ମେ’୧ରୁ ବନ୍ଦ ହେବ ଫାସ୍ଟ୍ୟାଗ୍
ନୂଆଦିଲ୍ଲୀ:ଆସନ୍ତା ମାସ ଅର୍ଥାତ୍ ମେ ’ ୧ରୁ ସାରା ଦେଶରେ ରାଜପଥରେ ଟୋଲ୍ ଆଦାୟ ପଦ୍ଧତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ। ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ। ଏଥିରେ ଜିପିଏସ୍ରୁ ସିଧାସଳଖ କଟିବ ଟୋଲ୍ ଟିକସ। କେନ୍ଦ୍ରମନ୍ତ୍ରୀ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏ ସମ୍ପର୍କରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି, ଯାହା ଭାରତରେ […]

ନୂଆଦିଲ୍ଲୀ:ଆସନ୍ତା ମାସ ଅର୍ଥାତ୍ ମେ ’ ୧ରୁ ସାରା ଦେଶରେ ରାଜପଥରେ ଟୋଲ୍ ଆଦାୟ ପଦ୍ଧତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ। ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ। ଏଥିରେ ଜିପିଏସ୍ରୁ ସିଧାସଳଖ କଟିବ ଟୋଲ୍ ଟିକସ।
କେନ୍ଦ୍ରମନ୍ତ୍ରୀ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏ ସମ୍ପର୍କରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି, ଯାହା ଭାରତରେ ରାଜପଥରେ ଟୋଲ୍ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ବଦଳାଇଦେବ। ଏ ପର୍ଯ୍ୟନ୍ତ ଟୋଲ୍ ଟିକସ ଦେବା ପାଇଁ ଫାସ୍ଟ୍ୟାଗ୍ର ବ୍ୟବହାର କରାଯାଉଥିଲା, କିନ୍ତୁ ଏବେ ଏହା ସ୍ଥାନରେ ଏକ ନୂତନ ଜିପିଏସ୍ ଆଧାରିତ ଟୋଲ୍ ସିଷ୍ଟମ୍ ପ୍ରଚଳନ କରାଯିବ।