଏମ୍ଟିଏଚଏଲ)’ର ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି I ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ଏହାକୁ ନାମିତ କରାଯାଇଛି। ଏହା ମୁମ୍ବାଇ ଓ ନଭି ମୁମ୍ବାଇକୁ ସଂଯୋଗ କରୁଛି। ଏହି ସେତୁର ଲମ୍ବ ୨୧.୮ କିଲୋମିଟର। ଏଥିରୁ ୧୬.୫ କିଲୋମିଟର ସମୁଦ୍ର ଉପରେ ରହିଛି। ବାକି ଅଂଶ ଭୂମି ଉପରେ ରହିଛି।
ଅଟଳ ସେତୁ ମୁମ୍ବାଇର ସେୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଦହୱା ଶେୱାରେ ଶେଷ ହୋଇଛି। ଏହି ସେତୁରେ ୬ଟି ଲେନ୍ ରହିଛି। ଏହାକୁ ନିର୍ମାଣ କରିବାକୁ ୧୭, ୮୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେତୁ ଉପରେ ଯାତ୍ରା କରିବା ନେଇ ଟୋଲ ବ୍ୟବସ୍ଥା କରାଯାଇଛି। ମହାରାଷ୍ଟ୍ର ସରକାର ଏମଟିଏଚଏଲର ୱାନ୍-ୱେ ଟୋଲ ପ୍ରସ୍ତାବକୁ ଇତିମଧ୍ୟରେ ମଞ୍ଜୁରି ଦେଇଛନ୍ତି। ଉଭୟ ଯିବା ଆସିବା ପାଇଁ ଟୋଲ ଫି ୩୭୫ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଦୈନିକ ପାସ୍ ପାଇଁ ୬୨୫ ଟଙ୍କା ଓ ମାସିକ ପାସ୍ ନିମନ୍ତେ ୧୨,୫୦୦ ଟଙ୍କା ଦେବାକୁ ପଡିବ। ଏହି ସେତୁ ଦେଇ ଦୈନିକ ୭୦ ହଜାରରୁ ଅଧିକ ଗାଡ଼ି ଯାତାୟତ କରିବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ମୁମ୍ବାଇରେ ସମୁଦ୍ର ଉପରେ ନିର୍ମିତ ବାନ୍ଦ୍ରା-ୱର୍ଲି ସି -ଲିଙ୍କ ତୁଳନାରେ ଏମଟିଏଚଏଲ ୪ ଗୁଣ ଅଧିକ ଲମ୍ବ ଏବଂ ୬ ଲେନ୍ ବିଶିଷ୍ଟ। ଏହି ସେତୁର ୧୬.୫ କିଲୋମିଟର ସମୁଦ୍ରରେ ଏବଂ ୫.୫ କିଲୋମିଟର ଭୂ-ଭାଗ ଉପରେ ନିର୍ମିତ ହୋଇଛି। ଏବେ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ୨ ଘଣ୍ଟା ସମୟ ଲାଗୁଥିଲା ବେଳେ ବର୍ତ୍ତମାନ ଏହି ସେତୁ ଦେଇ ଗଲେ ମାତ୍ର ୨୦ ମିନିଟ୍ ଲାଗିବ। ଏହାଦ୍ବାରା ମୁମ୍ବାଇ ସହରରେ ଅଧିକାଂଶ ଭାବେ ଟ୍ରାଫିକ ଜାମ ଦୂର ହେବ।